ବ୍ରହ୍ମପୁର ସହର ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଆରୋଗ୍ୟ ଭାରତୀ ତରଫରୁ ଚିର ନିରୋଗ ପାଇଁ ଖଇ ବା ଲିଆର ସ୍ଵାସ୍ଥ୍ୟ ପାଇଁ ଉପକାରିତା ଆଲୋଚନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଖଇ ଧାନରୁ ପ୍ରସ୍ତୁତ ଏକ ପାରମ୍ପରିକ ଖାଦ୍ୟ। ଖଇରେ ଶ୍ୱେତସାର ଥିବାରୁ ଶରୀରକୁ ଶକ୍ତି ଦିଏ, ଏହା ଲଘୁ ଜଳଖିଆ
ଖଇରେ ଚର୍ବି କମ୍ ଥାଏ, ଗୁଡ଼, ଚିନି କିମ୍ବା ଘିଅ ମିଶାଇଲେ କ୍ୟାଲୋରି ବଢ଼ିଯାଏ। ଭଜା ଚଣା, ଚିନାବାଦାମ ସହ ଖାଇଲେ ପ୍ରୋଟିନ୍, ଭଲ ଚର୍ବି ଓ ଅନ୍ୟ ପୋଷକତତ୍ତ୍ୱ ମିଳେ। ଖଇରେ ପ୍ରୋଟିନ୍, ଫାଇବର୍ ଓ କେତେକ ଖଣିଜ ପଦାର୍ଥ କମ୍ ଥାଏ;କୁମାର ପୂର୍ଣ୍ଣମୀରେ ଚନ୍ଦ୍ରମାଙ୍କୁ ପୂଜା କଲାପରେ ହିଁହବିଷ୍ୟ ସରିଲା ପର୍ଯ୍ୟନ୍ତ ବା ସବୁଦିନ ଏକମାତ୍ର ପୁଷ୍ଟିକର ଖାଦ୍ୟ ଭାବେ ଲିଆ ଜଳଖିଆ କରନ୍ତୁ ।
ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ,ରକ୍ତଶର୍ରା, ଗଣ୍ଠିବାତ, ଅମ୍ଳପିତ୍ତ,ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ବ୍ୟବସ୍ଥାପତ୍ରକରାଯାଇଥିଲା l ଚିକିତ୍ସା ପାଇଁ ଡା.ଏ. ବାଳକୃଷ୍ଣ ଓ ପରିଚାଳନାରେ ସହଯୋଗ କରିଥିଲେ କେ.ବାଳକୃଷ୍ଣ ପାତ୍ର l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତି ।
ଡା. ନକୁଳ ସାହୁ ଫୋନ 9861450612
Sign in
Sign in
Recover your password.
A password will be e-mailed to you.