ଝାରବନ୍ଧ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

9


ଝାରବନ୍ଧ – ମନୋହର ଦାଶ: ଗଣତନ୍ତ୍ର ଶାସନର ସଫଲତା ଚାରୋଟି ସ୍ତମ୍ଭ ଉପରେ ନିର୍ଭର କରେ । ସେଗୁଡ଼ିକ ହେଲା ବ୍ୟବସ୍ଥାପିକା, କର୍ଯ୍ୟପାଲିକ ,ନ୍ୟାୟପାଳିକା ଓ ଗଣମାଧ୍ୟମ । ଗଣମାଧ୍ୟମ ର ଉତ୍ତରଦାୟିତ୍ୱ ସବୁଠାରୁ ବେଶୀ ।ସମ୍ବାଦ ଓ ସାମ୍ବାଦିକତା ର ଯଥେଷ୍ଟ ଗୁରୁତ୍ୱ ରହିଛି।ଇଣ୍ଟରନେଟ ଓ ବୈଦ୍ୟୁତିକ ଗଣମାଧ୍ୟମ ର ବହୁଳ ପ୍ରସାର ପ୍ରଚାର ଗଣତନ୍ତ୍ର ର ସୁରକ୍ଷା କୁ ଆହୁରି ଶକ୍ତ ଓ ଦୃଢ଼ କରିପାରିଛି ବୋଲି ଝାରବନ୍ଧ ସାମ୍ବାଦିକ ଭବନ ଠାରେ ସଂଘ ର ଏକ ବୈଠକ ରେ ସାମ୍ବାଦିକ ମାନେ ମତ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ମନୋହର ଦାଶ ଙ୍କ ସଭାପତିତ୍ବ ରେ ସଂଘ ର ନୂତନ କର୍ମକର୍ତ୍ତା ଚୟନ ହୋଇଛି । ସଭାପତି ଭାବେ ସାମ୍ବାଦିକ ଦେବେନ୍ଦ୍ର ସାହୁ,ସମ୍ପାଦକ ଭାବେ ସାମ୍ବାଦିକ ଜହନ କୁମ୍ଭାର,ଓ କୋଷାଧ୍ୟକ୍ଷ ଭାବେ କୌଶିକ ସାହୁ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଉପଦେଷ୍ଟା ଭାବେ ମନୋହର ଦାଶ ,ଶିବପ୍ରସାଦ ପଟେଲ,ବଂଶୀଧର ନାୟକ ଙ୍କୁ ଚୟନ କରାଯାଇଅଛି।ବୈଠକ ରେ ସଂଘର ସଦସ୍ୟ ଆଶିଷ କୁମାର ବାରିକ,କାର୍ତ୍ତିକ ବରିହା,ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.