ଦୁର୍ଘଟଣା ଘଟାଇଥିବା ହାଇବା ଜବତ, ଡ୍ରାଇଭର ଗିରଫ

0

ବଡ଼ବିଲ / (ଶାସକ ପ୍ରଶାସକ) ୨୧ ତାରିଖ ମଧ୍ୟରାତ୍ରୀରେ ଭଦ୍ରାସାହି ନିକଟସ୍ଥ ଟଂଟୋଠାରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଘଟଣାର ତଦନ୍ତ କରି ଦୁର୍ଘଟଣା ଘଟାଇଥିବା ଏକ ହାଇବା ଟ୍ରକକୁ ଜବତ କରିବା ସହ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ବଡ଼ବିଲ ପୋଲିସ। ପ୍ରକାଶ ଥାଉ କି ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଅଜିତ ଲୁଗୁନ ଓ ଫିଲମନ ମୁଣ୍ଡା  ଓଆର୦୯ ୮୬୧୧ ନଂ ବିଶିଷ୍ଟ ଏକ ବାଇକରେ ଯୋଡ଼ାରୁ କୋଇଡା ଅଭିମୁଖେ ଯିବା ସମୟରେ ଟଂଟୋ ନିକଟରେ କୌଣସି ଏକ ଗାଡି ସହ ଧକ୍କା ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ହେଁ ଦୁହେଁ ମୃତ୍ୟୁ ବରଣ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ତଦନ୍ତକାରୀ ଅଫିସର ଏସଆଇ ବି. ସୋୟ କୌଣସି ସୂତ୍ରରୁ ଖବର ପାଇ ରୁଗୁଡି ଅଞ୍ଚଳରୁ ସମ୍ପୃକ୍ତ ହାଇବା ଏମଏଚ୩୪ ଏଭି ୧୭୫୪କୁ ଜବତ କରିବା ସହ ଡ୍ରାଇଭର ରାମସିଂ ମୁଣ୍ଡାକୁ ଗିରଫ କରିଥିଲେ। ଅଭିଯୁକ୍ତ ରାମସିଂ ଦୁର୍ଘଟଣା ଘଟାଇଥିବା ସ୍ୱୀକାର କରିଥିବାର ଜଣାପଡିଛି।

Leave A Reply

Your email address will not be published.