ଲୋକଙ୍କ ମୁଡ଼ : ହେଟ୍ରିକ କରିବେ ମନ୍ତ୍ରୀ ସୁଶାନ୍ତ, ଖାଲି ଔପଚାରିକତାକୁ ଅପେକ୍ଷା  

0

ବରଗଡ : ରାଜନେତା ଭାବେ ନୁହେ, ଭଟଲି ଅଂଚଳରେ ନିଜର ସହଯୋଗ ଓ ସେବା ମାନସିକତା ପାଇଁ ପରିଚିତ ଯୁବନେତା ତଥା ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିପକ୍ଷଙ୍କୁ ବ୍ୟୁହଭେଦ କରି ଏଥର ହ୍ୟାଟ୍ରିକ ମାରିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକଙ୍କ ମୁଡ଼ରୁ ପ୍ରତିଫଳିତ ହେଉଛି | କେବଳ ଭଟଲି ନୁହେ, ସମଗ୍ର ଜିଲ୍ଲାରେ ଜଣେ ଟାଣୁଆ ତଥା ଲୋକ ପ୍ରିୟ ଯୁବ ସଂଗଠକ ଭାବେ ଜଣାଶୁଣା ସୁଶାନ୍ତ ଗତ 2009 ନିର୍ବାଚନ ରେ ପ୍ରଥମ ଥର ସକ୍ରିୟ ରାଜନୀତିରେ ପଦାର୍ପଣ କରି ବିଜୁ ଜନତା ଦଳର ଟିକେଟରେ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ସେହି ସମୟର ପଶ୍ଚିମ ଓଡ଼ିଶାର ଦୁଇ ଜଣ ହେଭିୱେଟ ମନ୍ତ୍ରୀ ଙ୍କୁ ଚିତ କରି ବିଜୟୀ ହେଇଥିଲେ । ଆଉ ତାଙ୍କର ମେଡନ ଏଣ୍ଟ୍ରିର ସଫଳତା ଏହାର ମୁଖ୍ୟ କାରଣ ଥିଲା ଦୀର୍ଘ ବର୍ଷର ଲୋକ ସମ୍ପର୍କ ଓ ଜନ ସେବା । ଏହାପରେ 2014 ରେ ମଧ୍ୟ ସମାନ ଅବସ୍ଥା । ସେଥର ଭି ହେଭିୱେଟ ମାନଙ୍କର ନିଦ ହଜାଇ ମୋଦିଲହରକୁ ସତ୍ତ୍ୱେ ନିଜ ଲୋକପ୍ରିୟତା କାରଣରୁ  ବିଜୟୀ ହେଇଥିଲେ ସୁଶାନ୍ତ ସିଂ । ଭଟଲି ନିର୍ବାଚନ ମଣ୍ଡଳୀରୁ ଦ୍ଵିତୀୟ ଥର ବିଜୟ ଲାଭ କରିବା ପରେ ବିଧାୟକ ସୁଶାନ୍ତ ସିଂ ଙ୍କୁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।  ନିଜର କଠିନ ପରିଶ୍ରମରେ ଏହି ବିଭାଗର ଅଧୀନରେ ଆସୁଥିବା ଅନେକ ଶ୍ରମିକ ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇ ନିଜର କାର୍ଯଦକ୍ଷତାକୁ ପ୍ରମଣିତ କରିପାରିଛନ୍ତି । “ରୋମ ୱାଜ ନଟ ବିଲଟ ଇନ ଏ ଡେ” ପରି  ସୁଶାନ୍ତଙ୍କ ଲୋକପ୍ରିୟତା ନିରବଛିନ୍ନ ଜନସେବା ଓ ଲୋକସମ୍ପର୍କରେ ପରିଣାମ | କେବଳ ବରଗଡ଼ ନୁହେ, ପଶ୍ଚିମାଞ୍ଚଳରେ ଜଣେ ସମ୍ଭାବନାପୂର୍ଣ୍ଣ ଯୁବନେତା  ଓ ବିଜେଡି ପାଇଁ ଜଣେ ଭରସାଯୋଗ୍ୟ ଲେଫ୍ଟନାଣ୍ଟ ସୁଶାନ୍ତ ପ୍ରତ୍ୟେକ ଦିନ ସକାଳ ବଡି ଭୋରରୁ ତାଙ୍କ ପାଖରେ ଲାଗିଯାଏ ସାଧାରଣ ଲୋକଙ୍କର ଭିଡ଼ । ସମସ୍ତ ଙ୍କର ପାଖରେ ରହିଥାଏ କୋଣସି ନା କୋଣସି ସମସ୍ୟା । ମନ୍ତ୍ରୀ ସମସ୍ତ ଙ୍କର ସମସ୍ୟା କୁ ଅତି ଆଦରର ସହିତ ଶୁଣି ସବୁ ପ୍ରକାର ସମାଧାନ କରିଥାନ୍ତି, କାହାକୁ ନିରାଶ କରନ୍ତି ନାହିଁ ଦଳ ମତ ନିର୍ବିଶେଷରେ | 

      ଜନସେବା ପାଇଁ ସେ ଯେତେ ଲୋକପ୍ରିୟ , ରାଜନୀତି ରେ ଗୋଟି ଚାଳନା ପାଇଁ ମଧ୍ୟ ସେ ସେତେ ପ୍ରଭାବଶାଳୀ । ଏହାର ନମୁନା ଦେଖିବାକୁ ମିଳିଥିଲା ଗତ ବିଜେପୁର ଉପନିର୍ବାଚନରେ । କେବଳ ଗୋଟେ ଆସନ ପାଇଁ କେନ୍ଦ୍ରର ୮ଜଣ ମନ୍ତ୍ରୀ ପ୍ରଚାର ଦାଇତ୍ୱ ତୁଲାଇଥିବା ବେଳେ ସୁଶାନ୍ତ ସିଂ ଏକେଲା ସମସ୍ତଙ୍କୁ ପାଣି ପିଆଇଦେଇଥିଲେ । ବିଜେପୁର ର ଶୋଚନୀୟ ପରାଜୟ ଆଜି ଭି ବିରୋଧୀଙ୍କୁ ଅନେକ କଷ୍ଟ ଦେଉଛି ଯାହାର ପ୍ରମାଣ ଦେଖିବାକୁ ମିଳିଥିଲା ଗତ ନିର୍ବାଚନରେ । କେବଳ ଭଟଲି ନୁହେଁ ସମସ୍ତ ବରଗଡ଼ ଜିଲ୍ଲାରେ ବିରୋଧୀ ସୁଶାନ୍ତଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା | ହେଲେ ଫଳ ନିଶ୍ଚିତ ଭାବରେ ସୁଶାନ୍ତଙ୍କର ସପକ୍ଷରେ ଯିବ ବୋଲି ଭଟଲି ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା କହିଛନ୍ତି । ତୃତୀୟ ଥର ବିଜୟ ଲାଭ କରି ସୁଶାନ୍ତ ସିଂ ପୁଣିଥରେ ବିଧାୟକ ହେବେ ବୋଲି ଭଟଲି ଭୋଟରଙ୍କ ମୁଡ଼ରୁ ଜଣା ପଡିଛି । ପ୍ରତେକ ଲୋକଙ୍କର ସୁଖ ଦୁଃଖ ସାଥି ସୁଶାନ୍ତ ସିଂ ଏଥର ତୃତୀୟ ଥର ପାଇଁ ନିର୍ବାଚନ ଜିତି ନିଶ୍ଚିତ ଭାବରେ ହେଟ୍ରିକ କରିବେ,ଖାଲି ଔପଚାରିକତାକୁ ଅପେକ୍ଷା ବୋଲି ଶ୍ରୀ ସିଂ ଙ୍କର ସମର୍ଥକ ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

 

Leave A Reply

Your email address will not be published.