ପାଇକମାଲ ଓ ନୃସିଂହନାଥ ପୀଠର ବିକାଶ ପାଇଁ ମିଳିତ ପ୍ରତିଶ୍ରୁତି ଦେଲେ ସାଂସଦ ଓ ବିଧାୟକ

0

ବରଗଡ / ପାଇକମାଲ :- ପାଇକମାଲ ପଂଚାୟତ ସମିତିର ଆଜି ଷଷ୍ଠ ବୈଠକ ପାଇକମାଲ ପଂଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି । ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ପ୍ରଥମେ ନବନିର୍ବାଚିତ ସାଂସଦ ଶ୍ରୀ ସୃରେଶ ପୂଜାରୀ ଓ ବିଧାୟକ ଶ୍ରୀ ବିଜୟ ରଂଜନ ସିଂହ ବରିହା ଙ୍କୁ ଉପସ୍ଥିତ ସରପଞ୍ଚ , ସମିତି ସଭ୍ୟ , ଓ ଅଧିକାରୀ ମାନଙ୍କର ଦ୍ୱାରା ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହି ଅବସର ରେ ସଭା ଗୃହରେ  ବିଧାୟକ ଓ  ସାଂସଦ ଙ୍କର ବନ୍ଧୁତା ସମସ୍ତ ଦେଖିବାକୁ ପାଇଥିଲେ । ଉଭୟ ନିଜର ପୁରୁଣା ଦିନର ବନ୍ଧୁତା ସମସ୍ତଙ୍କ ସହିତ ସେୟାର କରିଥିଲେ । ମାନ୍ୟବର ବିଧାୟକ ଶ୍ରୀ ବରିହା , ଆଜିକାର ବୈଠକରେ ମାନ୍ୟବର ସାଂସଦ ଙ୍କର ଉପସ୍ଥିତ ପାଇଁ ତାଙ୍କୁ ଧନ୍ୟବାଦ ଦେବା ସହିତ ପାଇକମାଲ ପଂଚାୟତ ସମିତି ବୈଠକରେ ପ୍ରଥମ ଥର ପାଇଁ ସ୍ଥାନୀୟ ସାଂସଦ  ଉପସ୍ଥିତି ରହିଛନ୍ତି ବୋଲି କହିଥିଲେ ।  ସାଂସଦ ଏହି ବୈଠକରେ ଅଳ୍ପ ସମୟ ରହିଥିଲେ ମଧ୍ୟ ପଦ୍ମପୁର ତଥା ପଶ୍ଚିମ ଓଡିଶାର ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର ବିକାଶ ନିମନ୍ତେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାଇଛନ୍ତି । ଏଥିପାଇଁ ସେ  ବିଧାୟକ ଶ୍ରୀ ବରୀହଙ୍କୁ ସବୁ ପ୍ରକାର ସହାୟତା କରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ପଦ୍ମପୁର ଅଞ୍ଚଳକୁ ରେଳ ସଂଯୋଗୀକରଣ ଓ ନୃସିଂହନାଥ ର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପାଇଁ  ସାଂସଦ ଙ୍କୁ ଶ୍ରୀ ବରିହା ଅନୁରୋଧ କରିଥିଲେ ।

ଏହାପରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ,ଯୋଜନା ର କାର୍ଯକରିତା ବାବଦରେ ଜଣାଇଥଲେ । ଏହି କ୍ରମରେ କୃଷି ବିଭାଗର ଅଧିକାରୀ ଝୁମି ମେହେର , ଉଦ୍ୟାନ କୃଷି ବିଭାଗର ଅଧିକାରୀ ମୁରଲୀଧର ମେହେର , ଶିକ୍ଷା ବିଭାଗର ଅଧିକାରୀ ଜନକ ଲାଲ ମେହେର , ପ୍ରାଣୀ ଚିକିତ୍ସାଳୟ ର ଦେବୀ ପ୍ରସାଦ ବେହେରା , ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ଡା ନାରାୟଣ ପସାପାଇଁୟତ , ପନୀୟ ଜଳ ବିଭାଗ ର ସତ୍ୟ ବ୍ରତ ମାଝୀ , ବିଦ୍ୟୁତ ବିଭାଗ ର ଅଧିକାରୀ ଶ୍ରୀ ପୁରନ୍ଦର ସାହୁ ଓ ଅନ୍ୟାନ୍ୟ ଅନେକ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗର ଆଗାମୀ କାର୍ଯ କ୍ରମ ବାବଦରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଉପସ୍ଥିତ ଜନ ପ୍ରତିନିଧି ମାନଙ୍କର ମତାମତ ଲୋଡିଥିଲେ ।

ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ , ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ , ଭାଗ ନେବାସହିତ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।ଆଜିକାର ଏହି ବୈଠକରେ ଅନେକ ଗୁଡିଏ ନୂତନ କାର୍ଯ ପାଇଁ ପ୍ରସ୍ତାବ ଗୃହୀତ ହେଉଛି । ପାଇକମାଲ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାୟକ ଏହି ବୈଠକକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.