ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଆର୍‌.ଡି.ସି, ବ୍ରହ୍ମପୁର

14

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବ୍ରହ୍ମପୁର ରାଜସ୍ୱ ଆୟୁକ୍ତ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତ କରି ଆସିକା, ସୋରଡ଼ା ଓ ଧରାକୋଟ ବ୍ଲକ୍‌ ର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।
ପ୍ରଥମେ ସେ ଭଞ୍ଜନଗର ଗସ୍ତ କରି ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ସମସ୍ତ ବିଭାଗ ର ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବି, ତହସିଲଦାର ଅଭିପ୍ସା ପଟ୍ଟନାୟକ ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଅତିରିକ୍ତ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ,ପୈ। ରପରିଷଦ ଭଞ୍ଜନଗର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା,ଉପଖଣ୍ଡ ସୁଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ନାୟକ, ମତ୍ସ ବିଭାଗ ଅଧିକାରୀ, ଶିଶୁ ପ୍ରକଳ୍ପ ଅଧିକାରୀଣି ମିଲିମା କୁମାରୀ ପଣ୍ଡା ବିଇଓ ଲୋପାମୁଦ୍ରା ରଥ ସମସ୍ତେ ଉପସ୍ଥିତ ଥିଲେ
ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ସମ୍ପୃକ୍ତ ବ୍ଲକ୍‌ ର ବିଡିଓ ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ସମୟରେ ରାସନ କାର୍ଡଧାରୀ ଓ ଅଣରାସନ କାର୍ଡଧାରୀ ଙ୍କୁ ରିଲିଫ୍ ବଣ୍ଟନ, ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସଂଗ୍ରହ ଓ ଅର୍ଥ ଜମା ପ୍ରକ୍ରିୟା, ପ୍ରଭାବିତ ଗ୍ରାମଗୁଡ଼ିକର ଫସଲ କ୍ଷୟକ୍ଷତି ଆଦି ସମ୍ପର୍କରେ ଆର୍‌ଡିସି ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରିଲିଫ୍ ବଣ୍ଟନ ଓ ଆର୍ଥିକ ସହାୟତା ପ୍ରଦାନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ଅବସରରେ ଆର୍‌ଡିସି ସୋରଡ଼ା ବ୍ଲକ୍ ପରିଦର୍ଶନ କରିବା ସହ ଗୁଡ଼ିପଲ୍ଲୀ ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ରିଲିଫ୍ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ଆସ୍କା ଓ
ଭଞ୍ଜଗର ପୌରପରିଷଦ ର ବାଉଁଶଲୁଣ୍ଡି ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ରିଲିଫ୍ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ ର ସମସ୍ତ ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଏହାର ସର୍ବାଧିକ ସଦୁପଯୋଗ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ପ୍ରଭାବିତ ଅଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି, ବ୍ୟାପକ ସଫେଇ ଅଭିଯାନ ଏବଂ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଥିଲେ। କ୍ଷତିଗ୍ରସ୍ତ ଲୋକଙ୍କୁ ଭତ୍ତା ଓ ରିଲିଫ୍ ସହାୟତା ପ୍ରଦାନ ସହ ସମସ୍ତ ପୁନରୁଦ୍ଧାର କାର୍ଯ୍ୟକୁ ପୂର୍ଣ୍ଣ ତତ୍ପରତା ଓ ସମନ୍ୱୟର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ କରିବାକୁ ଆର୍‌ଡିସି ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.