ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ଗଜପତି ଜିଲ୍ଲା ପ୍ରଶାସନ

20

ପ୍ରତି ବ୍ଳକ୍ ଓ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ୱର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟକୁ ସଫଳ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ରର ନମ୍ବର ହେଉଛି ୦୬୮୧୫-୨୨୨୯୪୩। ଏଥିସହ ପ୍ରତ୍ୟେକ ବ୍ଲକ୍ ଓ ସହରାଞ୍ଚଳ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର।

• ଗୋଷାଣୀ – ୮୮୯୫୯ ୪୯୭୦୨
• ଗୁମ୍ମା – ୯୧୨୪୯ ୬୦୭୬୭
• କାଶୀନଗର – ୭୯୭୮୫ ୦୯୬୧୨
• ରାୟଗଡ଼ା – ୯୦୭୮୪ ୯୫୨୫୧
• ନୂଆଗଡ଼ – ୭୬୦୮୯ ୭୩୪୫୩
• ମୋହନା – ୬୩୭୦୮ ୧୧୯୫୦
• ଆର୍. ଉଦୟଗିରି – ୬୩୭୧୩ ୫୯୯୮୭
• କାଶୀନଗର ଏନ୍‌ଏସି – ୦୬୮୧୫-୨୮୪୨୧୫
• ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି – ୦୬୮୧୫-୨୨୨୦୫୨
ଦୟାକରି ସ୍କ୍ରିନ୍‌ରେ ପ୍ରଦର୍ଶିତ ନମ୍ବରଗୁଡ଼ିକୁ ନିଜ ମୋବାଇଲ୍‌ରେ ସେଭ୍ କରି ରଖନ୍ତୁ।
ବାତ୍ୟା ସମୟରେ ଜରୁରୀ ସତର୍କତା ଅବଲମ୍ବନ କରନ୍ତୁ। ରେଡ଼ିଓ, ଟିଭି ଓ ସରକାରୀ ସୂଚନା ମାଧ୍ୟମରୁ ପାଣିପାଗର ସ୍ଥିତି ସମ୍ପର୍କରେ ନିୟମିତ ଅବଗତ ରୁହନ୍ତୁ। ପ୍ରତିକୂଳ ପାଗ ସମୟରେ ଅଯଥା ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ ଔଷଧ , ଟର୍ଚ୍ଚ ଓ ପାୱାର ବ୍ୟାଙ୍କ ଆଦି ଥିବା ଏକ ଜରୁରୀକାଳୀନ କିଟ୍ ପ୍ରସ୍ତୁତ ରଖନ୍ତୁ। ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳ, ବନ୍ୟା ପ୍ରବଣ ଓ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରୁହନ୍ତୁ। ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ।
ମନେରଖନ୍ତୁ, ବିପର୍ଯ୍ୟୟର ମୁକାବିଲା କେବଳ ପ୍ରଶାସନର ନୁହେଁ, ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ନିଜେ ସଚେତନ ରୁହନ୍ତୁ, ଅନ୍ୟମାନଙ୍କୁ ସଚେତନ କରନ୍ତୁ।
ଆସନ୍ତୁ, ଏକାଠି ହୋଇ ବାତ୍ୟାର ମୁକାବିଲା କରିବା । ନିରାପଦ ଗଜପତି ପାଇଁ ହାତରେ ହାତ ମିଶାଇବା। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜନହିତରେ ଜାରି।

Leave A Reply

Your email address will not be published.