ବେଲଗୁଣ୍ଠା,୧୦/୧୧,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ର ଗୋବରା ମୁଖ୍ୟ ସଡ଼କ ପାର୍ଶ୍ୱରେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ମାଆ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ଆୟୋଜିତ ହେଉଛି। ଏହି ଅବସରରେ ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୂଚନା ପ୍ରକାରେ ଚଳିତ ମାସ ୫ ତାରିଖ ଗୁରୁ ଲବାର ସନ୍ଧ୍ୟାରେ ଜଳଯାତ୍ରା ସହ ପୂଜାର ଶୁଭାରମ୍ଭ ହୋଇଥିବା ବେଳେ ୬ ତାରିଖ ଶୁକ୍ରବାର ଠାରୁ ମାଆଙ୍କ ଆବାହନ ଓ ବିଶେଷ ହୋମ ସହ ପୂଜା ଆରମ୍ଭ ହୋଇଥିଲା। ୭ ତାରିଖ ଶନିବାର ଦିନ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା। ୮ ତାରିଖ ରବିବାର ଦିନ ଦେବୀଙ୍କ ମହାପୂଜା, ଚଣ୍ଡୀ ପାରାୟଣ ଓ ଅମୃତ ବେଳାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ୯ ତାରିଖ ସୋମବାର ଦିନ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ମହାଅଭିଷେକ ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳ ବାର ଦିନସନ୍ଧ୍ୟାରେ ସାଂସ୍କୃତିକ ମଞ୍ଚ ଉଦ୍ଘାଟିତ ହୋଇ ଯାଇଛି। ଜଗନ୍ନାଥ ପ୍ରସାଦ ରୁ ଆସିଥିବା ସାଇ ଭାରତୀ ଏକାଡେମୀ ଓ ସାଇ ଭାରତୀ ବିଦ୍ୟାମନ୍ଦିର ର ମିଳିତ ଆନୁକୂଲ୍ୟରେ ସଂସୃକୃତି କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପୂଜା ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ୧୭ ତାରିଖରେ ଲଟେରୀ ଉଠାଣ ଅନୁଷ୍ଠିତ ହେବ। ପ୍ରତ୍ୟେକ ସନ୍ଧ୍ୟାରେ ମାଆଙ୍କ ଆଳତି ଓ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ପୂଜା ଉତ୍ସବକୁ ନେଇ ଗୋବରା ଅଞ୍ଚଳରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।