ଅଭାବନୀୟ ଘଟଣା: ଡାକିନେଲେ କାମ କରିବାକୁ, ହେଲେ ଫେରିଲା ଶବ

0

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ) : ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଅତି ଅଭାବନୀୟ ଘଟଣା | ଗତ୧୧ତାରିଖ ଦିନ ବେଳେ ସୁନାରୀପଡାର୍ ରାଜକିଶୋର ନାମକ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ସହରରେ ଚର୍ଚ୍ଚା ଜୋର ଧରିଛି |  ସୂଚନା ଅନୁଯାୟୀ କାଲି ଦିନ୧ଟା ସମୟରେ ଶଙ୍କର ପାଳ ଓ ଆଉ ଜଣେ ବ୍ୟକ୍ତି ସୁନାରୀପଡା ଆସି ରାଜକିଶୋରଙ୍କୁ ତାଙ୍କ ନିଜ ଫାର୍ମହାଉସ କିଞ୍ଜିରକେଲା ଥାନା ଅନ୍ତର୍ଗତ( ଠେଲାକୋବୁଡ଼)ରେ କଲର ମାରିବା ପାଇଁ ଘରୁ ଡାକି ନେଇଥିଲେ ହେଲେ ବାଇକ ଯୋଗେ ତିନିଜଣ ସନ୍ଧ୍ୟାରେ ସୁନ୍ଦରଗଡ଼କୁ ଫେରିବା ବେଳକୁ ସାନ ପତ୍ରପାଲି ପାଖରେ ବାଇକରୁ ପଡିଯାଇଥିବା ବେଳକୁ ପାଳ ଓ ତାଙ୍କ ସହଯୋଗୀ ତାଙ୍କୁ କୋଉ ଗଛତଳେ ଛାଡି ଚାଲି ଆସିଲେ | ହେଲେ  ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନ ଥିବା ବେଳେ ତାଙ୍କ ମୃତ ଦେହକୁ ପୋଲିସ ଖବର ନଦେଇ ନା ଶବ ବ୍ୟବଚ୍ଛେଦ କରି ପୋଡ଼ି ଦେଇଥିବା ଘଟଣା ଏବେ ସହରରେ ସରଗରମ ହୋଇଛି |

Leave A Reply

Your email address will not be published.