ଅବିବାହିତ ଅସହାୟ ମହିଳାଙ୍କୁ ମିଳି ପାରୁନି ଆବାସ ଘର ,ଅନ୍ୟଙ୍କ ବାରଣ୍ଡାରେ ବିତୁଛି ଜୀବନ

18


ପଞ୍ଚାୟତିରାଜ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଏ ଅସହାୟ ମହିଳାଙ୍କ ଦୁଃଖ ବୁଝିବେ କି !


କୁଚିଣ୍ଡା : (ଅଜୟ କୁମାର ବାଘ) :
ସରକାରୀ ଯୋଜନା କାହା ପାଇଁ ? ଅସହାୟ ବ୍ୟକ୍ତି ତଥା ଅତ୍ୟାଚାର ସହିଥିବା ମହିଳା, ନିଃସହାୟ ମହିଳାଙ୍କ ପାଇଁ ନା ଘରେ ବସିରହିଥିବା ତଥା ସମସ୍ତ ସରକାରୀ ସୁବିଧା ପାଉଥିବା ଲୋକଙ୍କ ପାଇଁ ? ଡବଲ ଇଂଜିନ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତ ଗରିବ, ଅସହାୟ, ତଥା ନିଃସହାୟ ମହିଳା ଙ୍କ ପାଇଁ ଆବାସ ଯୋଜନା କରାଯିବ କିନ୍ତୁ ଏବେ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ଘର ଛାତ ଖଣ୍ଡେ ପାଇଁ ଭୋଗୁଛନ୍ତି ଦୁଃଖ l
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ ଗ୍ରାମର ଡୁଙ୍ଗାଘାଟ ପଡ଼ାରେ ଏବେ ଦେଖିବାକୁ ମିଳୁଛି ଅସହାୟ ମହିଳାଙ୍କ ଦୁର୍ଦ୍ଦଶା l ମହିଳା ଜଣକ ନିଜ ଘର ନ ରହୁଥିବା ବେଳେ ବାଧ୍ୟ ହୋଇ ଅନ୍ୟର ଘରେ ସାହାରା ନେଇ ଜୀବନ ଅତିବାହିତ କରୁଛନ୍ତି ମହିଳା l
ସୂଚନା ମୁତାବକ ଲାଡ଼ ଗ୍ରାମର ବାସନ୍ତୀ ପ୍ରଧାନ(୩୮)ଅବିବାହିତା ଅସହାୟ ମହିଳା ଏବେ ଆବାସ ଯୋଜନାରୁ ବଂଚିତ l ମହିଳା ଜଣକ ପିତା ମାତା ସ୍ୱର୍ଗ ଵାସ କରିଥିବାବେଳେ ବଡ଼ ଓ ସାନ ଭାଇ ସ୍ତ୍ରୀ ଓ ଛୁଆଙ୍କୁ ଅନ୍ୟତ୍ର ଘର ରହିଥିବା ବେଳେ ଏବେ ସେ ଅନ୍ୟ ସମ୍ପର୍କୀୟ ପରିବାର ଘରେ ଜୀବନ ଅତିବାହିତ କରୁଥିବା ଅଭିଯୋଗ ହୋଇଛି l ସରକାର ମହିଳା ମାନଙ୍କ ପାଇଁ ଯତ୍ନବାନ ସହଯୋଗ ର ପ୍ରତିବଧ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନେତା ତଥା ଓଡିଶା ସରକାରଙ୍କ ଜଣେ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ତଥା ଆର ପଞ୍ଚାୟତିରାଜ ର ମନ୍ତ୍ରୀ ହୋଇ ମଧ୍ୟ୍ୟ ଏହି ଭଳି ଅଭାବନୀୟ ଘଟଣା ତାଙ୍କ ନଜର କୁ କଣ ପାଇଁ ଆସି ପାରୁନାହିଁ l ମହିଳା ଜଣକ ଅଭିଯୋଗ କ୍ରମେ ସେ ଘର ଖଣ୍ଡିଏ ପାଇଁ ପ୍ରଶାସନିକ ଅଧିକାରୀଙ୍କପାଖରେ ଗୁହାରି କରିବା ସହ ସ୍ଥାନୀୟ ସରପଞ୍ଚ ଏବଂ ଚଳିତ ରାଜନୀତିରେ ଥିବା ନେତା ମାନଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରାଇ ସାରିଛନ୍ତି l କିନ୍ତୁ ତଥାପି ସେ ଆବାସ ଯୋଜନା ରୁ ବଂଚିତ ଅଛନ୍ତି l ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟ୍ୟରେ ଅସନ୍ତୋଷ ପ୍ରକାଶ ପାଇବାକୁ ବସୁଥିବା ବେଳେ ବିଭିନ୍ନ ଲୋକଙ୍କ ଠୁ ଶୁଣିବାକୁ ମିଳୁଛି ଆବାସ ଯୋଜନା କାହା ପାଇଁ? ଗରିବ ଅସହାୟ ଙ୍କ ପାଇଁ ନା ଧନୀ ବ୍ୟକ୍ତି ଙ୍କ ପାଇଁ? l ତୁରନ୍ତ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି l

Leave A Reply

Your email address will not be published.