କଂଗ୍ରେସର ଆସନ୍ତା କାଲି ୧୨ଘଣ୍ଟିଆ ବନ୍ଦ ଡାକରା, ବିଜେପି ର ହରତାଳ ଡାକରା
ବିଜେଡି କହିଲା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ନହେଉ
ଭୁବନେଶ୍ୱର/ଚକ୍ରଧର ମାଝି/ ଦୀନବନ୍ଧୁ ନାୟକ – କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖଦାୟକ ମୃତୁ୍ୟ ପାଇ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀକରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତା ୨୪.୧.୨୦୧୮ ରିଖ ବୁଧବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବିଜେଡ଼ି ସରକାର ଗାଁକୁ କାମ ମା’କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯ୍ୟାତନା, ହତ୍ୟା ଓ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ରାଜ୍ୟର ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ଅଧିନରେ ରଖିଥିଲେ ମଧ୍ୟ ନାରୀ ନିର୍ଯ୍ୟାତନାର ସଠିକ ଅନୁସନ୍ଧାନ ଓ ନିର୍ଯ୍ୟାତିକାକୁ ନ୍ୟାୟ ପ୍ରଦାନରେ ନବୀନ ପଟ୍ଟନାୟକ ବିଫଳ ହୋଇଛନ୍ତି । କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚôତ ହେବାପରେ ବେସାହରା ହୋଇ ଆତ୍ମହତ୍ୟା କରିଛନ୍ତି । ସେହିପରି ପିପିଲିର ବବିନା ବେହେରା ଓ ଟିକିରିର ଇତିଶ୍ରୀ ପ୍ରଧାନ ଓ ଆହୁରି ଅନେକ ମହିଳା ଦୁଷ୍କର୍ମର ଶୀକାର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେଇ ନାହାନ୍ତି । ଯାଜପୁର ଜିଲା ବିଜେଡ଼ି କାର୍ଯ୍ୟାଳୟରେ ବିଜେଡ଼ି ନେତାଙ୍କ ଦ୍ୱାରା ମହିଳା ମଧ୍ୟ ଦୁଷ୍କର୍ମର ଶୀକାର ହୋଇଛନ୍ତି । ଏଥିରୁ ସ୍ପଷ୍ଟ ବୁଝାପଡେ଼ ବିଜେଡ଼ି ସରକାର ନାରୀ ନିର୍ଯ୍ୟତନାକୁ ପ୍ରୋତ୍ସାହନ ଦେଉଛନ୍ତି ।
ଓଡ଼ିଶାରେ ମହିଳାମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛି । ଏହି ସ୍ପର୍ଶକାତର ଘଟଣା ଗୁଡ଼ିକରେ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବ ଯୋଗୁଁ ରାଜ୍ୟର ପ୍ରତ୍ୟେକ ଜନସାଧାରଣ ମର୍ମାହତ । ଏଣୁ ଆସନ୍ତା କାଲିର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଓଡ଼ିଶାବାସୀ ସହଯୋଗ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଅନୁରୋଧ କରିଛନ୍ତି । ଏହି ସ୍ପର୍ଶକାତର ଘଟଣା ଗୁଡ଼ିକରେ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବ ଯୋଗୁଁ ରାଜ୍ୟର ପ୍ରତ୍ୟେକ ଜନସାଧାରଣ ମର୍ମାହତ । ଏଣୁ ଆସନ୍ତା କାଲିର ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ ଓଡ଼ିଶାବାସୀ ସହଯୋଗ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଅନୁରୋଧ କରିଛନ୍ତି ।
ବିଜେପିର ୧୨ ଘଣ୍ଟିଆ ହର୍ତାଲ
ସେହିପରି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୁନ୍ଦୁଲି ନାବାଲିକା ଗଣଦୁର୍ଷ୍କମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକା ଗତ କାଲିର ଏହି ଘଟଣା ଓଡିଶା ପ୍ରଦେଶ ଇତିହାସରେ ଏକ କଳଙ୍କିତ ଦିନ ଭାବେ ଆଗାମୀ ପିଢୀଙ୍କ ଆଗରେ ଚିତ୍ରିତ ହେବା ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଛନ୍ତି । କୁନ୍ଦୁଲି ପୀଡିତାକୁ ନ୍ୟାୟ ଦାବୀରେ ବିଜେପି ଆସନ୍ତାକାଲି ସାରାରାଜ୍ୟରେ ୧୨ ଘଂଟିଆ ହରତାଲ କରିବା ଏହି ହରତାଲରେ ଅତ୍ୟାବଶକୀୟ ଜିନିଷକୁ ଛାଡି ଦୋକାନ ବଜାର, ଅଖଚକ ସବୁ ବନ୍ଦ ରହିବା ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ହରତାଲରେ ରାଜ୍ୟବାସୀଙ୍କ ସହେଯାଗ ଲୋଡାଯାଇଛିା ଆସନ୍ତାକାଲି ଯେଉଁମାନଙ୍କର ପରୀକ୍ଷା ରହିଛି ସେହି ପରୀକ୍ଷାର୍ଥୀମାନେ ନିଜର ପରିଚୟ ପତ୍ର ଓ ଆଡମିଟକାର୍ଡ ଦେଖାଇଲେ ସେମାନଙ୍କୁ ଛାଡ କରାଯିବ ବୋଲି କାର୍ଯ୍ୟକର୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିା
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ପ୍ରବଚ୍ଛା ଦିଲୀପ ମହାନ୍ତି ଏବଂ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ କାଯର୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାଯର୍ୟ ପ୍ରମୁଖ ଉପସ୍ଥିତ ଥିଲୋ
କୁଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ : ପ୍ରତାପ