ଝାରସୁଗୁଡ଼ା ବିମାନବନ୍ଦରର ନୂଆ ଦାୟିତ୍ୱରେ କିଶୋର କିଲ୍ଲାମପଲ୍ଲୀ

8


ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ କିଶୋର କିଲ୍ଲାମପଲ୍ଲୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କର୍ଣ୍ଣାଟକର କଳାବୁରାଗୀ ବିମାନବନ୍ଦରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ୧୬ ନଭେମ୍ବର ୨୦୨୬ରେ ସେ ଝାରସୁଗୁଡ଼ାରେ ଯୋଗଦେବା ସହ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।

୨୦୦୩ ଜୁନ୍‌ରେ ସେ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (AAI)ରେ ଯୋଗଦେଇଥିଲେ। ଏହି ଅବଧିରେ ସେ ଦିଲ୍ଲୀ, ଚେନ୍ନାଇ, ବିଶାଖାପାଟଣା, ଭୁବନେଶ୍ୱର, କୋଲକାତା ଓ ଗୋଆ ଭଳି ବିଭିନ୍ନ ବିମାନବନ୍ଦରରେ ମାନବ ସମ୍ବଳ, ଅର୍ଥ, ପରିଚାଳନା, କାର୍ଗୋ, ବାଣିଜ୍ୟିକ, ଇଞ୍ଜିନିୟରିଂ ଓ ପ୍ରକଳ୍ପ ବିଭାଗରେ ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି।

ଏହାବ୍ୟତୀତ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ସେ କୋଲକାତାସ୍ଥିତ AAIର ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟାଳୟରେ ଭିଜିଲାନ୍ସ ଅଫିସର ଭାବେ କାର୍ଯ୍ୟ କରିଥିଲେ।

ମୂଳତଃ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବାସିନ୍ଦା ଶ୍ରୀ କିଲ୍ଲାମପଲ୍ଲୀଙ୍କ ଦୀର୍ଘଦିନର ପ୍ରଶାସନିକ ଓ ବିମାନବନ୍ଦର ପରିଚାଳନା ଅଭିଜ୍ଞତା ଝାରସୁଗୁଡ଼ା ବିମାନବନ୍ଦରର କାର୍ଯ୍ୟକ୍ଷମତା ଓ ପରିଚାଳନାରେ ସହାୟକ ହେବ ବୋଲି ଆଶା କରାଯାଉଛି।
କିଲ୍ଲାମପଲ୍ଲୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏମ୍‌ବିଏ (ଫାଇନାନ୍ସ) ଏବଂ ପିଜିଡିପିଏମ୍ ଆଣ୍ଡ ଆଇଆର୍‌। ବିମାନବନ୍ଦର ପ୍ରାଧିକରଣ (AAI)ରେ ଯୋଗଦେବା ପୂର୍ବରୁ ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟରେ CSS କ୍ୟାଡରରେ କାର୍ଯ୍ୟ କରିଥିଲେ। ଏହାସହ ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ସ ଓ ଟ୍ରେଡ୍ ମାର୍କସ୍ ରେଜିଷ୍ଟ୍ରିରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ସେ ମୁମ୍ବାଇରେ SIDBIରେ ଗ୍ରେଡ୍-ଏ ଅଫିସର ଭାବେ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ହାସଲ କରିଥିଲେ।

Leave A Reply

Your email address will not be published.