ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ଓ ଦଶମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ

18

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ଓ ଦଶମୀ ତିଥିରେ ପାରଳାଖେମୁଣ୍ଡି ସ୍ଥିତ ବ୍ରଡ଼ବ୍ରାହ୍ମଣ ସାହିର ରାଧାବଲ୍ଲଭ ମଠ (ଲୋକନାଥ)ରେ ଶ୍ରୀରାଧା ପାଦ ଦର୍ଶନ ସହ କାର୍ତ୍ତିକ ମାସର ପୂଣ୍ୟ ଧର୍ମ ଲାଭ କରିବା ପାଇଁ ପାରଳାଖେମୁଣ୍ଡିର ସଂକୀର୍ତ୍ତନ ଗୁରୁ ଶିବରାମ ପାତ୍ର ଓ ସଂକୀର୍ତ୍ତନ ଗାୟକ ରୂପେଶ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅଖଣ୍ଡ ନାମ ସଂକୀର୍ତ୍ତନ ହୋଇଯାଇଛି।
ପବିତ୍ର କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ ସହିତ ହରେ କୃଷ୍ଣ ହରେ ରାମ ଅଖଣ୍ଡ ମହାମନ୍ତ୍ରରେ ନାମ ସଂକୀର୍ତ୍ତନ ହୋଇଥିଲା। ଏହି ନାମ ସଂକୀର୍ତ୍ତନ ରେ ପାରଳାଖେମୁଣ୍ଡି ର ବିଭିନ୍ନ ସଂକୀର୍ତ୍ତନ ଦଳ ସହ କେ.ସୀତାପୁର ଓ ଜଙ୍ଗଲପାଡ଼ୁ ଗ୍ରାମର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସାହି ଓ ମଠ ପ୍ରାଙ୍ଗଣ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.