​ଉପରକଡିଙ୍ଗାରେ ଭକ୍ତିମୟ ପରିବେଶରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ: ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାବେଶ

9

​
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ଅବସରରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ବାଙ୍କାମ୍ବପଞ୍ଚାୟତ ଉପରକଡିଙ୍ଗା ଗ୍ରାମରେ ଧୁମଧାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଧର୍ମୀୟ ଅନୁଷ୍ଠାନକୁ ନେଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ମଙ୍ଗଳବାର ଦିନ ବାମଣଦର ଝରଣାରୁ ୧୦୮ କଳସ ରେ ଜଳ ଆଣି ଭବ୍ଯ ଶୋଭାଯାତ୍ରା ସହ ଅଧିବାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ଜଳଯାତ୍ରା କାର୍ଯ୍ୟକ୍ରମରେ ଗ୍ରାମ ଏବଂ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଉତ୍ସାହର ସହିତ ଯୋଗଦେଇଥିଲେ।ବୁଧବାର ସକାଳ ୭ଟା ସମୟରେ ମହାମନ୍ତ୍ର ନାମଯଜ୍ଞ ଆରମ୍ଭ ହୋଇଥିଲା। ଏହି ଯଜ୍ଞରେ ମୋଟ ୧୭ଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ସୁମଧୁର ହରିନାମ ସଂକୀର୍ତ୍ତନ ପରିବେଶକୁ ପ୍ରକମ୍ପିତ କରିଥିଲେ। ଉତ୍ସବରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ। କମିଟି ପକ୍ଷରୁ ସମସ୍ତ ଭକ୍ତଙ୍କ ନିମନ୍ତେ ଆନନ୍ଦ ବଜାରରେ ମହାପ୍ରସାଦ ସେବନର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।​ଏହି କାର୍ଯ୍ୟକ୍ରମରେ ବାଙ୍କାମ୍ବ ସରପଞ୍ଚ ପିଲକୁ ମାଝୀ ଓ ସୁଣ୍ଢି ସଂଘର ସଭାପତି ବିଜୟରତ୍ନ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବହୁ ଦୂରଦୂରାନ୍ତରୁ ଆସିଥିବା ବନ୍ଧୁବାନ୍ଧବ ଓ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ।ଯଜ୍ଞ ପରିଚାଳନା ଏବଂ ସଫଳ ରୂପାୟନରେ କାଶିନାଥ ସାହୁ, ଭ୍ରମର ସାହୁ, ବାପି ସାହୁ, ସୂଦର୍ଶନ ସାହୁ, ସନ୍ତୋଷ କୁମାର ସାହୁ, କାର୍ତିକ ସାହୁ, ମାର୍କଣ୍ଡ ସାହୁ, ମିଥୁନ ସାହୁ, ସିମାଞ୍ଚଳ ସାହୁ, ଗୌରାଙ୍ଗ ସାହୁ, ରାଜୁ ସାହୁ, ନାରାୟଣ ସାହୁ, ଟୁନା ସାହୁ, ସିମା ସାହୁ, ଚୈତନ ସାହୁ, ଗଣେଶ ସାହୁ, ଦାସରଥୀ ଝୋଡିଆ, ଭାଗିରଥୀ ଝୋଡିଆ, ବିଜୁ ଝୋଡିଆ, ସଦା ଝୋଡିଆ, ଶଙ୍କର ସାହୁ, ସୁକଦେବ ଝୋଡିଆଙ୍କ ସମେତ ସମସ୍ତ ଉପରକଡିଙ୍ଗା ଗ୍ରାମବାସୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.