ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ )୨୦୧୯ ନିର୍ବାଚନରେ ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ମଧ୍ୟରୁ ୪ଟି ରେ ବିଜୟଲାଭ କରିବା ସହିତ ସାଂସଦ ଆସନ ମଧ୍ୟ ଦଖଲ କରିଛି ବିଜେଡି। ତେବେ ଏହି ଦଳର ପ୍ରାର୍ଥୀମାନଙ୍କ ବିଜୟ ବ୍ୟବଧାନ ଓ ହାରିବାର କାରଣ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜିଲ୍ଳା ଗସ୍ତରେ ଆସି ସମୀକ୍ଷା କରି ଫେରିଛନ୍ତି । ଜିଲ୍ଲାରେ ବିଜେଡିର ସାଂପ୍ରତିକ ସ୍ଥିତିକୁ ନେଇ ନିର୍ବାଚନମଣ୍ଡଳୀସ୍ତରୀୟ କମିଟି ଗଠନ କରି ପୂର୍ଣ୍ଣ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ।
ମନ୍ତ୍ରୀ ଶ୍ରୀ ସ୍ବାଇଁ ଭଦ୍ରକରେ ପହଂଚିବା ମାତ୍ରେ ପ୍ରଥମେ ତାଙ୍କୁ ଆରଡି ଛକଠାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ଉପସଭାପତି ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଳା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ ପ୍ରମୁଖ ସ୍ୱାଗତ କରିବା ସହ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ସାଳନ୍ଦୀ ଜଳସେଚନ ଡାକବଙ୍ଗଳା ପର୍ଯ୍ୟନ୍ତ ନେଇଥିଲେ । ସେଠାରୁ ମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ନୂଆ ବସଷ୍ଟାଣ୍ଡ ସ୍ଥିତ ବିଜେଡି ଜିଲ୍ଳା କାର୍ଯ୍ୟାଳୟକୁ ନିଆଯାଇଥିଲା । ଜିଲ୍ଲାର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଏବଂ ଅନ୍ୟାନ୍ୟ ନେତୃମଣ୍ଡଳୀ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ପୌରୋହିତ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ଭୋଟ ହାର ବିଗତ ନିର୍ବାଚନର ଭୋଟ ହାର ଠାରୁ କମିଛି କି ନାହିଁ ଯଦି କମିଛି ଏହାର କାରଣ କଣ ଖୋଜିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ କର୍ମୀ ନିଜକୁ ଦଳର ଜଣେ ଜଣେ ଯୋଦ୍ଧା ଭାବେ ଭାବି ଆଗକୁ ଆଗେଇବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ସାଂସଦ ଶ୍ରୀମତୀ ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ବିଜୟ ନାୟକଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦୂତଲତା ନାୟକ, ବରିଷ୍ଠ ନେତ୍ରୀ ତାହେରା ଖାତୁନ, ନେତା ଅଶୋକ ନାୟକ, ମାନସ ମହାନ୍ତି, ରଘୁନାଥ ଲେଙ୍କା, ମଳୟ ଜେନା, ସୋମନାଥ ସାହୁ, ଶ୍ୟାମସୁନ୍ଦର ନାୟକ, ରେବତୀ ନାୟକ, ଯୋଗୀ ଘଡେଇ, ମୁକୁନ୍ଦଦେବ ସାମଲ, ରଂଜନ ସାହୁ, ଲାଲା ଲଳିତ ନାୟକ, ରାକେଶ ପଣ୍ଡା, ପ୍ରିନ୍ସ ରାକେଶ ନାୟକ, ମହମ୍ମଦ ଲୋକା, ରଘୁନାଥ ପଣ୍ଡା, ଜ୍ୟୋତ୍ସ୍ନାମଂଜରୀ ରାଉତ, ସ୍ୱର୍ଣ୍ଣଲତା ନାୟକ, ଇକ୍ବାଲ ଖାଁ, ଜୁଲ୍ଫୁକର ଅଲ୍ଲୀ, ସେକ୍ ଜକାଉଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post