ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା 04/11/26ରିଖ ବୁଧବାର ପୂର୍ବାହ୍ନ 11ଘଟିକାରେ ଖଇରା ବ୍ଲକ ସାରକୋଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥି ଖଟୁଆଙ୍କ ଅବସର କାଳୀନ ସଭା ପୂର୍ବାହ୍ନ 11ଘଟିକା ସମୟରେ ସାରକୋଣ!ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି !ମୂଖ୍ୟ ଅତିଥି ଫତେପୁର ହାଇସ୍କୁଲ ପ୍ରାକ୍ତନ ହିନ୍ଦୀ ଶିକ୍ଷକ ନରହରି ମହାନ୍ତି, ପ୍ରାକ୍ତନ ଅଧ୍ୟାପକ ମୁକ୍ତିକାନ୍ତ ଶତପଥୀ, ସାରକୋଣା ସରପଞ୍ଚ ସୁଶାନ୍ତ ନାୟକ, ପ୍ରାକ୍ତନ ଶିକ୍ଷକ ଗୌରାଙ୍ଗ ପାଢ଼ୀ, ଓସ୍ତା ସଭାପତି ବ୍ରହ୍ମାନନ୍ଦ ଦାଶ,ସମ୍ପାଦକ ବିଷ୍ଣୁ ମୋହନ ମିଶ୍ର, ପୂର୍ବତନ ଛାତ୍ର ସଭାପତି ଚନ୍ଦ୍ରକାନ୍ତ ଦାସ ପ୍ରମୁଖ ଅନେକ ପ୍ରାକ୍ତନ ଶିକ୍ଷକ ଓ ସଭ୍ୟ ଉପସ୍ଥିତ ରହି ଶ୍ରୀଯୁକ୍ତ ଖଟୁଆ ସାରଙ୍କ ଆଗାମୀ ଦୀର୍ଘ ଜୀବନ ସୁଖମୟ ହେଉ ବୋଲି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଥିଲେ !ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପର୍ଘ୍ୟ ଅର୍ପଣ, ବିଦାୟ ସଂଗୀତ ଓ ବିଦାୟ କାଳୀନ ନୃତ୍ୟ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା !ପିଲାମାନେ ତଥା ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଖଟୁଆଙ୍କ ବିଦ୍ୟାଳୟରେ ଶିକ୍ଷା ଦାନ ସହିତ ଗୁରୁ ବ୍ରହ୍ମାଙ୍କ ପରି ଦୀର୍ଘ 34ବର୍ଷ ଧରି ନିଜର ସରଳ, ନିଷ୍ପାପ, ନିଷ୍କପଟ ସମୟନୁବର୍ତ୍ତିତା,ନଂବ୍ରଭାବ ଓ ଅନୁଷ୍ଠାନର ଉନ୍ନତି ପାଇଁତଥା ପିଲା ମାନଙ୍କୁ ସତଚରିତ୍ରବାନ ଓ ସୁ ବିଦ୍ୟାର୍ଥୀ ଗଠନରେ ତାଙ୍କର ଅସୀମ ତ୍ୟାଗ ଓ କର୍ତ୍ତବ୍ୟ ବିଷୟରେ ଗୁଣଗାନ କରିଥିଲେ !ଉକ୍ତ ବିଦ୍ୟାଳୟରେ ଅନେକ ଛାତ୍ର ଛାତ୍ରୀ ମେଡିକାଲ ଓ ଉଚ୍ଚ ପଦସ୍ତ ଅଫିସର ପଦବୀରେ ଅବସ୍ଥାନ କରିଛନ୍ତି !ବିଦାୟୀ ପ୍ରଧାନ ଶିକ୍ଷକ. ଶ୍ରୀଯୁକ୍ତ ଖଟୁଆ ସାରଙ୍କୁ ଛାତ୍ର ଛାତ୍ରୀ, ସାରକୋଣା ଗ୍ରାମବାସୀ, ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ଉତ୍ତରୀୟ ସହିତ ବିଭିନ୍ନ ଉପଢୌକନ ସମର୍ପଣ କରି ବ୍ୟାଣ୍ଡ ପାର୍ଟି ବାଣ ରୋଷଣୀ ଜଳାଇ ତାଙ୍କୁ ତାଙ୍କ ନିଜବସଭାବନକୁ ନେଇ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲେ !