ଭୁବନେଶ୍ୱର, ୧୯ ନଭେମ୍ବର, ୨୦୨୬ – ଆର୍ସଲରମିତ୍ତଲ ଏବଂ ନିପ୍ପନ୍ ଷ୍ଟିଲର ମିଳିତ ଉଦ୍ୟୋଗ, ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଗୁଜରାଟର ହାଜିରାଠାରେ ଏହାର ସମନ୍ୱିତ ଅଟୋମୋଟିଭ୍ ଷ୍ଟିଲ କମ୍ପ୍ଲେକ୍ସ ଅତି ନିକଟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି କମ୍ପ୍ଲେକ୍ସ ଉଚ୍ଚ-ଶକ୍ତି ଏବଂ ଆବରଣଯୁକ୍ତ ଷ୍ଟିଲର ଘରୋଇ ଉପଲବ୍ଧତାକୁ ସମ୍ପ୍ରସାରିତ କରିବ, ଯାହା ଭାରତୀୟ ଅଟୋ ନିର୍ମାତାମାନଙ୍କୁ ସ୍ୱତନ୍ତ୍ର ଗ୍ରେଡ୍ ଷ୍ଟିଲ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟତା କରିବ।
ଏହି କମ୍ପ୍ଲେକ୍ସଟି, ୨୦୨୪ ମସିହାରେ ‘କଣ୍ଟିନ୍ୟୁଅସ୍ ଗାଲଭାନାଇଜିଂ ଆଣ୍ଡ ଆନିଲିଂ ଲାଇନ୍’ (ସିଜିଏଏଲ୍) ଏବଂ ୨୦୨୫ ମସିହାରେ ‘କଣ୍ଟିନ୍ୟୁଅସ୍ ଗାଲଭାନାଇଜିଂ ଲାଇନ୍’ (ସିଜିଏଲ୍) କାର୍ଯ୍ୟକ୍ଷମ ହେବା ପରେ ନିର୍ମିତ ହୋଇଛି। ଏହାପରେ ୨୦୨୬ ମସିହାରେ ଏଥିରେ ବାର୍ଷିକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ‘ପିକଲିଂ ଲାଇନ୍ ଆଣ୍ଡ ଟାଣ୍ଡେମ୍ କୋଲ୍ଡ ମିଲ୍’ (ପିଏଲଟିସିଏମ୍) ସଂଯୁକ୍ତ କରାଯାଇଛି।
ଏହି କମ୍ପ୍ଲେକ୍ସଟି ହାଜିରାଠାରେ କୋଲ୍ଡ ରୋଲିଂ, ଆନିଲିଂ ଏବଂ ଆବରଣ ପ୍ରକ୍ରିୟାକୁ ଏକତ୍ରିତ କରିବ । ଆର୍ସଲରମିତ୍ତଲ ଏବଂ ନିପ୍ପନ୍ ଷ୍ଟିଲ୍ ର ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି, ଏଠାରେ ୧,୧୮୦ ଏମପିଏ ପର୍ଯ୍ୟନ୍ତ ଟେନସାଇଲ୍ ଦୃଢ଼ତା ବିଶିଷ୍ଟ ‘ଆଡଭାନ୍ସଡ୍ ହାଇ-ଷ୍ଟ୍ରେନ୍ଥ ଷ୍ଟିଲ୍’ (ଏଏଚଏସ୍ଏସ୍) ସହିତ ଗାଲଭାନାଇଜଡ୍ (ଜିଆଇ), ଗାଲଭାନିଲ୍ଡ (ଜିଏ) ଏବଂ ପ୍ରେସ୍-ହାର୍ଡେନ୍ଡ ଷ୍ଟିଲ୍ (ପିଏଚଏସ୍) ଗ୍ରେଡର ଇସ୍ପାତ ମଧ୍ୟ ଉତ୍ପାଦନ କରାଯାଇପାରିବ।
ଏହି ଗ୍ରେଡ୍ଗୁଡ଼ିକର ଉପଲବ୍ଧତା ଅଟୋମୋବାଇଲ୍ ନିର୍ମାତାମାନଙ୍କୁ ନିର୍ଦ୍ଦିଷ୍ଟ ଯନ୍ତ୍ରାଂଶରେ ପତଳା ଇସ୍ପାତ ବ୍ୟବହାର କରିବା ପାଇଁ ଅଧିକ ବିକଳ୍ପ ପ୍ରଦାନ କରିବ । ଏହା ଆବଶ୍ୟକୀୟ ଶକ୍ତି ଓ ଦୃଢ଼ତା ବଜାୟ ରଖିବା ସହିତ ଯାନବାହନର ଓଜନ ହ୍ରାସ କରିବ । ଏହି ଗ୍ରେଡ୍ଗୁଡ଼ିକ ଦୁର୍ଘଟଣା ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ନିର୍ମିତ ଗାଡ଼ିର ଢାଞ୍ଚା ଯଥା ବି-ପିଲାର୍ ଏବଂ ଡୋର୍ ଇମ୍ପାକ୍ଟ ବିମ୍ରେ ମଧ୍ୟ ବ୍ୟବହାର କରାଯାଇପାରିବ। ଘରୋଇ ଉତ୍ସରୁ ଇସ୍ପାତ ଯୋଗାଣ ଦ୍ୱାରା ଯୋଗାଣ ପାଇଁ ଆବଶ୍ୟକ ସମୟ ହ୍ରାସ ପାଇବା ସହିତ ଅଟୋମୋବାଇଲ୍ ନିର୍ମାତା ଏବଂ ଯନ୍ତ୍ରାଂଶ ଯୋଗାଣକାରୀମାନଙ୍କୁ ଆଗାମୀ ଉତ୍ପାଦନ ଯୋଜନା ପ୍ରସ୍ତୁତ କରିବାରେ ମଧ୍ୟ ସହାୟତା ହେବ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ବିକ୍ରୟ ଓ ବିପଣନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ରଞ୍ଜନ ଧର କହିଛନ୍ତି, “ହାଜିରାସ୍ଥିତ ଅଟୋମୋଟିଭ୍ ଷ୍ଟିଲ୍ କମ୍ପ୍ଲେକ୍ସ ଭାରତୀୟ ଅଟୋମୋବାଇଲ୍ ନିର୍ମାତାମାନଙ୍କୁ ସମାନ ସ୍ୱତନ୍ତ୍ର ଗ୍ରେଡ୍ର ଇସ୍ପାତ ପାଇଁ ଘରୋଇ ଯୋଗାଣ ସୁବିଧା ପ୍ରଦାନ କରିବ, ଯାହା ପାଇଁ ସେମାନଙ୍କୁ ପୂର୍ବରୁ ପାରମ୍ପରିକ ଭାବେ ଆମଦାନୀ ଉପରେ ନିର୍ଭର ରହିବାକୁ ପଡୁଥିଲା। ଏହି ଇସ୍ପାତଗୁଡ଼ିକ ହାଲୁକା ଓଜନର ଯାନବାହନ ନିର୍ମାଣ କରିବା ସହିତ ସୁରକ୍ଷା ମାନଦଣ୍ଡ ପୂରଣ କରିବାରେ ସହାୟକ ହେବ। ସାନନ୍ଦଠାରେ ଆଗାମୀ ଷ୍ଟିଲ୍ ସର୍ଭିସ୍ ସେଣ୍ଟର ମାଧ୍ୟମରେ ଆମେ ଗ୍ରାହକମାନଙ୍କ ନିକଟରେ ଉନ୍ନତ ଓ ସଠିକ୍ ପ୍ରକ୍ରିୟାକରଣ ସେବା ଉପଲବ୍ଧ କରାଇବୁ। ଏହି ନିବେଶଗୁଡ଼ିକ ମିଳିତ ଭାବେ ଆତ୍ମନିର୍ଭରଭାରତ ଅଭିଯାନକୁ ସମର୍ଥନ କରିବା ସହିତ ଭାରତର ଅଟୋମୋଟିଭ୍ ଯୋଗାଣ ଶୃଙ୍ଖଳକୁ ଆହୁରି ସୁଦୃଢ଼ କରିବ।”
ଏଏମ୍/ଏନ୍ଏସ୍ ଇଣ୍ଡିଆ ଗୁଜରାଟର ସାନନ୍ଦଠାରେ ବାର୍ଷିକ ୫,୦୦,୦୦୦ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସ୍ୱତନ୍ତ୍ର ଅଟୋମୋଟିଭ୍ ଷ୍ଟିଲ୍ ସର୍ଭିସ୍ ସେଣ୍ଟର (ଏସଏସସି) କାର୍ଯ୍ୟକ୍ଷମ କରିବାକୁ ଯୋଜନା କରୁଛି। ଏହି କେନ୍ଦ୍ର ଅଟୋମୋବାଇଲ୍ ନିର୍ମାତା ଏବଂ ଯନ୍ତ୍ରାଂଶ ଯୋଗାଣକାରୀଙ୍କ ପାଇଁ କଏଲ୍ର ସଠିକ୍ ପ୍ରକ୍ରିୟାକରଣ ସେବା ଯୋଗାଇବ। ଏହା ପୁଣେ, ଚେନ୍ନାଇ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ଥିବା କମ୍ପାନୀର ବର୍ତ୍ତମାନର ସର୍ଭିସ୍ ସେଣ୍ଟରଗୁଡ଼ିର ପରିପୂରକ ଭାବେ କାର୍ଯ୍ୟ କରିବ।