ଜାମୁମାଲ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ସହାଭାଗୀ ବୈଠକ

31

ଜମନକିରା (ଲିପନ ନାଏକ ) ସହିଦ ବୀର ବିର୍ସା ମୁଣ୍ଡା ଙ୍କ ୧୫୧ ତମ ବାର୍ଷିକ ଉତ୍ସବ ରେ ଜାମୁମାଲ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ସହାଭାଗୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟଅତିଥି ଭାବେ ଗ୍ରାମର ବୈଜ୍ୟେଷ୍ଠ ବ୍ୟକ୍ତି ଈଶ୍ୱର ମାଝୀ ଉପସ୍ଥିତ ରହିଥିଲେ l ସେହିପରି ସନ୍ନମାନୀତ ଅତିଥିଭାବେ ସ୍କୁଲ ଚ୍ୟାରମେନ ଉପେନ୍ଦ୍ର ମୁଣ୍ଡା, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ଚିୟାର୍ମେନ ପ୍ରଶାନ୍ତ ବରିହା ମଂଚାସୀନ ହୋଇଥିଲେ l ବିଦ୍ୟାଳୟ ସହକାରୀ ଶିକ୍ଷକ ଖିରୋଦ ଚନ୍ଦ୍ର ନାଏକ ସଭାପରିଚାଳନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନନ୍ଦା ପଟେଲ ଜୀବନ କୌଶଳ ଉପରେ ଛାତ୍ରଛାତ୍ରୀ ଙ୍କୁ ବୁଝାଏ କହିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିର୍ସା ମୁଣ୍ଡା ଙ୍କ ବିଷୟରେ କହିବା ସହ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ l

ଏହି ଅବସରରେ ସ୍କୁଲରେ ବିଭିନ୍ନ ନାଚଗୀତ, ଡିବେଟ,ରଙ୍ଗୋଲି, କୁଇଜ ଭଳି ବିଭିନ୍ନ ପ୍ରତିଯୋଗିତା ହୋଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ସହକାରୀ ଶିକ୍ଷକ ସରୋଜ ପଟେଲ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ଫଳାଫଳ ବିଷୟରେ କହିଥିବାବେଳେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ସୁନୀଲ କୁମାର ନାଗ, କୁମୋଦ ମୁଣ୍ଡା, ପୂଜା ମାଝୀ, ଲେଡି ମେଟରନ ତାପସ୍ୱାନି ନାଏକ, ମହାଶ୍ୱର କାଲୋ, ରୋହିତ ନାଏକ, କୈଳାସିନୀ ନାଏକ, ରାଇବାରୀ ମୁଣ୍ଡା ସାହାଯ୍ୟ ସହଯୋଗ କରିଥିଲେ l ଶେଷରେ ଖିରୋଦ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ ଜଣାଇଥିଲେ l

Leave A Reply

Your email address will not be published.