ଗଣ୍ଡିବେଡ: ରବିବାର ଦିନ ରାତ୍ର 8.00 ଘଟିକା ରେ କଳଶ ଯାତ୍ରା, ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ପଣ୍ଡିତ ମଧୁସୂଦନ ଆଚାର୍ଯ୍ୟ, ସଦାଶିବ ଆଚାର୍ଯ୍ୟ ପୂଜା କରିଥିବା ବେଳେ, କୋଷାଧ୍ୟକ୍ଷ ପ୍ରତାପ ଗିରି, ନରେନ୍ଦ୍ର ବରାଳ, ସ୍ଵାଗତ ବେହେରା ମାଆଙ୍କ କଳସ ଆଣିଥିଲେ l ଏବଂ 10/11/26 ମଙ୍ଗଳବାର ସନ୍ଧ୍ୟାରେ ଭଜନ ସଂନ୍ଧ୍ୟା, 11/11/26 ବୁଧବାର ଡ୍ୟାନ୍ସ ଓ ମେଲୋଡ଼ି କାର୍ଯ୍ୟକ୍ରମ, 12/11/26 ଗୁରୁବାର ମେଲୋଡ଼ି କାର୍ଯ୍ୟକ୍ରମ ସହିତ ଓଡ଼ିଆ ଚଳଚ୍ଚିତ୍ର ର ଅଭିନେତ୍ରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି, 13/11/26 ଶୁକ୍ରବାର ଦିବା 1.00 ରେ ପ୍ରସାଦ ସେବନ ,14/11/26 ଶନିବାର ମା ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବା ନେଇ କମିଟିର ସଭାପତି ଇଂ. ରାଜେଶ ମୋହାକୁଡ ପ୍ରକାଶ କରିଛନ୍ତି. ବଣିକ ସଂଘର ନବମ ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା 11 ଓ 12 ତାରିଖରେ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସାଧାରଣ ସମ୍ପାଦକ ଅଭିମନ୍ୟୁ ରାଉଳ ପ୍ରକାଶ କରିଛନ୍ତି l ବରିଷ୍ଠ କାର୍ଯ୍ୟକର୍ତ୍ତା ପୁରୁଷୋତ୍ତମ ମହାନ୍ତି, ମନୋରଞ୍ଜନ ମହାନ୍ତି, ପଦ୍ମଲୋଚନ ଜେନା, ଦିନେଶ ଜେନା, ମନୋଜ ପତି, ଭାଗବତ ବେହେରା, ରାମଚନ୍ଦ୍ର ବେହେରା, ପ୍ରଫୁଲ୍ଲ ଗିରି ଓ ବହୁ ସଦସ୍ୟ ବ୍ୟବସାୟୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l