ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡି ତରଫରୁ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା 

0

ବଲାଙ୍ଗିର/ ନିରୋଜ ମିଶ୍ର – ନବୀନ ପଟ୍ଟନାୟକଙ୍କ ନୁତନ ମନ୍ତ୍ରୀ ମଣ୍ଡଳରେ ନୁତନ ଭାବେ ଶପଥ ନେଇଥିବା ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ବିଜେଡି ତରଫରୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀମତି ସାହୁ ଟିିଟିଲାଗଡ ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ, ମିଶନଶକ୍ତି ବିଭାଗରେ କେବିନେଟ ପାହ୍ୟା ମନ୍ତୀ ରୁପେ ଶପଥ ପାଠ କରି ବଲାଙ୍ଗିର ଗସ୍ତ ରେ ଆସିଥିବା ବେଳେ ବଲାଙ୍ଗିର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗିଙ୍କ ନେତୃତ୍ତ୍ୱରେ  ଏକ ବିଶାଳ ବାଇକ ର୍ୟାଲି  ଦିନ ୧୧. ୩୦ ସମୟରେ ମନ୍ତ୍ରୀ ଶ୍ରୀମତି ସାହୁଙ୍କୁ ସୁଦପଡା ସ୍ଥିତ ରୋଶନି ପବ୍ଲିକ ସ୍କୁଲ ଠାରୁ ହସପିଟାଲ ଛକ, ସୋନପୁର ଛକ, ପାଟଣା ହୋଟେଲ ଛକ , ରୁଗୁଡିପଡା ଛକ  ଦେଇ ସର୍କିଟ ହାଉସ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।  ସର୍କିଟ ହାଉସ ଠାରେ ମନ୍ତ୍ରୀଙ୍କୁ ବିଜେଡି  ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟର୍କମରେ ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗିଙ୍କ ସମେତ ମନୀଷ ମିଶ୍ର, ସାଗର ସଙ୍ଗମ ସତପଥି, ସନ୍ତୋଷ ଦନ୍ତା, ସନ୍ତୋଷ ପଧାନ,  ଟିକୁ ପରିଛା, ନିଳିମା ପୁଟେଲ, ଲାଲୁ ପଟ୍ଟନାୟକ, ଦେବାଶିଷ ଦାଶ, ଗୁଞ୍ଜ ଖାନ୍, ପ୍ରଦ୍ୟୁତ ମିଶ୍ର, ସଦର ବ୍ଲକ୍ ଚେୟାରମେନ ଗୋଲାପ ବାଗ, ପ୍ରତ୍ୟୁଷ ଜୋଶି, ପୌରାଧ୍ୟକ୍ଷନ୍ନନ୍ତେ୍ରାସିନି ବେହେରା, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ଗାୟତ୍ରୀ ଚନ୍ଦନ, ମମତା ଜେନା, ସୁଜାତା ଦାଶ, ଅରୁଣା ମେହେର, କମଳି ଶାଣ୍ଢ, ଗୋଲାପି ବରାଡ ରାଜେନ୍ଦ୍ର ହୋତା, ନିହାର ରଞ୍ଜନ ସ୍ୱାଇଁ, ଶିବ ବେହେରା , ଉପେନ ଦିପ, ଶମ୍ଭୁ ନାଗ, ଅଶ୍ୱିନୀ ପୁଟେଲ,  ସତ୍ୟ ନାଏକ, ବରିଷ୍ଠ  ଆଇନଜବୀ  ଜୟରାମ ମିଶ୍ର,  ଜିଲ୍ଲା ପରିଷଦ ସଭ୍ୟ ଶୁଶିଳ ଚାନ୍ଦ୍,  ଓମ୍କାର ନାୟକ, ପ୍ରବିଣ ମିଶ୍ର, ଗିରିଧାରି ପତି, ପ୍ରଦିପ ସାହୁ, ଦେବେନ ପାତ୍ର, ମଧୁ ବନଛୋର, ବିଭୁତି ଭୁଷଣ ମିଶ୍ର, ନରସିଂହ ବାଗ, ଜଗନ୍ନାଥ ମିଶ୍ର, ସଞ୍ଜୟ ଦେଓ, ରାଜୁ ବାଗ, ଗନ୍ଧର୍ବ ସିଂଦେଓ, ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ ଦେଇଥିଲେ । 

 

Leave A Reply

Your email address will not be published.