ଅସାବଧାନତାରୁ ଚାଲିଗଲା ଜୀବନ, ଟ୍ରେନରେ କଟି ଯୁବକ ମୃତ

0

ବଡ଼ବିଲ (ଶାସକ ପ୍ରଶାସକ)

ଆଜି ମଧ୍ୟାହ୍ନରେ ଅସବଧାନତାରୁ ଜଣେ ଯୁବକ ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଲେ ବଡ଼ବିଲ ପାଲ ହଟିଂ ଅଞ୍ଚଳର ରାକେଶ ମହାନ୍ତ।  ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ରାକେଶ ଶୌଚ ପାଇଁ ଯାଇ ଫେରିବା ସମୟରେ ରେଳଧରଣାରେ ଚାଲି ଚାଲି ଆସୁଥିଲେ। ଏହି ସମୟରେ ବଡ଼ବିଲ-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ରାକେଶକୁ ଧକ୍କା ଦେଇଥିଲା, ଯାହା ଫଳରେ ରାକେଶର ମୁଣ୍ଡରେ ଆଘାତ ଲାଗିବା ସହିତ  ଡାହାଣ ଗୋଡ଼ର ପାଦ କଟି ଅଲଗା ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କିଛି  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେ କାନରେ ଇଅରଫୋନ୍ ଲଗାଇ ଗୀତ ଶୁଣୁଥିବା କାରଣରୁ ଟ୍ରେନ୍ ଆସିବା ଜାଣିପାରି ନ ଥିଲେ ଓ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଁଚି  ଅନୁଧ୍ୟାନ କରିଛି ।

Leave A Reply

Your email address will not be published.