ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ ବେଳେ ବାଲେଶ୍ୱର ବିଧାୟକଙ୍କ ଉଦବେଗ

0

ସ୍ୱଚ୍ଛତା ଓ ମହାନାଳରେ ହୋଇଥିବା ଅନୟମିତତା ପ୍ରସଙ୍ଗ ଉଠିବ ବିଧାନସଭାରେ

ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ) ଆଜି ବାଲେଶ୍ୱର ମୁନିସିପାଲଟିକୁ ସୌଜନ୍ୟ ମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସର୍ମ୍ପକରେ ସମୀକ୍ଷା କରିଥିଲେ । ପୈାରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରସେନ ରାଉତ ସର୍ବପ୍ରଥମେ ସୌଜନ୍ୟ ମୂଳକଭାବେ ସମସ୍ତ ଅଧିକାରୀ ମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ ନୂତନ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବିଧାୟକ ଶ୍ରୀ ଦତ୍ତ ମହାନାଳ କାର୍ଯ୍ୟ , ସହରର ସଫେଇ ଏବଂ ବାକିଥିବା କାର୍ଯ୍ୟ ବିଷୟରେ ତଦାରଖ କରିବା ବେଳେ ଏଥିରେ ହୋଇଥିବା ବ୍ୟାପକ ଅନୟମିତତାକୁ ଲକ୍ଷ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏହାର ଉତ୍ତର ନଦେଇ ଚୁପ୍ ରହିଥିଲେ । ମହାନାଳ ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ବର୍ଷା ଋତୁ ଆଗକୁ ଆସୁଥିବା ସ୍ଥଳେ ଏହାର କାର୍ଯ୍ୟ ଫଳକରେ ସିମିତ ରହିବା ଏବଂ ଏର୍ଯ୍ୟାବତ ନାଳଗୁଡିକର ସଫେଇ କାର୍ଯ୍ୟ ନଆରମ୍ଭ କରିବା ଅତ୍ୟନ୍ତ ଦୁଖ୍ୟର ବିଷୟ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ । ସାଧାରଣ ଗରିବ ଲୋକଙ୍କ ସମସ୍ୟା ଏବଂ ନିରପେକ୍ଷ ଭାବେ ସମସ୍ତ ଜନସାଧାରନଙ୍କୁ ପୈାରପାଳିକାରୁ ସାହାର୍ଯ୍ୟ ମିଳିବା ନେଇ ଧ୍ୟ୍ୟାନ ଦେବା ପାଇଁ ଶ୍ରୀ ଦତ୍ତ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ । ସହରର ବିଭିନ୍ନ କଲ୍ୟାଣ ମଣ୍ଡପ ଆଜି ଦିଗହରା ପଡିରହିଥିବା ବେଳେ ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଲୋକଙ୍କ ଅଭିଯୋଗ ଫାଇଲ ତଲେ ପଡିରହିଛି । କେନ୍ଦ୍ରୀୟ ଅମୃତ ଯୋଜନାର ଅର୍ଥ ସଠିକ୍ ଭାବେ ବିନିଯୋଗ ହୋଇନଥିବା ବେଳେ ଅନେକ ଲୋକାଭୀମୁଖୀ କାର୍ଯ୍ୟ ଆଜି ଅଧାପାନ୍ତିଆରେ । ଏ ସମସ୍ତ କଥା ତୁରନ୍ତ ବିଧାୟକ ଶ୍ରୀ ଦତ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ବେଳେ ଆଗାମୀ ବିଧାନ ସଭା ଅଧିବେସନରେ ସମସ୍ତ ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ଦତ୍ତ କହିଥିଲେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଉଥରେ ଏକ ସରକାରୀ ସମୀକ୍ଷା ବୈଠକ କାରାଯିବ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ନଗର ବିଜେପି ସଭାପତି ସୀତାକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, ଅଜିତ ମିଶ୍ର, ଉପେନ୍ଦ୍ରନାଥ ଶତପଥୀ, ଧିରଜ ମହାନ୍ତି, ସୁକ୍ତା ମହାପାତ୍ର, ମହୁଆ ପ୍ରଧାନ, ବିବେକ ମହାନ୍ତି, ସ୍ୱରଝଙ୍କାର ସେଠୀ, ସସ୍ମିତା ଚାନ୍ଦ, ଜାନକୀ ମହାର୍ଣ୍ଣା, ଶ୍ରୀୟା ଦାସ, ଯୋଗେନ ରଣା, ରଣ୍ଜିତ ପୃଷ୍ଟି, ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.