ଭୂମିହୀନଙ୍କୁ ଜମି ପଟ୍ଟା, ସମସ୍ତଙ୍କ ପିଇବା ପାଣି ଏବଂ ବନ୍ଧକଟାର ପୁନରୁଦ୍ଧାରକୁ ଦିଆଯିବ ପ୍ରାଥମିକତା-ନରସିଂହ

0

 ନରସିଂହଙ୍କୁ ବିପୁଳ ନାଗରିକ  ସମ୍ବର୍ଦ୍ଧନା

ବଲାଙ୍ଗିର, (ନିରୋଜ ମିଶ୍ର)-ଆଜିର ଏହି ବିପୁଳ ସମ୍ବର୍ଦ୍ଧନା ମତେ ଭାବବିହ୍ୱଳ କରିଛି । ମୋର ସହରର ଅନେକ ସଂଗଠନ ଉପସ୍ଥିତ ହୋଇ ମୋତେ ସମ୍ବର୍ଦ୍ଧିତ କରିଛନ୍ତି । ଆପଣମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ସହଯୋଗ ଦ୍ୱାରା ମୁଁ ପୁର୍ନବାର ବିଜୟୀ ହୋଇଛି । ଥରେ ବିଜୟୀ ହୋଇ ସାରିଲା ପରେ ମୋତେ ନିର୍ବାଚନରେ ସମର୍ଥନ କରିଥିବା, କରିନଥିବା ପ୍ରତ୍ୟେକ ଲୋକଙ୍କର ମୁ ବିଧାୟକ । ମୋର କର୍ତ୍ତବ୍ୟ ହେଲା ସେ ସମସ୍ତ ଲୋକଙ୍କର ସେବା କରିବା । ତାଙ୍କର ପ୍ରତ୍ୟେକ ଦାବି ବିଧାନସଭାରେ ଠିକ ଭାବରେ ଉପସ୍ଥାପନ  କରିବା ତାଙ୍କର ପ୍ରତ୍ୟେକ ସୁଖ ଦୁଃଖରେ ସାମିଲ ହେବା । ସେଥିପାଇଁ ଆପଣ ସମସ୍ତଙ୍କୁ ନେଇ ଏଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁ ବିଜୟୀ ହେବାର ପ୍ରଥମ ଦିନରୁ ହିଁ ଚେଷ୍ଟା  ଜାରୀ ରଖିବି ବୋଲି ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟରେ ବଲାଙ୍ଗିର ପ୍ରତ୍ୟେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ  ତଥା ଛାତ୍ର,ଯୁବ ଜାତି ସଂଗଠନ ତରଫରୁ ଅନୁଷ୍ଠିତ  ହୋଇଥିବା ନାଗରିକ ସମ୍ବର୍ଦ୍ଧନାର ପ୍ରତି ଉତ୍ତରରେ ପୁର୍ନବାର ନିର୍ବାଚିତ ହୋଇଥିବା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଯୁବ ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି ସମାରୋହରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ସମସ୍ତ ଲୋକଙ୍କ ପାଇଁ ପିଇବା ପାଣି, ଭୂମୀ ହୀନଙ୍କୁ ଜମିପଟ୍ଟା ଓ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବନ୍ଧ କଟାର ପୁର୍ନରୁଦ୍ଧାରକୁ ଏହି ପାଞ୍ଚ ବର୍ଷରେ ନିଶ୍ଚିତ କରାଯିବ । ବିଶେଷ କରି ଗରିବ ଭୂମୀ ହୀନଙ୍କୁ ଏହି ପାଞ୍ଚବର୍ଷ ଭିତରେ ପଟ୍ଟା ସହ ବାସଗୃହ ଦେବା ପାଇଁ ଆମେ ପ୍ରତିଶ୍ରୁତି  ବଦ୍ଧ, ପିଇବା ପାଣି ସମସ୍ୟା ଅନେକାଂଶରେ ଦୂର ହୋଇଛି । ଏହାକୁ ଶତପ୍ରତିଶତ ନିଶ୍ଚିତ କରାଯିବ । ଏବଂ ଦେଓଗାଁ ବ୍ଳକ,ବଲାଙ୍ଗିର ବ୍ଳକ ବଳାଙ୍ଗିର ସହରରେ ଥିବା ପ୍ରତ୍ୟକ ବନ୍ଧକଟାର ପୁର୍ନରୁର୍ଦ୍ଧାର କରାଯିବ । ଏହା ବ୍ୟତିତ ଆମର ବହୁ ପ୍ରତିକ୍ଷୀତ ଦାବି ଲୋୟର ସୁକତେଲ କାମ ଯେପରି ଏହି ୫ବର୍ଷ ଭିତରେ ସମ୍ପୂର୍ଣ୍ଣ କରାଯିବ ତାପାଇଁ ସମସ୍ତଙ୍କର ସହଯୋଗରେ ଏହି ଦାବିକୁ ଜୋରଦାର କରି ଏହାର ସମ୍ପୂର୍ଣ୍ଣତାକୁ ନିଶ୍ଚିତ କରାଯିବ । ବଲାଙ୍ଗିର ବାଇପାସ, ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ ପାଇଁ ବିଧାନସଭାରେ ନିର୍ଣ୍ଣାୟକ ଲଢେଇ ହେବ । କେନ୍ଦ୍ର ଓ ରାଜ୍ୟ ସରକାରକୁ ଏହି ଦାବି ପୂରଣ କରିବା ପାଇଁ ବାଧ୍ୟ କରାଯିବ । ନଚେତ ବଲାଙ୍ଗିରବାସୀଙ୍କ ଦୁର୍ବାର ଆନ୍ଦୋଳନର ସାମନା  ସେମାନେ କରିବେ । ବଲାଙ୍ଗିରରେ ଯାହି କିଛି ଅଦୁରା ପ୍ରକଳ୍ପ ଅଛି ସେ ସବୁକୁ ସମ୍ପୂର୍ଣ୍ଣ କରିବା ସହ ବଲାଙ୍ଗିର ଜନତାଙ୍କ ସହ  ଆଲୋଚନା ଏବଂ ତାଙ୍କ ଦାବି ମୁତାବକ ବଲାଙ୍ଗିର ପାଇଁ ନୂତନ ପ୍ରକଳ୍ପ ଉପରେ କାମ କରାହେବ । ଆମ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ଦାବିକୁ ପ୍ରଥମରୁ ହିଁ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ସମ୍ବର୍ଦ୍ଧନାର ପ୍ରତି ଉତ୍ତରରେ କହିଥିଲେ । ଆଜିର ଏହି ସମ୍ବର୍ଦ୍ଧନା ଉସôବରେ ସମ୍ବର୍ଦ୍ଧିତ କରିଥିବା ସଂଗଠନ ମାନେ ହେଲେ ନାଗରିକ କମିଟି, ଇନଟେକ, ବ୍ରାହ୍ମଣସଭା, ମୁସଲିମ ସମ୍ପ୍ରଦାୟ,କୁଲତା ସମାଜ, ଅଘରିଆ ସମାଜ, ତେଲି ସମାଜ, ଜୈନ ସମାଜ, ଗୁଜରାତି,ସିନ୍ଧି ସମାଜ, ମାରୱାଡ଼ି ସମାଜ, କୁମୁଟି ସମାଜ, କରଣ ସମାଜ, ଜିଲା ସାମ୍ବାଦିକ ସଂଘ, ପ୍ରେସ କ୍ଲବ, ଏକଟିଭ ଜର୍ଣ୍ଣାଲିଷ୍ଟ ଏସୋସିଏସନ, ରଚନା,ରୋଟାରୀ କ୍ଳବ, ସେଣ୍ଟ୍ରାଲ, ଇଲାଇଟ, ଲାୟନ୍ସ କ୍ଳବ,ଭୂମିକା, ରୁଗୁଡ଼ିପଡ଼ା ଦୁର୍ଗା ପୂଜାମ କମିଟି, ବରିଷ୍ଠ  ନାଗରିକ ମଞ୍ଚ, ରେଳ ଉପଭୋକ୍ତା, ସିଭିଲ ସୋସାଇଟି, ବିଡ଼ିଜିଏ, ଡ଼ିଏଏ, ବେଡ଼ମିଣ୍ଟନ ଏସୋସିଏସନ, ବିଙ୍ଗ ହ୍ୟୁମେନ, ମାହେଶ୍ୱରୀ, ଯାଦବ ସମାଜ, ଅଶୃ, ଟ୍ରକ ମାଲିକ ସଂଘ, ବସମାଲିକ ସଂଘ, ଓକିଲ ସଂଘ, ର୍ପୂବତନ ସାମରିକ କର୍ମଚାରୀ ସଂଘ, ପିସୟୁନିସନ,୭୭ମେଟ୍ରିକ ବ୍ୟାଚ, ଅମଲା ସଂଘ, ଡ଼ିସିଡ଼ିଏ,ପଞ୍ଚମ, ଦୁଲଦୁଲି, ନାଟ୍ୟକ୍ରାନ୍ତି, ଷ୍ଟ୍ରଗଲିଂ ୟୁଥ, ଧବଳେଶ୍ୱର ମହୋତ୍ସବ , ବଣିକ ସଂଘ, ହୋଟେଲ ମାଲିକ ସଂଘ, ମେଲୋଡ଼ି ମେକର, ଆଇଏନଯିୟୁସି, କରାଟେ ସଂଘ, ସିଟୁ, ଗାନ୍ଧୀ ପାଠାଗାର,ଏଲ ଏଣ୍ଡ ଏସ କ୍ଳବ, ପ୍ରବୀଣ କ୍ରୀଡ଼ା ବିତ ସଂଘ, ଲିୟା,ୟୁଟ୍ୟୁବ, କୁରୁଲ ଯୁବକ ସଂଘ, ଏସଆର ଆଇସି, ଜେସିଆଇ, ସୁଦପଡ଼ା ପୂଜା କମିଟି,ରଜକ ସମାଜ, ମଧୂ ସ୍ମୃତି କମିଟି, ପିସି ରଥ ସ୍ମୃତି ସମିତି, ଅଭିଭାବକ ମଞ୍ଚ, ଅଜୟ ବାଲି ଓ ସାଥୀ, ଦୁର୍ଗାମଣ୍ଡପ ପୂଜା କମିଟି , ଭୁଲିଆ ସମାଜ ଏବଂ ରାଧାକ୍ରିଷ୍ଣ ସଂଗଠନ । ଶେଷରେ ସମସ୍ତଙ୍କୁ ଆୟୋଜକଙ୍କ ତରଫରୁ ଧନ୍ୟବାଦ ଦେଇ ସଭା ଶେଷ କରାଯାଇଥିଲା ।

Leave A Reply

Your email address will not be published.