ବାଣତୁମ୍ବ ନିକଟରେ ସରକାରୀ ବସ୍ ଅଚଳ; ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

1

ବେଲଗୁଣ୍ଠା,୧୮/୧୧,-(ଶିବରାମ ଚୌଧୁରୀ )-ଭଞ୍ଜନଗରରୁ ଜୟପୁର ଅଭିମୁଖେ ଯାଉଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ଯାତ୍ରୀବାହୀ ବସ୍ ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ମଝିରେ ଅଚଳ ହୋଇପଡ଼ିଛି। ଫଳରେ ବସ୍‌ରେ ଥିବା ପ୍ରାୟ ୨୦ ଜଣ ଯାତ୍ରୀ ଅଳ୍ପକେ ବିପଦରୁ ରକ୍ଷା ପାଇଛନ୍ତି।ସୂଚନା ଅନୁଯାୟୀ, OD32G4171 ନମ୍ବର ବିଶିଷ୍ଟ ବସ୍‌ଟି ସନ୍ଧ୍ୟା ୬ଟା ୨୦ ମିନିଟ୍‌ ସମୟରେ ବାଣତୁମ୍ବ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ଏହାର ଆଗ ଚକର ଆକ୍ସେଲ୍ ଛିଡ଼ିଯାଇଥିଲା। ଫଳରେ ବସ୍‌ଟି ରାସ୍ତା ମଝିରେ ଅଟକି ରହିଥିଲା। ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ବସ୍ ଓ ଟ୍ରକ୍ ଅଟକି ରହିବା ସହ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ପରିବହନ ବିଭାଗର କର୍ମଚାରୀ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି। କ୍ରେନ୍ ପହଞ୍ଚିବା ପରେ ଅଚଳ ବସ୍‌ଟିକୁ ରାସ୍ତାରୁ ହଟାଇବା ପରେ ରାତ୍ର ଆଠ ଘଣ୍ଟା ସମୟରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ବସ୍ ଅଚଳ ହେବା ଯୋଗୁଁ ଭଞ୍ଜନଗର / ଭୁବନେଶ୍ୱର ଭଞ୍ଜନଗର /ବୁଗୁଡ଼ା ଗାଡି ଯିବା ଆସିବା ବନ୍ଦ ରହିବା ସହ ଉଭୟ ପଟରେ ସତାଧିକ ଯାନବାହନ ଅଟକି ରହିଥିବାରୁ ଯାତ୍ରୀ ଓ ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave A Reply

Your email address will not be published.