ରାସନ କାର୍ଡ, ଭତ୍ତା ଓ ଆବାସ ଯୋଜନା ସମ୍ପର୍କିତ ୧୬ଟି ଅଭିଯୋଗର ଶୁଣାଣି,
ଓଡ଼ଗାଁ, ୦୯।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମିଶନ ଶକ୍ତି ଗୃହ ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା ଏବଂ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ। ଏଥିସହ ବିଭାଗୀୟ ଅଧିକାରୀମାନେ ଅଭିଯୋଗ ଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଭିନ୍ନ ପ୍ରକାର ଭତ୍ତା, ରାସନ କାର୍ଡ ଏବଂ ତହସିଲ ସମ୍ବନ୍ଧୀୟ ମୋଟ ୧୬ଟି ଅଭିଯୋଗ ଆଗତ ହୋଇଥିଲା। ଶିବିରରେ ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ରାକେଶ ସାହୁ, ଶ୍ରମ ଅଧିକାରୀ ମୋନିକା ସେଠ, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ ଏବଂ ବିପିସି କାର୍ତ୍ତିକ ଦାସଙ୍କ ସମେତ ମତ୍ସ୍ୟ, କୃଷି, ଉଦ୍ୟାନ କୃଷି ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।