ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୧୮/୧୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଡଙ୍ଗରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଖାଦ୍ୟ ମେଳା ଓ ଚିତ୍ର କଳା ପ୍ରଦର୍ଶନୀ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ, ପୁଲିସ ଏସଆଇ ପ୍ରତ୍ୟୁଷ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟବସାୟିକ ଜ୍ଞାନ ବୃଦ୍ଧି ସାଙ୍ଗକୁ ଗାଣିତିକ ହିସାବ ସମ୍ବନ୍ଧରେ ଜ୍ଞାନ ଆହୋରଣ କରିବା ଏହି ଖାଦ୍ୟ ମେଳାର ଉଦ୍ଦେଶ୍ୟ ରହିଥିଲା।ଛାତ୍ରଛାତ୍ରୀ ମାନେ କିଭଳି ଅଭିଭାବକ ଓ ଶିକ୍ଷକ ଙ୍କ ବିନା ଖାଦ୍ୟ କ୍ରୟ, ବିକ୍ରୟ ର ହିସାବ କରିପାରିବା ସହ ଦୋକାନ ରେ ଯେଭଳି ଠକାମୀ ର ଶିକାର ହେବେ ନାହିଁ ସେ ନେଇ ଏହି ପାରମ୍ପାରିକ ଖାଦ୍ୟ ମେଳା ପ୍ରତିବର୍ଷ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହେଉଛି।ଛାତ୍ର ଛାତ୍ରୀ ମାନେ ବହୁଳ ସଂଖ୍ୟାରେ ଏହି ଖାଦ୍ୟ ମେଳାରେ ଯୋଗ ଦେଇଥିବା ବେଳେ ଭଳିକି ଭଳି ପାରମ୍ପାରିକ ଓଡିଆ ଖାଦ୍ୟ ସହ ସୁସ୍ୱାଦୁ ବ୍ୟେଞ୍ଜନ ପ୍ରସ୍ତୁତ କରି ବିକ୍ରୟ କରିଥିଲେ। ଖାଦ୍ୟ ମେଳା ରେ ଅତିଥି ମାନେ ନାନା ପ୍ରକାର ଖାଦ୍ୟର ମଜା ନେଇଥିଲେ। ସେହିପରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବହୁ ସୁନ୍ଦର ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା। ଖାଦ୍ୟ ମେଳା ରେ ଛାତ୍ରୀ ଜାଗୃତି ପଟ୍ଟନାୟକ ପ୍ରଥମ , ଭେଙ୍କେଟ ଓ ହୃଷିକେଶ ବେହେରା ଦ୍ୱିତୀୟ ଓ ଲୋକନାଥ ପଟ୍ଟନାୟକ ଓ ଅଭିଜିତ ଦାଶ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଚିତ୍ର କଳାରେ ପ୍ରାଞ୍ଜୋଲ ରାଜପୁତ ପ୍ରଥମ, ଆଦ୍ୟାଂଶ ନିଶଙ୍କ ଦ୍ୱିତୀୟ ଓ ଦିବ୍ୟଶ୍ରୀ ପାତ୍ର ତୃତୀୟ ସ୍ଥାନ ହାସଲ କରିଥିଲେ । ଅପରାହ୍ନରେ ଉଦଯାପନୀ ଉତ୍ସବ ରେ ଅତିଥି ଭାବେ ସିଆରସିସି ପ୍ରସନ୍ନ ଦଣ୍ଡସେନା,ଗିରିଶବାଳା ଜେନା ଓ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପାଢ଼ୀ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ନିଗମାନନ୍ଦ ନାୟକ, ଦିଗାମ୍ବର ବେହେରା, ପରସ୍ମିତା ପାତ୍ର, ଶରତ ଦଳେଇ, ପ୍ରଜ୍ଞାଦିପ୍ତା ପାତ୍ର, ସୀତାରାମ ସାହୁ, ମଳୟ ସରାବୁ,ଅନିଲ ନାୟକ, ଜିତେନ୍ଦ୍ର କୁମ୍ଭାର,ସୁବାସ ଦାସ,ସନ୍ତୋଷ ନାୟକ,ଆଶୁତୋଷ ନାୟକ ଓ ପଲ୍ଲବୀ ରାଣୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୁଜାରାଣି ନାୟକ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.