କଟାଟିକ୍ରାରେ ଭକ୍ତିମୟ ପରିବେଶରେ ଗିରି ଗୋବର୍ଦ୍ଧନ ପୂଜା

13


ଝରିଆ ଗୋପାଳ ସମାଜର ମହୋତ୍ସବରେ ଯୋଗଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ, ଭକ୍ତଙ୍କୁ ବାଣ୍ଟିଲେ ପ୍ରସାଦ


ଝାରସୁଗୁଡ଼ା, ୯: ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ମଧ୍ୟରେ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ କଟାଟିକ୍ରାଠାରେ ଝରିଆ ଗୋପାଳ ସମାଜ ପକ୍ଷରୁ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଏହି ଧାର୍ମିକ ଉତ୍ସବରେ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆରାଧନା କରିବା ସହ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।

ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ଓ ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇ ସେ କହିଥିଲେ ଯେ, ଗିରି ଗୋବର୍ଦ୍ଧନ ପୂଜା ଆମର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପ୍ରତୀକ। ଏଭଳି ଧାର୍ମିକ ମହୋତ୍ସବ ସମାଜରେ ଏକତା, ଭାଇଚାରା ଓ ପାରସ୍ପରିକ ସଦ୍‌ଭାବନାକୁ ସୁଦୃଢ଼ କରିବା ସହ ଆମର ପରମ୍ପରା ଓ ସାଂସ୍କୃତିକ ମୂଲ୍ୟବୋଧକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହୋଇଥାଏ।

ମହୋତ୍ସବରେ ଝରିଆ ଗୋପାଳ ସମାଜର କର୍ମକର୍ତ୍ତା, ଆୟୋଜକ ମଣ୍ଡଳୀ ଓ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ଉତ୍ସବର ଆଧ୍ୟାତ୍ମିକ ମାହୋଲକୁ ଅଧିକ ଉତ୍ସବମୁଖର କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଧାୟକ ଶ୍ରୀ ତ୍ରିପାଠୀ ନିଜ ହାତରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ତାଙ୍କର ଏହି ସହଭାଗିତା ଉତ୍ସବରେ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା।

Leave A Reply

Your email address will not be published.