୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ -୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

9

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା ୨୫.୧୦.୨୦୨୬: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ୨୦୨୬ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷ୍ୟା ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଵିଶିଷ୍ଟ ସମାଜସେବୀ ଯୁଗଳ କିଶୋର ପୋଡ ,ଉପ ନିର୍ଦ୍ଦେଶକ ଯୋଜନା ଏବଂ ସ୍ଵ ମନ୍ନୟ ଶ୍ରୀକାନ୍ତ ଦଳେଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦ ର ସମସ୍ତ ସଭ୍ୟ, ଜନ ପ୍ରତିନିଧି, ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଏଜେଣ୍ଡା ଅନୁଯାୟୀ ଦିବସ ପାଳନ ର କାର୍ଯ୍ୟସୂଚୀ ପାଠ କଲେ। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଆସନ୍ତା ୧.୧୧.୨୦୨୬ ରିଖ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ଗଠନ ଦିବସ ରେ ମାଆ ମାଣିକେଶ୍ୱରୀ ମନ୍ଦିର ନିକଟରୁ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ବାହାରି ଟାଉନ ହଲ ଠାରେ ପହଞ୍ଚିବ ଏବଂ ସେଠାରେ ସଭା କାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।

ଏହି ମଶାଲ ଶୋଭାଯାତ୍ରା ରେ ସାଂସ୍କୃତିକ ନୃତ୍ୟଦଳ, ଜନ ପ୍ରତିନିଧି, ଏନ ସି ସି କ୍ୟାଡେଟ୍ ଏବଂ ଏନ୍ ଏସ ଏ ଛାତ୍ର,ସହରର ବୁଦ୍ଧିଜୀବୀ,ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା , ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ସାମିଲ ହେବେ।ସ୍ଥାନୀୟ ଜେଲ ଛକ ଠାରୁ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାହାଗିରି ପଥ ଉତ୍ସଵ ଅନୁଷ୍ଠିତ ହେବ।ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ମ୍ୟୁନିସିପାଲଟି,ଏନ୍ ଏ ସି ଠାରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ହେବ। ବ୍ଲକ୍ ସ୍ତର ଠାରେ ବିଦ୍ୟାଳୟ ସ୍ତର ଏବଂ ଜିଲ୍ଲା ସ୍ତର ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର କଳାହାଣ୍ଡି ଜିଲ୍ଲା ସମ୍ୱନ୍ଧିୟ ବକ୍ତୃତା, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତା ପାଇଁ ଡି ଇ ଓ ଏବଂ ରେଜିଷ୍ଟ୍ରାର, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଙ୍କୁ ଦାୟିତ୍ୱ ଦିଆଗଲା।ସେଭଳି ଏହି ଦିବସ ପାଳନ ବିଷୟରେ ବହୁଳ ପ୍ରଚାର ପ୍ରସାର କରିବା ପାଇଁ ଗଣ ମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ପ୍ରଭାବ କାରୀ ମାନଙ୍କୁ ଅନୁରୋଧ କରାଗଲା।ସାମାଜିକ ଗଣମାଧ୍ୟମ ଜରିଆରେ ବହୁଳ ପ୍ରଚାର ପ୍ରସାର କରିଥିବା ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଙ୍କୁ ସାମ୍ବାଦିକ ସଂଘ ଦ୍ଵାରା ପୁରସ୍କୃତ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା।ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ଗଠନ ଦିବସ ପାଳନ ଅବସରରେ ଏକ ସେମିନାର ଆୟୋଜନ କରାଯିବ।ଅତିରିକ୍ତ ଜିଲ୍ଲାପାଳ ଏହି ଦିବସ କୁ ମହା ଉଲ୍ଲାସ ରେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

Leave A Reply

Your email address will not be published.