ଟିଭି ସିରିଏଲ ଏବଂ ସିନେମା ଦୁନିଆ ଧିରେ ଧୀରେ ନାଟ୍ୟ ପରମ୍ପରା ପ୍ରତି ଆହ୍ୱାନ ସୃଷ୍ଟି କରୁଛି କଳା ସାହିତ୍ୟ ସଂସ୍କୃତି By SPNEWS On Jan 26, 2018 0 Share ୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ ବଲାଙ୍ଗିରରୁ ନିରୋଜ ମିଶ୍ର : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ଦ୍ୱାରା କୋଶଳ କଳାମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ। ଟିଭି ସିରିଏଲ ଏବଂ ସିନେମା ଦୁନିଆରେ ଧିରେ ଧୀରେ ନାଟ୍ୟ ପରମ୍ପରା ଲୋପ ପାଇବାରେ ବସିଛି। ଲୋକ କଳା ଓ ଲୋକ ସଂସ୍କୃତିକୁ ବଂଚାଇ ରଖିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୁଏ ଏହି ମଠଖାଇ ମହୋତ୍ସବ। ରବିବାର ସକାଳୁ ସକାଳୁ ବଲାଙ୍ଗିର ସହର ଉପକଣ୍ଠରେ ଜଂଗଳ ପାହାଡ ଘେରା ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତିକୁ ଶୋଭାଯାତ୍ରାରେ କୋଶଳ କଳାମଣ୍ଡଳ ପଡିଆ ନିକଟକୁ ଅଣାଯାଇଥିଲା। ନାଟ୍ୟଜ୍ୟୋତିକୁ ସ୍ୱାଗତ କରିବା ସହିତ ଏହାକୁ ଗ୍ରହଣ କରି ମଂଚ ନିକଟରେ ସ୍ଥାପନ କରିଥିଲେ ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର। ନାଟ୍ୟ ସ୍ଥାପନ ହେବା ପରେ ଶ୍ରୀଯୁକ୍ତ ମିଶ୍ର ମଠଖାଇ ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ ଘୋଷଣା କରିଥିଲେ। ତାପରେ ପରେ ଆରମ୍ଭ ହୋଇଥିଲ ରଂଗାରଂଗ ସାଂସ୍କୃତିକ ଶୋଭାଯାତ୍ରା। କୋଶଳ କଳାମଣ୍ଡଳ ପଡିଆ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ଦୁଲ୍କି ଯାଇଥିଲା ସାରା ସହର। ଏହା ସହିତ ପରଭା, କିର୍ତ୍ତନ ଓ ଘଣ୍ଟବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ଝୁମିଥିଲେ ଦେଖଣାହାରୀ। ସଭା ପରେ ପରେ ଆରମ୍ଭ ହୋଇଥିଲା ପ୍ରଥମ ସନ୍ଧ୍ୟାର ନାଟକ। ପ୍ରଥମ ସନ୍ଧ୍ୟାରେ ମୁମ୍ବାଇର ରାଏର ରିପୋଟାରୀରୁ କଳାକାର ପରିବେଷଣ କରିଥଲେ। ନାଟକ ‘ପିଆନୋ’ ନାଟକରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ପ୍ରଖ୍ୟାତ ସିନେ କଳାକାର ରଘୁବୀର ଯାଦବ। ବର୍ତ୍ତମାନର ସମାଜରେ ଅଧିକାଂଶ ଲୋକ ଏକାକୀ ଭାବରେ ଜୀବନ ବିତାଉଛନ୍ତି ଅଧିକାଂଶ ବାପା ମାଁଙ୍କୁ ଏକୁଟିଆ ଛାଡି ଦେଉଛନ୍ତି ପୁଅ, ଝିଅ ଏକାକୀ ରହି ମାନସିକ ଚିନ୍ତାରେ ରହୁଥିବା ଲୋକଙ୍କୁ ନେଇ ଗତିଶୀଳ ହୋଇଥିବା ନାଟକ ‘ପିଆନୋ’ କିନ୍ତୁ ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ହେଉଛି। ମାନସିକ ବିଷାଦଗ୍ରସ୍ତ ଲୋକକୁ ମଧ୍ୟ ସଂଗୀତ ମୁଖ୍ୟ ସ୍ରୋତକୁ ଆଣିପାରିଥାଏ ବୋଲି ନାଟକ ପିଆନୋରେ ସମାଜକୁ ବାର୍ତ୍ତା ଦିଆଯାଇଥିଲା ‘ପିପିଲି ଲାଇଭ’ ହେଉ କିମ୍ବା ଲଗାନ, ବିଭିନ୍ନ ସୁପରହିଟ ଚଳଚ୍ଚିତ୍ର ଚମତ୍କାର ଅଭିନୟ କରିଥିବା ରଘୁବୀର ଯାଦବଙ୍କୁ ଆଖି ସାମ୍ନାରେ ନାଟକରେ ଅଭିନୟ କରୁଥିବା ଦୃଶ୍ୟକୁ ବେଶ ମନଭରି ଉପଭୋଗ କରିଥିଲେ ଦର୍ଶକ। ଶୀତୁଆ ସନ୍ଧ୍ୟାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ ରଘୁବୀର ଯାଦବ। ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ମହୋତ୍ସବ। 0 Share FacebookTwitterGoogle+ReddItWhatsAppPinterestEmail