କାଶୀପୁରରେ ପାଳିତ ହେଲା ଯାଦବ ଶୌର୍ଯ୍ୟ ଦିବସ, ୧୨୦ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

11

ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଉତ୍କଳ ଯାଦବ ମହାସଭା ତରଫରୁ କାଶୀପୁର ଠାରେ ଯାଦବ ଶୌର୍ଯ୍ୟ ଦିବସ ମହା ସମାରୋହରେ ପାଳନ କରାଯାଇଛି।

୧୯୬୨ ମସିହା ଆଜିର ଦିନରେ ରେଜାଙ୍ଗଲା ମାଟିରେ ମାତ୍ର ୧୨୦ ଜଣ ବୀର ଅହୀର ଯାଦବ ଯବାନ ୨୦୦୦ରୁ ଅଧିକ ଚୀନ ସୈନ୍ୟଙ୍କ ଆଗରେ ଛାତି ପାତି ଛିଡା ହୋଇଥିଲେ। ଶେଷ ଗୁଳି ପର୍ଯ୍ୟନ୍ତ ଲଢି ନିଜେ ଶହୀଦ ହୋଇ ମାତୃଭୂମିକୁ ରକ୍ଷା କରିଥିଲେ। ସେହି ବୀର ଶହୀଦମାନଙ୍କୁ ସ୍ମରଣ କରି ପ୍ରତି ବର୍ଷ ଏହି ଦିନକୁ ଯାଦବ ଶୌର୍ଯ୍ୟ ଦିବସ ରୂପେ ପାଳନ କରାଯାଏ।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ଅମିତ କୁମାର ନାୟକ ଯୋଗ ଦେଇ ଶହୀଦ ଯବାନମାନଙ୍କ ବୀରତା ଗାଥା ବର୍ଣ୍ଣନା କରିଥିଲେ।

ଏହି ଅବସରରେ ବ୍ଲକ ସଭାପତି ଅମର ଗୋପାଳ, ଗୋପବନ୍ଧୁ ଗୌଡ଼, ସୁରେନ୍ଦ୍ର ଗୌଡ଼, ଜଗନ୍ନାଥ ଗୌଡ଼, ଧନେଶ୍ୱର ଗୌଡ଼ଙ୍କ ସହ ଅନ୍ୟାନ୍ୟ ପଞ୍ଚାୟତର କର୍ମକର୍ତ୍ତା ଓ ବହୁ ଯାଦବ ଭାଇମାନେ ଯୋଗ ଦେଇ ବୀର ଶହୀଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

Leave A Reply

Your email address will not be published.