ଭୋଟରଙ୍କ ମନ କିଣିଥିଲେ, ଏବେ ନଵୀନଙ୍କ ଭରସା ଜିଣିଲେ

0

ସୁଶାନ୍ତ ସିଂହଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ, ଝୁମୁଛି ଭଟଲି ନିର୍ବାଚନ ମଣ୍ଡଳୀ 

ସୋହେଲା(ଶାସକପ୍ରଶାସକ)-ଭଟଲି ନିର୍ବାଚନ ମଣ୍ଡଳୀରେ ରେକର୍ଡ ସୃଷ୍ଟି କରି ହ୍ୟାଟ୍ରିକ ଅର୍ଜ୍ଜନ କରିଥିବା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପୁଣି ମିଳିଛି ପଞ୍ଚମ ଥର ପାଇଁ ସରକାର ଗଢିବାକୁ ଯାଉଥିବା ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ | ନିଜର ବ୍ୟକ୍ତିତ୍ୱ, ଲୋକପ୍ରିୟତା ଓ ସମାଜସେବା ଦ୍ୱାରା ଭଟଲି ନିର୍ବାଚନ ମଣ୍ଡଳୀ ବାସୀଙ୍କ ହୃଦୟ ଜିଣିବା ପରେନିଜର ଦକ୍ଷତା, ନିଷ୍ଠା, ଆନୁଗତ୍ୟ ତଥା ସଫଳ ଫ୍ଲୋର ମ୍ୟାନେଜମେଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଜିଣି ପାରିଛନ୍ତି ସୁଶାନ୍ତ ସିଂହ | ଆଉ ଗାନ ମାଧ୍ୟମରେ ଏ ଖବର ପ୍ରସାରିତ ହୋଇଯିବା ପରେ ଭଟଲି ନିର୍ବାଚନ ମଣ୍ଡଳୀ ଖାସ କରି ସୋହେଲା ଅଂଚଳରେ ଏବେ ଉତ୍ସବର ମାହୋଲ | 

 ବରଗଡ ଜିଲାର ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ କିଏ କିଏ ମନ୍ତ୍ରୀ ପଦ ପାଇବ ସେ ନେଇ ଅନେକ ଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା | ବିଜେପୁର ଉପନିର୍ବାଚନ ପରେ ଭୂଇଁ ଚାଟିଥିବା ବିରୋଧୀ ଦଳଙ୍କ ଟାର୍ଗେଟରେ ଥିବା ସୁଶାନ୍ତ ସିଂହଙ୍କ ଗତ ନିର୍ବାଚନରେ ଘେରିଯାଇଥିଲେ ବିରୋଧୀ | ତାଙ୍କୁ କୌଣସି ମତେ ପରାଜିତ କରିବା ପାଇଁ ବିରୋଧୀ ରଚିଥିଲେ ବ୍ୟୁହ | ବିଜେପୁରରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିଥିବା ବେଳେ ତାଙ୍କୁ କେବଳ ଭଟଲି ଭିତରେ ସୀମିତ ରଖିବା ପାଇଁ କଲା ଵାଲା କୌଶଳ ପ୍ରୟୋଗ କରି ଉଦ୍ୟମ ଚଳାଇଥିଲେ | ନିର୍ବାଚନ ପୂର୍ବରୁ ଗୁରୁତର ଅସୁସ୍ଥ ହୋଇ ପଡିଥିବା ମନ୍ତ୍ରୀ ସୁଶାନ୍ତ ସିଂହ କିନ୍ତୁ ପ୍ରଚଣ୍ଡ ଆସ୍ଥା ରଖିଥିଲେ ନିଜ ନିର୍ବାଚନ ମଣ୍ଡଳୀ ବାସୀଙ୍କ ଉପରେ | ନିଜର ରଣନୀତି, ଲୋକ ପ୍ରିୟତା ଆଉ ନିର୍ବାଚନମଣ୍ଡଳୀ ବାସୀଙ୍କ ଅସୀମ ଶ୍ରଦ୍ଧା କାରଣରୁ ସେ ବିରୋଧୀ ରଚିଥିବା  ବ୍ୟୁହକୁ ଭେଦ କରି ବିଜୟୀ ହୋଇଥିଲେ | ଶ୍ରୀ ସିଂ ୨୩ହଜାର ୩୩୨ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟଙ୍କୁ ହରାଇ ବିଜୟୀ ହୋଇଥିଲେ । ଆଉ ରେକର୍ଡ କରିଥିଲେ | ଏହି ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ଦୁଇଥର ଜିତିବାର ରେକର୍ଡ ଥିଲେ ମଦ୍ୟ ମଧ୍ୟ ନିଜ ଲୋକ ପ୍ରିୟତା ବଳରେ ଶ୍ରୀ ସିଂ  ଲଗାତର ତୃତୀୟ ଥର ପାଇଁ  ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକଭାବରେ ନିର୍ବାଚିତ ହୋଇ ସେ ହ୍ୟାଟ୍ରିକ ଅର୍ଜ୍ଜନ କରିଥିଲେ । ପଶ୍ଚିମ ଓଡ଼ିଶାରେ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ସୁଶାନ୍ତଙ୍କ ଉପରେ ପ୍ରଚଣ୍ଡ ଆସ୍ଥା ରଖିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ |  ବିଧାୟକ ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା,ଟିଟିଲାଗଡ,ପାଟଣାଗଡ ସମେତ ବରଗଡ ଜିଲାର ସମସ୍ତ ବିଧାନସଭାର ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅବତୀର୍ଣ୍ଣ ହୋଇ ୫୬ ହଜାରରୁ ଉର୍ଧ୍ଵ ଭୋଟରେ ବିଜୟ ହାସଲ କରିଥିଲେ । ନିଜର ନିଷ୍ଠା, ଦଳ ପ୍ରତି ଆନୁଗତ୍ୟ ସର୍ବୋପରି ବରଗଡ଼ ଜିଲ୍ଲା ତଥା ସେ ଦାୟିତ୍ୱ ପାଇଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିଥିବାରୁ ସୁଶାନ୍ତ ସିଂହଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କ ଆସ୍ଥା ଆହୁରି ମଜବୁତ ହୋଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ବ୍ୟକ୍ତ କରିଛନ୍ତି | 

 

Leave A Reply

Your email address will not be published.