ବଞ୍ଜାରୀ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ସହାଭାଗୀ ବୈଠକ

18

ସମ୍ବଲପୁର(ଲିପନ ନାଏକ ) ସହିଦ ବୀର ବିର୍ସା ମୁଣ୍ଡା ୧୫୧ ତମ ବାର୍ଷିକ ଉତ୍ସବରେ ବଞ୍ଜାରୀ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ସହାଭାଗୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ଝଙ୍କାର ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷକ ନୀଳମଣି ଝଙ୍କାର ବିର୍ସା ମୁଣ୍ଡା ଦେଶ ପ୍ରତି ବଳିଦାନ, ଦେଶଭକ୍ତି ଏବଂ ଛାତ୍ରଛାତ୍ରୀ କିଭଳି ଭାବରେ ଉତ୍ତମ ଚରିତ୍ର ଗଠନ କରି ମହାପୁରୁଷ ଙ୍କୁ ଅନୁସରଣ କରି ଜୀବନ ଗଠନ କରିବା ତାହାଉପରେ ଜଣାଇଥିଲେ l ଏହି ଅବସରରେ ମୁଖ୍ୟତିଥି ଭାବେ ବଡ଼ମାଳ ସମିତି ସଭ୍ୟା ଜେମାଦେଇ ମାଝୀ ଏବଂ ସନ୍ନମାନୀତ ଅତିଥିଭାବେ ସ୍କୁଲ ଚେୟାର୍ମେନ ଦେବେନ୍ଦ୍ର ମାଝୀ ଉପଦେଷ୍ଟା କିଶୋର କୁମାର ବାଘ, ମୁକ୍ତେଶ୍ଵର ମାଝୀ, କୃଷ୍ଣଚନ୍ଦ୍ର ବାଘ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଜୀବନ କୌଶଳ ତଥା ଉଚିତ ଚରିତ୍ରବାନ ହେବା ପାଇଁ ଅଭିଭାଷଣ ରେ କହିଥିଲେ l

ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନୀଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଖେଳ ଶିକ୍ଷକ ଭାବନୀ ଶଙ୍କର ନାଏକ, ଶିକ୍ଷୟତ୍ରୀ ବନିତା କିସାନ, ଜୟନ୍ତୀ କିସାନ ସାହାଯ୍ୟ ସହଯୋଗ କରିଥିଲେ l ଶେଷରେ ରଙ୍ଗୋଲି, ଚିତ୍ରାଙ୍ଗନ, ବକୃତା ଗୀତ ଇତ୍ୟାଦି ରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯଇଥିଲା l ସହକାରୀ ଶିକ୍ଷକ ଶୋଭିତ କୁମାର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.