ଡାବୁଗାଁ : ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୦/୧୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ୬୭ ଜଣ ଶିକ୍ଷକ ଙ୍କ ପଦୋନ୍ନତି ଘଟିଛି । ପ୍ରାଥମିକ ଶିକ୍ଷକ ପ୍ରଧାନ ଶିକ୍ଷକ ଲେବେଲ ଭିବି ରୁ ଲେବେଲ ଆଇଭି ୧୦ ଜଣ ,ଲେବେଲ ଭିବି ରୁ ଲେବେଲ ଆଇଭି କଳାରେ ୧୨ ଜଣ ଓ ବିଜ୍ଞାନ ରେ ୮ ଜଣ ତଥା ଲେବେଲ ଭିଏ ରୁ ଲେବେଲ ଭିବି ବର୍ଗ ୧ ରେ ୧୬ ଜଣ ଓ ବର୍ଗ ୨ ରେ ୨୧ ଜଣ ଶିକ୍ଷକ ଙ୍କ ପଦୋନ୍ନତି ହୋଇଛି ।ବ୍ଲକ ର ସମସ୍ତ ୬୭ ଜଣ ପଦୋନ୍ନତି ପାଇଥିବା ଶିକ୍ଷକ ମାନଙ୍କୁ ଆଜି ଭାରପ୍ରାପ୍ତ ବିଇଓ ସୁକାନ୍ତ କାର୍ତାମୀ ପଦୋନ୍ନତୀ ପତ୍ର ପ୍ରଦାନ କରିଥିଲେ। ଦୀର୍ଘଦିନଧରି ଦାବୀ କରି ଆସୁଥିବା ଶିକ୍ଷକ ମାନଙ୍କୁ ପଦୋନ୍ନତି ପତ୍ର ପାଇବା ପରେ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବିଆରସିସି ଭଗବାନ ମାଝୀ, ଏବିଇଓ ସନ୍ତୋଷ କୁମାର ସାହୁ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ।