କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ପୋଡାଙ୍ଗ ପଞ୍ଚାୟତ ତେନ୍ତଳୀନାଳୀ ଗ୍ରାମର ବିଧବା ଯୁଆଙ୍ଗ ମହିଳା ଯଶ ଯୁଆଙ୍ଗ ହାଟରୁ ଫେରୁଥିବା ବେଳେ ତାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ କରି ମୁର୍ମୁଷ ଅବସ୍ଥାରେ ଅଭିଯୁକ୍ତ ମାନେ ଛାଡି ପଳାଇଯାଇଥିଲେ l ସକାଳେ ଦୁଷ୍କର୍ମ ପୀଡିତା ମହିଳା ଯୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର ଜନଜାତି ଅଟନ୍ତି, ତାଙ୍କୁ ଏକ ଗଛ ପାଖରୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ତେଲକୋଇ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କେନ୍ଦୁଝର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା l ଅତ୍ୟାଧିକ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହେବାରୁ ପୀଡିତାଙ୍କୁ କଟକର ଏସସିଵି ବଡ଼ ଡାକ୍ତରଖାନକୁ ସ୍ଥାନସ୍ତାରିତ କରାଯାଇଥିଲା l ମହିଳା ଜଣକ କଟକ ମେଡ଼ିକାଲରେ ମୃତ୍ୟୁ ବରଣ କରିଛନ୍ତି l ଏ ଘଟଣାରେ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ଉଦବେଗ ପ୍ରକାଶ କରିଛି,ଜିଲ୍ଲା କଂଗ୍ରେସ କମିଟିର ସଭାପତି ଇଂ ମନୋଜ କୁମାର ଜେନା ଘଟଣାର ତଦନ୍ତ କରି ପୋଲିସ ଏବଂ ସରକାର ଠାରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଏବଂ ତୁରନ୍ତ ଘଟଣା ସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଆଦିବାସୀ ଯୁଆଙ୍ଗ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ପରେ ମୃତ୍ୟୁ ଆଦିବାସୀ ମାନଙ୍କ ପ୍ରତି କ୍ରମାଗତ ଭାବେ କେନ୍ଦୁଝର ଜିଲ୍ଲା ଓ ଓଡିଶା ରେ ହେଉଥିବା ଅତ୍ୟାଚାର କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ l ଏଥି ପାଇଁ ପୂର୍ବତନ ସାଂସଦ ସଂକୁନ୍ତଳା ଲାଗୁରୀଙ୍କ ନେତୃତ୍ୱରେ ୭ ଜଣିଆ ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ l ଏହି ତଦନ୍ତ କମିଟିରେ ସଂଯୋଜକ ଭାବେ ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ଓ ସଦସ୍ୟ ଭାବେ ଲଳିତ ମୋହନ ନାୟକ, ପ୍ରତିଭା ମଞ୍ଜରୀ ନାଏକ, ସୁଢଳ କୁମାର ସେଠି,ସୁନେଶ କୁମାର ଧୀର ଙ୍କ ସହିତ ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, କଂଗ୍ରେସ ନେତା ଦିଲ୍ଲୀପ କୁମାର ସାହୁ, ଉତ୍ତମ କୁମାର ସାହୁ, ବ୍ଲକ ସଭାପତି ସୁବାସ ପ୍ରଧାନ ଓ ଦୀପକ କୁମାର ମୁଖୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ କରିଥିଲେ ଏବଂ କଂଗ୍ରେସ ଦଳ ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସାହାଯ୍ୟ କରିଥିଲେ l ପରେ କେନ୍ଦୁଝର କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଉଥିଲା l