କୋମଳମତି ଶିଶୁଙ୍କୁ ଘାରିଛି ମୋବାଇଲ ନିଶା

3

ଚକ୍ଷୁ ରୋଗରେ ଆକ୍ରାନ୍ତ ହେଉଛନ୍ତି ବହୁ ଛୋଟ ଛୋଟ ବିଦ୍ୟାର୍ଥୀ

ସମ୍ବଲପୁର(ଲିପନ ନାଏକ ) ଏବେ ମୋବାଇଲ ମାନିଆ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଛୋଟପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଏଥିରେ ବ୍ୟସ୍ତ ରହୁଛନ୍ତି l ବିଶେଷ କରି କମ ବୟସର କୋମଳମତି ଶିଶୁ ପିଲା ଓ ଯୁବବର୍ଗ ଏହି ମୋବାଇଲରେ ଏତେ ପରିମାଣରେ ସମ୍ପୃକ୍ତ ରହୁଛନ୍ତି ଯେ ସେମାନଙ୍କ ଆଚାର ଓ ବ୍ୟବହାର ଦିନକୁ ଦିନ ବଦଳିବାକୁ ଲାଗୁଚି l ଯେଉଁ ବୟସରେ ଛୋଟ ଛୋଟ ପିଲାମାନେ ଖେଳକୁଦ ସାଙ୍ଗକୁ ପରିବାରର ସ୍ନେହ ମମତା ଭିତରେ ବାନ୍ଧି ହୋଇ ରହିବା କଥା ସେହି ସମୟରେ ବହୁ ଶିଶୁ ସାମାଜିକ ଜୀବନ ରୁ ଦୁରେଇ ରହି ଘଣ୍ଟା ଘଣ୍ଟା ମୋବାଇଲରେ ସମୟ ବିତାଉଥିବା ଦେଖିବାକୁ ମିଳୁଛି l

ପିଲାମାନଙ୍କ ଅଝଟ କୁ ବନ୍ଦ କରିବାପାଇଁ ବିଗତ କିଛି ବର୍ଷ ହେଲା ମୋବାଇଲ ଏକ ମାଧ୍ୟମ ପାଲଟିଛି l କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ରହୁଥିବା ଅଭିଭାବକ ଓ ବାପା ମା ନିଜ ପିଲାଙ୍କ ହାତରେ ପ୍ରାୟତଃ ମୋବାଇଲ ଖଣ୍ଡିଏ ଧରାଇ ସେମାନଙ୍କୁ ଶାନ୍ତ କରାଉଥିବା ବେଳେ କ୍ରମଶଃ ମୋବାଇଲଦେଖା କୋମଳମତି ଶିଶୁଙ୍କ ନିଶାରେ ପରିଣତ ହୋଇଗଲାଣି l ଏପରିକି ବହୁ ଶିଶୁ ଖାଇବ ସମୟରେ ମଧ୍ୟ୍ୟ ମୋବାଇଲ ଦେଖି ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି l ଏହା ପିଲାଙ୍କ ମାନସିକ ସ୍ତିସ୍ଥି ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସଚେତନତ ନାଗରିକ ମହଲରେ ମତ ପ୍ରକାଶ ପାଇଛି l ୫ ବର୍ଷ ବୟସରୁ ୧୬ ବର୍ଷ ବୟସର ପିଲାଙ୍କ ପାଇଁ ଏହି ମୋବାଇଲ ପ୍ରାୟତଃ ଏକ ନିଶାରେ ପରିଣତ ହୋଇଗଲାଣି l ମୋବାଇଲ ନିଶାର ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡୁଥିବାବେଳେ ସେମାନେ ପାଠ ଉପରେ ବହୁତ ଦୁର୍ବଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ଏବଂ ଶାରୀରିକ ଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଉଛ l ଏଥିପାଇଁ ବହୁ କୋମଳମତି ଶିଶୁ ଙ୍କ ଅଭିଭାବକ ସମ୍ପୂର୍ଣ ରୂପେ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ଶିଶୁମାନେ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଦ୍ୱାରା ଚକ୍ଷୁ ବାଧିତ ରୋଗରେ ଆକ୍ରାନ୍ତ ହେବା ଶହ ଅଳ୍ପ ବୟସରୁ ଆଖିରୁ କମ ଦେଖାଯିବା,ଆଖିରୁ ଲୁହ ବୋହିବା, ଆଖି କୁଣ୍ଡାଇ ହେବା, ଭଳି ନାନା ସମସ୍ୟାର ଶମ୍ବୁଖିନ ହେଉଥିବା ଦେଖିବାକୁ ମିଳୁଛି l ତେବେ ଏହି ନିଶା କେବଳ ପିଲାଙ୍କ କ୍ଷେତ୍ରରେ ନୁହେଁ ଯୁବ ବର୍ଗଙ୍କୁ ବି ମୋବାଇଲ ନିଶା ଘାରିଥିବା ଦେଖିବାକୁ ମିଳୁଛି l ଏହା କେବଳ ସହରାଞ୍ଚଳ ନୁହେଁ ଗ୍ରାମଞ୍ଚଳକୁ ବି ବ୍ୟାପିବା କୁ ଲାଗିଛି l ଘଡିଏ ମୋବାଇଲ ନ ଦେଖିଲେ ଆଜିକାଲି କୋମଳମତି ଶିଶୁଙ୍କ ଠୁ ଆରମ୍ଭ କରି ଯୁବବର୍ଗ ବ୍ୟତିବସ୍ତ ହୋଇପଡୁଛନ୍ତି l ଏହାର ପ୍ରଭାବ ଚକ୍ଷୁ ଉପରେ ପଡୁଥିବାରୁ ସାମ୍ପ୍ରତିକାର ପରିସ୍ଥିତିରେ ଅଭିଭାବକ ମାନେ ସଚେତନ ହେବାର ନିତ୍ୟାନ୍ତ ଆବଶ୍ୟକ ବୋଲି ବୋଲି କୁଚିଣ୍ଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଡାକ୍ତର ସୁବୋଧ କୁମାର ନାୟକ ପରାମର୍ଶ ଦେଇଛନ୍ତି l ମୋବାଇଲ ଯୋଗୁଁ ଶିଶୁଙ୍କ ଶାରୀରିକ ବିକାଶରେ ବୃଦ୍ଧି ହେବା ବାଧାପ୍ରାପ୍ତ ହେଉଥିବା ବେଳେ ମାତୃତ୍ୱ ରେ ଥିବା ଗର୍ଭବତୀ ମାତା ମାନଙ୍କୁ ମଧ୍ୟ ମୋବାଇଲରୁ ଦୁରେଇ ରହିବା ସହିତ ସାଧାରଣତଃ ମୋବାଇଲ ରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି l ମୋବାଇଲ ମାନିଆ ଯୋଗୁଁ ବହୁ ଶିଶୁଙ୍କୁ ଦୃଷ୍ଟିଶକ୍ତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି l ଶିଶୁମାନଙ୍କ ସମୀପ ଦୃଷ୍ଟି ଓ ଦୂର ଦୃଷ୍ଟି ଗଭୀର ଭାବେ ମୋବାଇଲ ଯୋଗୁଁ ପ୍ରଭାବିତ ହେଉଛି l ଅଭିଭାବକ ମାନେ ପିଲାମାନଙ୍କୁ ଯଥା ସମ୍ଭାମ ମୋବାଇଲ ଟିଭି ଠାରୁ ଦୁରେଇ ରଖିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ମତ ପ୍ରକାଶ ପାଉଥିବା ଲକ୍ଷ କରାଯାଇଛି l

Leave A Reply

Your email address will not be published.