ଏକାମ୍ର ସଂଗଠନ ପକ୍ଷରୁ ବିଶାଳ ଗ୍ରାମାଚଂଳ ରଜ ମହୋତ୍ସବ

0

ଭୁବନେଶ୍ୱର : ଓଡ଼ିଶାର ପରମ୍ପରା ବଜାୟ ରଖିବା ପାଇଁ ଏକାମ୍ର ସଂଗଠନ ପକ୍ଷରୁ ଧଉଳି ପଂଚାୟତ ଅଧିନ ଗୋପିନାଥପୁର ମେଳଣ ପଡ଼ିଆରେ ବିଶାଳ ଗ୍ରାମାଚଂଳ ରଜ ମହୋତ୍ସବ ଅନୁଷ୍ଠିତ  ହୋଇଯାଇଛି  । ଧଉଳି ମହିଳା ଓ ଯୁବ ସଂଗଠନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଡ଼ପିଠା, ପାନ ଭଙ୍ଗା, ତାସ ଖେଳ ପରିବେଶରେ ରଜଦୋଳିରେ ଯୁବତୀମାନେ ଖେଳ ସହ ପାମ୍ପାରିକ ଗିତ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ଅମୀୟ ଦାଶ, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ, ବିଷ୍ଣୁ ପ୍ରସାଦ ନନ୍ଦ, ରଶ୍ମୀପ୍ରଭା ସାମନ୍ତରାୟ ସମେତ ବହୁ ମହିଳା, ଯୁବତୀ, ଯୁବକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.