କାର ସହ ୫୨ କେଜି ଗଞ୍ଜେଇ ଜବତ, ୩ ଗିରଫ।

29

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ : – ପଦ୍ମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ରଜାପଡ଼ା ବ୍ରିଜ୍ ନିକଟରେ ନାକା ଯାଞ୍ଚ ସମୟରେ ପୁଲିସ ୫୨ କେଜି ୩୧ ଗ୍ରାମ ଗଞ୍ଜେଇ ସହ ଗୋଟିଏ ମାରୁତି ସ୍ୱିଫ୍ଟ କାର୍‌କୁ ଜବତ କରିଛି। ଏହି ଘଟଣାରେ ଉତ୍ତରପ୍ରଦେଶର ତିନି ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ସକାଳ ପ୍ରାୟ ୯ଟା ୨୩ ମିନିଟ୍‌ ସମୟରେ ପଦ୍ମପୁର ଥାନା ଅନ୍ତର୍ଗତ ରଜାପଡ଼ା ବ୍ରିଜ୍ ନିକଟରେ ନାକା ଯାଞ୍ଚ ଚାଲିଥିବା ବେଳେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଜଣାପଡ଼ିଥିଲା। ପୁଲିସ ଚଢ଼ଉ କରି ଅଭିଯୁକ୍ତ ସଚିନ କୁମାର, ସାଗର କୁମାର ଓ ଧୀରଜ କୁମାରଙ୍କ ନିକଟରୁ ୫୨ କେଜି ୩୧ ଗ୍ରାମ ଗଞ୍ଜେଇ, ଦୁଇଟି ମୋବାଇଲ ଫୋନ୍‌, ନଗଦ ୬ ହଜାର ୭୬୦ ଟଙ୍କା ଏବଂ OR-02-BJ-2309 ନମ୍ବର ବିଶିଷ୍ଟ ଏକ ମାରୁତି ସ୍ୱିଫ୍ଟ କାର୍‌ ଜବତ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ସଚିନ କୁମାର (୨୪), ସାଗର କୁମାର (୨୪) ଓ ଧୀରଜ କୁମାର (୨୩)। ଏନେଇ ପଦ୍ମପୁର ଥାନାରେ କେସ୍ ନମ୍ବର ୩୪୬, ତା.୧୮.୧୧.୨୦୨୬ରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୦(ବି)(ii)(C)/୨୫ ଏବଂ ବିଏନ୍‌ଏସ୍‌ର ଧାରା ୧୧୧(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ନେଇ ଏସଡିପିଓ ପାଣ୍ତବ ଶବର ସୂଚନା ଦେଇଛନ୍ତି।

Leave A Reply

Your email address will not be published.