ବିଜେପିର ଛତିଶଗଡ଼କୁ ସମର୍ଥନ, ଦୋମୁହାଁ ନୀତି ଓ ଓଡ଼ିଶା ବିରୋଧୀ ମନୋଭାବ ପଦାରେ ପଡିଲା: ବିଜୁ ଜନତା ଦଳ

0

 

ଭୁବନେଶ୍ୱର/chakradhar majhi: ସୁପ୍ରିମକୋର୍ଟ ଆଜି ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ଆନ୍ତଃରାଜ୍ୟ ଜଳ ବିବାଦ ଓ ମହାନଦୀ ଉପର ମୁଣ୍ଡରେ ନିର୍ମାଣାଧୀନ ବେଆଇନ୍‍ ବ୍ୟାରେଜ୍‍ ଜନିତ ସମସ୍ୟାର ସମାଧାନ ପାଇଁ ଟ୍ରିବୁ୍ୟନାଲ୍‍ ଗଠନ କରିବାକୁ କେନ୍ଦ୍ରକୁ ନିଦେ୍ର୍ଧଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରମାଣ କରିଛି ଯେ ଓଡ଼ିଶା ସରକାର ଓ ବିଜୁ ଜନତା ଦଳର ମହାନଦୀ ଜଳ ବିବାଦ ନେଇ ଦୃଷ୍ଟିଭଙ୍ଗୀ ସଂପୂର୍ଣ୍ଣ ଠିକ୍‍ । ରାଜ୍ୟର ବିଜେଡି ସରକାର ଗତ ଦୁଇବର୍ଷ ଧରି ଏହି ସଂଗ୍ରାମ ଛତିଶଗଡ଼ ବିରୋଧରେ ଏକାକୀ ଚଳାଇ ଆସିଥିବା ବେଳେ କେନ୍ଦ୍ରର ଏନ୍‍ଡିଏ ସରକାର ଛତିଶଗଡ଼କୁ ନିରବ ସମର୍ଥନ ଯୋଗାଇବା ଉଚିତ୍‍ ମଣୁଥିଲେ । ୨୦୧୬ ମସିହାରେ ଅର୍‍ପା-ଭୈସାଝର ପ୍ରକଳ୍ପ ନେଇ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କ ବିନା ପରାମର୍ଶ ଓ ସହମତିରେ ସିଡବ୍ଲୁ୍ୟସି ଅନୁମୋଦନ ଚାହିଁବା ପରେ ଓଡ଼ିଶା ସରକାର ଏହା ଜାଣିବାକୁ ପାଇଥିଲେ । ରାଜ୍ୟର ବିଜେଡି ସରକାର ଏହି ପ୍ରସଂଗ ସଂପର୍କରେ ସଂଗେ ସଂଗେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲା । ୨୦୧୬ ଜୁଲାଇ ୪ରେ ସର୍ବପ୍ରଥମେ ବିଜେଡି ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉକ୍ତ ସମସ୍ୟା ସମାଧାନ ଲାଗି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀଙ୍କୁ ପତ୍ର ଲେଖିବାରୁ ସେ ମଧ୍ୟ ଏଥିପାଇଁ ସମ୍ମତି ପ୍ରକାଶ କରିଥିଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ସେ ଡାକିଥିଲେ ହେଁ ତାହା ବିଫଳ ହୋଇଥିଲା । ଏହାପରେ ଉମା ଭାରତୀ ଏଥିରେ ହସ୍ତକ୍ଷେପ କରିବା ସହିତ ତ୍ରିପାକ୍ଷିକ ବୈଠକ ଡାକିଥିଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ଏହି ବୈଠକ ୨୦୧୬ ସେପ୍ଟେମ୍ବର ୧୭ରେ ଅନୁÂିତ ହୋଇଥିଲା । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଯୁଗ୍ମ ବିଶେଷଜ୍ଞ କମିଟି ଗଠନ କରିବା ଓ ସେମାନଙ୍କୁ ସମସ୍ୟା ଅନୁଧ୍ୟାନ କରିବା ଲାଗି ୩ମାସ ସମୟ ଦେବା ସହିତ ମହାନଦୀ ଉପର ମୁଣ୍ଡରେ ନିର୍ମାଣାଧୀନ ବ୍ୟାରେଜ୍‍ ବନ୍ଦ କରିବାକୁ ଦେଇଥିବା ପ୍ରସ୍ତାବ ଛତିଶଗଡ଼ ସରକାର ଗ୍ରହଣ ନକରିବାରୁ ଏହି ବୈଠକ ବିଫଳ ହୋଇଥିଲା । ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧି କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ ଜଣାଇ ପତ୍ର ଲେଖିଥିଲେ । କିନ୍ତୁ ତା’ର ଉତ୍ତର ମିଳିନଥିଲା । ଅଥଚ ଓଡ଼ିଶାର ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂପର୍କରେ କେବେ ସ୍ପଷ୍ଟ ମତ ପୋଷଣ କରିନଥିଲେ । ପ୍ରଥମେ ସେମାନେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ କଥା ଉଠାଇବା ସହିତ ପରେ ରିଭର୍‍ ବୋର୍ଡ କଥା ଉଠାଇଥିଲା ବେଳେ ଟ୍ରିବୁ୍ୟନାଲ୍‍ ପ୍ରସଂଗ ଉପରେ ସର୍ବଦା ଅସ୍ପଷ୍ଟ ରହିଥିଲେ । ବରଂ ବିଜେପି ସଦାବେଳେ ଦାବି କରିଆସିଥିଲା ଯେ ଏହି ପ୍ରସଂଗଗୁଡିକ ରାଜନୈତିକ କାରଣ ନେଇ ବିଜେଡି ଉଠାଉଛି । ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ କୌଣସି ଉତ୍ତର ନମିଳିବା ଓ କେନ୍ଦ୍ର ଜଳ ସଂପଦ ବିଭାଗରୁ ଛତିଶଗଡ଼କୁ କୌଣସି ସ୍ପଷ୍ଟ ନିଦେ୍ର୍ଧଶ ନଦିଆଯିବା ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ । ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି ସେ ସଂପର୍କରେ ୭୮୯ ପୃଷ୍ଠା  ସମ୍ବଳିତ ଦଲିଲ ସର୍ବୋଚ୍ଚ କୋର୍ଟରେ (୨୦୧୬ ନଭେମ୍ବରରେ) ଉପସ୍ଥାପନ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିବା ସହିତ କେନ୍ଦ୍ର ସରକାର ଏଥିନେଇ ମତାମତ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏଥିମଧ୍ୟରେ ପାର୍ଲାମେଣ୍ଟରେ ମଧ୍ୟ ମହାନଦୀ ପ୍ରସଂଗକୁ ବିଜୁ ଜନତା ଦଳ ସାଂସଦମାନେ ଉଠାଇଥିଲେ ଓ ତକ୍ରାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ତାଙ୍କର ଲିଖିତ ଓ ମୌଖିକ ଉତ୍ତରରେ ନିର୍ଦ୍ଧିଷ୍ଟ ଭାବରେ ଜଣାଇଥିଲେ ଯେ ଉଭୟ ରାଜ୍ୟକୁ ନେଇ ତ୍ରିପାକ୍ଷିକ ବୈଠକ ଓ କଥାବାର୍ତ୍ତା ବିଫଳ ହୋଇଛି ଏବଂ ଏକ ଟ୍ରିବୁ୍ୟନାଲ୍‍ ଗଠନ କରାଯିବା ଉଚିତ୍‍ । କିନ୍ତୁ କେନ୍ଦ୍ର ସରକାର ଦେଶର ସବୁ ଜଳ ବିବାଦ ସମାଧାନ ନେଇ ଏକକ ଟ୍ରିବୁ୍ୟନାଲ୍‍ ଗଠନ କରିବା ଯୋଜନା କରୁଛନ୍ତି । ପରେ ପାର୍ଲାମେଣ୍ଟରେ ଏଥିନେଇ ଏକ ବିଲ୍‍ ଉପସ୍ଥାପନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମଧ୍ୟ ଏହାକୁ ଦୋହରାଯାଇଥିଲା । ଓଡ଼ିଶା ସରକାର କିନ୍ତୁ ଦର୍ଶାଇଥିଲେ ଯେ ଆଇନ୍‍ ଅନୁମୋଦନ ଲାଗି ଅଧିକ ସମୟ ଲାଗିପାରେ ଏବଂ ମହାନଦୀ ଟ୍ରିବୁ୍ୟନାଲ୍‍ ମଧ୍ୟ ଏକକ ଟି୍ରବୁ୍ୟନାଲ୍‍ ଗଠନ ହେଲେ ଏହା ସହିତ ମିଶାଇ ଦିଆଯାଇପାରେ । ୨୦୧୭ ଅକ୍ଟୋବରରେ କେନ୍ଦ୍ର ଜଳ ସଂପଦ ବିଭାଗ ପକ୍ଷରୁ ସୁପ୍ରିମକୋର୍ଟରେ ଦର୍ଶାଯାଇଥିଲା ଯେ ୨୦୧୭ ନଭେମ୍ବର ୧୯ ସୁଦ୍ଧା କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ନେଇ ଟ୍ରିବୁ୍ୟନାଲ୍‍ ଗଠନ କରିବେ । କିନ୍ତୁ କେନ୍ଦ୍ର ସରକାର ଠିକ୍‍ ଏହାର ବିପରୀତ ମତ ପୋଷଣ କରିବା ସହିତ ସ୍ପଷ୍ଟ ଭାବେ ପ୍ରକାଶ କରିଥିଲେ ଯେ ଟ୍ରିବୁ୍ୟନାଲ୍‍ ଗଠନ କରିବା ସମ୍ଭବପର ନୁହେଁ । ବୁଝାମଣା କମିଟି ବୈଠକଗୁଡିକରେ ଓଡ଼ିଶା ସରକାର ଅନୁପସ୍ଥିତ ରହିଛନ୍ତି, ଯାହା ଏକ ଗମ୍ଭୀର ବିଷୟ । ତତ୍‍ସହିତ ଭୁଲ ତଥ୍ୟ ମଧ୍ୟ ଓଡ଼ିଶା ସରକାର ଦେଇଛନ୍ତି ବୋଲି କେନ୍ଦ୍ର ସରକାର କହିଥିଲା ବେଳେ ଏ ପର୍ଯ୍ୟନ୍ତ କେନ୍ଦ୍ର ଜଳ ସଂପଦ ବିଭାଗ କୌଣସି ସୂଚନା ଓଡ଼ିଶା ଠାରୁ ମାଗିନାହିଁ । ବରଂ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ସଦୁ ଦଲିଲ ଉପସ୍ଥାପନ କରିଛନ୍ତି । ଅନ୍ୟପକ୍ଷରେ ଛତିଶଗଡ଼ ମଧ୍ୟ କୌଣସି ବୈଠକରେ ଉପସ୍ଥିତ ନଥିଲା ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀ ଏହା ଠିକ୍‍ ଓ ଯଥାର୍ଥ ବୋଲି ଯୁକ୍ତି ବାଢ଼ିବାକୁ ଭୁଲିନାହାନ୍ତି । ଏଥିରୁ ସ୍ପଷ୍ଟ ଜଣାପଡେ ଯେ କେନ୍ଦ୍ର ଜଳ ସଂପଦ ବିଭାଗ ଛତିଶଗଡ଼ ସପକ୍ଷରେ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରିଛି ଓ ଏହାର ଏକମାତ୍ର କାରଣ ହେଲା, ଛତିଶଗଡ଼ ଏକ ବିଜେପି ଶାସିତ ରାଜ୍ୟ, ଯେଉଁଠାରେ ୨୦୧୮ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ହେବ ।
ଏ ସମସ୍ତ ବିଷୟ ଉପରେ ସମୀକ୍ଷା କରି ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ନିଦେ୍ର୍ଧଶ ଓଡ଼ିଶା ସରକାର ଓ ବିଜୁ ଜନତା ଦଳ ସପକ୍ଷରେ ଦେଇଛନ୍ତି, ତାହା ଠିକ୍‍ । ଏହା ପରେ ଏବେ ବିଜେପିର ଓଡ଼ିଶା ନେତୃବୃନ୍ଦଙ୍କ ବିବୃତି ଓ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ କାର୍ଯ୍ୟକଳାପ ଓଡ଼ିଶା ବିରୋଧୀ, କୃଷି ଓ କୃଷକଙ୍କ ବିରୋଧୀ । ଛତିଶଗଡ଼ ମୁଖପାତ୍ର ଭାବେ ବିଜେପିର ଓଡ଼ିଶା ନେତାମାନେ ଖୋଲାଖୋଲି ଭାବେ କାର୍ଯ୍ୟ କରିଆସିଛନ୍ତି, ଯାହା ନିଜ ରାଜ୍ୟ ଓ ନିଜ ଲୋକଙ୍କ ପାଇଁ ଅପକାରୀ ଏବଂ ହାନିକାରକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି କେନ୍ଦ୍ରମନ୍ତ୍ରୀମାନେ କେନ୍ଦ୍ର ସରକାର ଓ ବିଜେପି ଶାସିତ ଛତିଶଗଡ଼ ସରକାରଙ୍କ ସ୍ୱାର୍ଥକୁ ଜଗିରଖି ନିଜର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିଆସିଛନ୍ତି । ଆଜି ବିଜେପିର ଦୋମୁହାଁ ନୀତି ଓ ଓଡ଼ିଶା ବିରୋଧୀ ମନୋଭାବ ପୂରାପୂରି ପଦାରେ ପଡିଛି । ଓଡ଼ିଶା ଜନସାଧାରଣ ଏହାକୁ କେବେ ହେଲେ ଭୁଲିବେ ନାହିଁ କିମ୍ବା ମହାନଦୀ ପ୍ରସଂଗରେ ବିଜେପିର ପ୍ରତାରଣାକୁ ମଧ୍ୟ କ୍ଷମା ଦେବେନାହିଁ ।

ସମଗ୍ର ଓଡ଼ିଶାବାସୀ  ସୁପ୍ରିମକୋର୍ଟଙ୍କ ନିକଟରେ କୃତଜ୍ଞ ରହିବେ: ବିଜୟ ନାୟକ

ଭୁବନେଶ୍ୱର :  ଓଡ଼ିଶାର ଯୁକ୍ତିଯୁକ୍ତ ଦାବିକୁ ଗ୍ରହଣ କରି ମାନ୍ୟବର ସୁପ୍ରିମକୋର୍ଟ ଏକ ମାସ ମଧ୍ୟରେ ମହାନଦୀ ପ୍ରସଂଗରେ ଟ୍ରିବୁ୍ୟନାଲ୍‍ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହା ଓଡ଼ିଶାର ଏକ ବଡ଼ ନୈତିକ ବିଜୟ । ଏଥିନିମନ୍ତେ ସମଗ୍ର ଓଡ଼ିଶାବାସୀ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟରେ କୃତଜ୍ଞ ରହିବେ । ମହାନଦୀ ପ୍ରସଂଗ ଗତ କିଛିବର୍ଷ ହେଲା ଏକ ସ୍ପର୍ଶକାତର ପ୍ରସଂଗରେ ପରିଣତ ହୋଇଥିଲା । ଓଡ଼ିଶାର ସ୍ୱାର୍ଥକୁ ହାନି କଲାଭଳି ଅନେକ କାର୍ଯ୍ୟକ୍ରମ ଛତିଶଗଡ଼ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା, ଯାହାକୁ ଓଡ଼ିଶା ସରକାର ବିଭିନ୍ନ ସ୍ତରରେ ବିରୋଧ କରିଆସୁଥିଲେ । ସମଗ୍ର ମହାନଦୀ ବ୍ୟାପାରରେ କେନ୍ଦ୍ର ସରକାର ପକ୍ଷପାତିତା କରୁଥିବା ସ୍ପଷ୍ଟ ଧରାପଡିଥିଲା । କେନ୍ଦ୍ର ସରକାର ସଂଘୀୟ ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରି ଛତିଶଗଡ଼ର ବିଜେପି ସରକାରକୁ ସମସ୍ତ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦେଇଆସୁଥିଲେ । ପ୍ରଥମରୁ ଓଡ଼ିଶା ସରକାର ଯେଉଁ ଦାବି କରିଆସୁଥିଲେ, ତାହାକୁ ବିଭିନ୍ନ ସମୟରେ ଟାଳଟୁଳ ନୀତି ପ୍ରୟୋଗ କରି କେନ୍ଦ୍ର ସରକାର ଅଟକାଇବାକୁ ଚେଷ୍ଟା କରୁଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ଦୋମୁହାଁ ନୀତି ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ସବୁଠୁ ବେଶୀ ଦୁଃଖଦେଇଛି, ଓଡ଼ିଶାର ମାଟି-ପାଣି-ପବନରେ ପ୍ରତିପାଳିତ ବିଜେପିର ଓଡ଼ିଶା ନେତାମାନେ ଯେଭଳି ନିର୍ଲଜ ଭାବରେ ଛତିଶଗଡ଼ର ଓକିଲାତି କରୁଥିଲେ । ମାଟି ସେମାନଙ୍କ ପାଇଁ ଗୌଣ, ପାର୍ଟି ହିଁ ବଡ଼ ବୋଲି ଓଡ଼ିଶାବାସୀ ଜାଣୁଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ଛତିଶଗଡ଼ ସ୍ୱାର୍ଥର ସୁରକ୍ଷା ପାଇଁ ବିତଣ୍ଡା ଯୁକ୍ତି ଉପସ୍ଥାପନ କରୁଥିଲେ । ଏବେ ବିଜେପି ଓ କେନ୍ଦ୍ର ସରକାରଙ୍କର ଓଡ଼ିଶା ବିରୋଧୀ ଚକ୍ରାନ୍ତ, ଚାଲ୍‍ବାଜି ସବୁ ଧରାପଡିଯାଇଛି । ମହାନଦୀ ପ୍ରସଂଗରେ ଛତିଶଗଡ଼ ହେଉ, କେନ୍ଦ୍ର ସରକାର ହୁଅନ୍ତୁ କି ଓଡ଼ିଶାର ବିଜେପି ନେତାମାନେ ହୁଅନ୍ତୁ, ଏମାନେ ଯେଭଳି ଭାବରେ ଓଡ଼ିଶାର ସ୍ୱାର୍ଥହାନି କରିବାକୁ ଚେଷ୍ଟା କରିଛନ୍ତି, ତାକୁ ଓଡ଼ିଶାବାସୀ କଦାପି କ୍ଷମା ଦେବେନାହିଁ । ସେମାନଙ୍କର ବକ୍ତବ୍ୟ ଓ କାରସାଦି ଇତିହାସରେ କଳଙ୍କ ଅଧ୍ୟାୟ ଭାବରେ ଲିପିବଦ୍ଧ ହୋଇ ରହିବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଓଡ଼ିଶାବାସୀଙ୍କ ମନରେ ନୂତନ ଆଶା ସଂଚାର କରିଛି ଏବଂ ମହାନଦୀରେ ଓଡ଼ିଶାର ନ୍ୟାଯ୍ୟ ହକ୍‍ରୁ କେହି ବଞ୍ଚôତ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କ ଐତିହାସିକ ନିଦେ୍ର୍ଧଶରୁ ସୂଚନା ମିଳିଛି ଏବଂ କେନ୍ଦ୍ର ସରକାରଙ୍କର ସମସ୍ତ ଚକ୍ରାନ୍ତରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Leave A Reply

Your email address will not be published.