ସମ୍ୱିଧାନ ପ୍ରତ୍ୟେକ ଦେଶର ଅମୂଲ୍ୟ ସମ୍ପଦ : ଏହାର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ – ମନ୍ତ୍ରୀ ଶ୍ରୀ ଆରୁଖ ।

0

ଯାଜପୁରରୁ ଜୟଶଙ୍କର ଦାଶ  :ସମ୍ୱିଧାନ ପ୍ରତ୍ୟେକ ଦେଶର ଅମୂଲ୍ୟ  ସମ୍ପଦ ।  ଏହାକୁ ପ୍ରତ୍ୟେକ ନାଗରିକ ସମ୍ମାନ ଜଣାଇବା ସହ ଅକ୍ଷୂର୍ଣ୍ଣ ରଖିବାକୁ  ମନ୍ତ୍ରୀ  ବିକ୍ରମ କେଶରୀ ଆରୁଖ  ଆହ୍ୱାନ ଦେଇଚ୍ଥନ୍ତି ।  ଶୁକ୍ରବାର କୁସୁମା ପୋଖରୀ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ୬୯ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ପରିଦର୍ଶନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି  ମନ୍ତ୍ରୀ ଶ୍ରୀ ଆରୁଖ  ଆଜିର ଦିବସ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ ବୋଲି କହିଥିଲେ ।   ଏହି ପବିତ୍ର ଦିବସରେ ଦେଶର ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ମହାତ୍ମା ଗାନ୍ଧି, ଜବାହରଲାଲ ନେହେରୁ, ସୁଭାଷ ବୋଷ, ବଲ୍ଟଭ ଭାଇ ପଟେଲ, ମୈାଲାନା ଆବୁଲ କାଲାମ ଆଜାଦ ଓ ସମ୍ୱିଧାନ ପ୍ରଣେତା ଡଃ ଭୀମରାଓ ଆମ୍ୱେଦକର ପ୍ରଭୃତି ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ  କରିବା ସହ ସ୍ୱାଧୀନତା ସଂଗ୍ରାମରେ ଜିଲ୍ଲାର ଅବଦାନକୁ ସ୍ମ୍ମରଣ କରି ବରୀର ବୀର ସହୀଦ ମାୟାଧର ଭୂୟାଁ, ହାଡିବନ୍ଧୁ ପଣ୍ଡା, ସାନନ୍ଦ ସ୍ୱାଇଁ ଓ ସାଊଁଟି ମଲି୍ଳ୍କଙ୍କ ସ୍ମୃତିଚାରଣ କରିଥିଲେ ।   ଯାଜପୁର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ସୁଦୂର  ପ୍ରସାରୀ ।  ବିକାଶରେ ଜିଲ୍ଲା ବେଶ ଅଗ୍ରଣୀ ।   ଜିଲ୍ଲା ରେ ବିଜୁ ସେତୁ ଯୋଜନାରେ ୪୦ ଟି ସେତୁ ସଂପୂର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ଆଉ ୮ ଗୋଟି ସେତୁ ନିର୍ମାଣର ବ୍ୟବସ୍ଥା ହୋଇଚ୍ଥି ।  ଗମନା ଗମନ ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଜିଲ୍ଲାରେ ୧୩୫ କୋଟି ଟଂକା ବ୍ୟୟରେ ୩୦୭ କି.ମି. ର ୧୩୮ ଟି ରାସ୍ତା ନିର୍ମାଣ ହୋଇଚ୍ଥି, ଯାହାଦ୍ୱାରା ୨ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଊପକୃତ ହେଊଚ୍ଥନ୍ତି । ସମଗ୍ର ଦେଶରେ  ଆମ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହେବା ଆମ ସଭିଙ୍କ ପାଇଁ ଗର୍ବ ଓ ଗୈାରବ ।  ୨୦୦୦ ମସିହାରେ କୃଷି ଉତ୍ପାଦନ  ଠାରୁ ବର୍ତ୍ତମାନ ୨ ଗୁଣ ଉତ୍ପାଦନ ବୃଦ୍ଧି ହୋଇଥିବା ବେଳେ ସମଗ୍ର ଦେଶରେ ଆମ ରାଜ୍ୟ ୪ ଥର କୃଷି କର୍ମଣ ପୁରସ୍କାର ହାସଲ କରିଚ୍ଥି ।  ଦେଶରେ ୨ୟ ରାଜ୍ୟ ଭାବେ ଓଡିଶା ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଚ୍ଥି ।  ଯାଜପୁର ଜିଲ୍ଲା  ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ପ୍ରଥମ ହୋଇଚ୍ଥି ଓ ଦ୍ରୁତ ବିକାଶ ଲାଭ କରିଚ୍ଥି ।  ଏଥିରେ ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଆରୁଖ ଆହ୍ୱାନ ଦେଇଥିଲେ ।   ପରେ ମୁଖ୍ୟ ଅତିଥି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଜିଲ୍ଲାର ସର୍ବାଧିକ ନମ୍ୱର ପ୍ରାପ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଚ୍ଥକର ଚ୍ଥାତ୍ରୀ   ମଧୁମିତା ଶତପଥୀ,  କିକ୍ ବକ୍ସିଂରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଚିତାଳୋ ମହାବିଦ୍ୟାଳର ଚ୍ଥାତ୍ରୀ  ମନ୍ଦିଶା ବୋଇତାଇ, ଶ୍ରେଷ୍ଠ  ସେବିକା ଭାବେ  ସୁକିନ୍ଦା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରର ଯଶୋଧରା ସାହୁ, ସର୍ବାଧିକ ରକ୍ତ ସଂଗ୍ରହ କରିଥିବା କୋତପୁର ଉଚ୍ଚ ବିଦ୍ୟାଳୟ, ରସୁଲପୁର ଜୀବନ ବିନ୍ଦୁ ସଂଗଠନର  କାର୍ଯ୍ୟକର୍ତ୍ତାଙ୍କୁ,  ଶ୍ରେଷ୍ଠ  ଉଦ୍ୟାନ କୃଷି ପାଇଁ  ବଡଚଣାର ମହିଷିଆଗୋଠର  ପ୍ରିତିନନ୍ଦା ବରାଳ, ନୂଆଦିଲ୍ଲୀ  ଠାରେ  ୨୫ ତମ  ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ  ପ୍ରତିଯୋଗିତାରେ ଶ୍ରେଷ୍ଠ  ବିଜ୍ଞାନ ପ୍ରକଳ୍ପରେ  କୃତିତ୍ୱ ଅର୍ଜନ କରିଥିବା ଦଶରଥପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ଓ ଗାଇଡ୍ ଶିକ୍ଷକ,  ରାଜ୍ୟ ସ୍ତରୀୟ ଶିଶୁ ମହୋସôବ “ସୁରଭି” ସ୍ଳୋଗାନ ପ୍ରତିଯୋଗିତାରେ  ପ୍ରଥମ ହୋଇଥିବା ଜିଲ୍ଳ୍ା ସ୍କୁଲ  ଚ୍ଥାତ୍ରୀ ଦେବଦତ୍ତା ଦାଶ, ଜିଲ୍ଲା  ସୁସ୍ଥ ପଞ୍ଚାୟତ ପୁରସ୍କାର ବଡଚଣା ବ୍ଳ୍କର ରାଧାଦେଇପୁର ପଞ୍ଚାୟତ, କୋରାଇ ବ୍ଳକର ଖମଣ ପଞ୍ଚାୟତ, ସୁକିନ୍ଦା ବ୍ଳକର ଲେମ୍ୱୋ ପଞ୍ଚାୟତ ଓ ଦାନଗଦୀ ବ୍ଳ୍କର ମଙ୍ଗଳପୁର ପଞ୍ଚାୟତର ସରପଞ୍ଚଙ୍କୁ ମନ୍ତ୍ରୀ ପୁରସ୍କୃତ  କରିଥିଲେ ।   ପ୍ରତ୍ୟେକଙ୍କୁ ଟ୍ରପିଂ,   ମାନପତ୍ର  ସହ ଗୋଟିଏ ଗୋଟିଏ ପଂଳ ଚାରା ପ୍ରଦାନ କରିଥିଲେ ।  ପୂର୍ବରୁ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।  ପ୍ୟାରେଡରେ ମୋଟ ୪୮ ଗୋଟି ଦଳ ଅଂଶ ଗ୍ରହଣ   କରିଥିଲେ ।  ଏଥିରେ ଏନ୍.ସି.ସି. ବିଭାଗରେ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟର ବାଳକ ଜେ.ଆର୍.ସି.  ପ୍ରଥମ, ଜିଲ୍ଲା  ସ୍କୁଲ, ଯାଜପୁର ଏନ୍.ସି.ସି. ଦ୍ୱିତୀୟ,  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନଗର ସିନିୟର ଗାଇଡ୍ ତୃତୀୟ, ମହା ବିଦ୍ୟାଳୟ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟ, ବାଳକ ବର୍ଗ ପ୍ରଥମ,  ବିଦ୍ୱାନ ଆବାସିକ ମହାବିଦ୍ୟାଳୟ ଦ୍ଵିତୀୟ , ବିରଜା ମହିଳା ମହାବିଦ୍ୟାଳୟ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ  ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲି ବାଳିକା ବର୍ଗ ପ୍ରଥମ,  ଆପେକ୍ସ ଇଂଲିଶ୍ ମିଡିୟମ  ସ୍କୁଲ  ବାଳକ ଗ୍ରୁପ ଦ୍ୱିତୀୟ, ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ବାଳକ ତୃତୀୟ, ମାଧ୍ୟମିକ ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଚ୍ଥକ ବାଳକ ପ୍ରଥମ, ବାହାବଳପୁର ନୋଡାଲ ସ୍କୁଲ ବାଳକ ଓ ବାଳିକା ବର୍ଗ ଦ୍ଵିତୀୟ , ଗରିଆପୁର ୟୁ .ଜି.ଏମ୍.ଇ. ସ୍କୁଲ  ବାଳକ ଓ  ବାଳିକା ବର୍ଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଶ୍ରେଷ୍ଠ କମାଣ୍ଡର ଭାବେ ଚିତାଳୋ  ମହା ବିଦ୍ୟାଳୟର ସ୍ୱାଗତ ଦାସ, ପ୍ୟାରେଡ୍ କମାଣ୍ଡର କାହ୍ନୁ ଚରଣ ମାରାଣ୍ଡି  ସେକେଣ୍ଡ ଇନ୍  କମାଣ୍ଡ ମହେଶ୍ୱର ପରିଡାଙ୍କୁ ପୁରସ୍କୃତ କରାଯାଇଥିଲା ।   ପରେ ଜବାହର ନବୋଦୟ ବିଦ୍ୟାଳୟ, ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯାଜପୁର ନଗର,  ସର୍ବମଙ୍ଗଳ ଊଚ୍ଚ ବିଦ୍ୟାଳୟ, ଯାଜପୁର ଡି.ଏ.ଭି.  ପବ୍ଲିକ  ସ୍କୁଲ,  ଊଦୟଗିରି ଶୋଭନୀୟ ଶିକ୍ଷାଶ୍ରମର ଚ୍ଥାତ୍ର ଚ୍ଥାତ୍ରୀ ଓ ବାଳିକା ଆତ୍ମରକ୍ଷା କୈାଶଳର  ଚ୍ଥାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ପରେ ପରେ ମୁଖ୍ୟ ଅତିଥି ଜିଲ୍ଲା ତ୍ମଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ ବଣ୍ଟନ, କୁଷ୍ଠାଶ୍ରମ  ଓ ବାଳାଶ୍ରମର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପୂର୍ବରୁ ମୁଖ୍ୟ ଅତିଥି ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।   ବିଭିନ୍ନ ଶିକ୍ଷାନୁଷ୍ଠାନ  ଚ୍ଥାତ୍ଥ୍ର ଚ୍ଥାତ୍ରୀ ମାନେ ପ୍ରଭାତପେଂରୀ କରିଥିଲେ ।  ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,   ଜିଲ୍ଲାପାଳ ରଂଜନ କୁମାର ଦାସ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜ ଗୋପାଳ ଆଚାର୍ଯ୍ୟ, ଯାଜପୁର  ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଅତିରିକ୍ତ ଏସ୍.ପି. ଗୋପାଳ ପଟ୍ଟନାୟକ, ଅସିତ୍ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର,  ଏସ୍.ଡି.ପି.ଓ. ପ୍ରଶାନ୍ତ କୁମାର ମଲ୍ଲ , ଯାଜପୁର ଥାନା ଅଧିକାରୀ ମାନସ ଚକ୍ର, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି,  ଶିକ୍ଷକ ଶିକ୍ଷୟତ୍ରୀ, ଚ୍ଥାତ୍ର ଚ୍ଥାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ ।  ପ୍ରତୁ୍ୟଷ ଘ. ୪.୩୦ ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ  ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସମସ୍ତ କର୍ମଚାରିଙ୍କ ଦ୍ୱାରା  କାର୍ଯ୍ୟକ୍ରମ  ପରିଚାଳନା କରାଯାଇଥିଲା  ।

 

 

Leave A Reply

Your email address will not be published.