ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା ବଜାର, ହରିପୁର, ଦୋମୁହାଁଣି ଓ କଳମଚୁଆ ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଲିଟର ଦେଶୀ ମଦ ଓ ୩.୬୦୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ବର୍ତ୍ତନା ଗ୍ରାମର ଅଜିତ ସିଂ ଓ ବିଜୟ ଦାସ, କଳମଚୁଆ ଗ୍ରାମର ବନମାଳୀ ମୁଣ୍ଡିଆଣ ଏବଂ ଦୋମୁହାଁଣି ଗ୍ରାମର ବାବୁଲି ସାହୁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ,ଶଶୀକାନ୍ତ ସାହୁ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।