ତୁ ଗୁହାରି କରିବୁ ଯାହାକୁ, ମୁ ଘଇତା କରିଛି ତାହାକୁ ·

0

ଛି ଛି …ବାତ୍ୟା ଚାଉଳ ବି ଚୋରା ଚାଲାଣ 

ବାଙ୍କୀ, (ଆଶିଷ କୁମାର ମହାପାତ୍ର) ଗତ ଦୁଇ ଦିନ ତଳେ ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ବିଲିପଡ଼ା ପଞ୍ଚାୟତରେ ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ହଡ଼ପ କରି ଚୋରାଚାଲାଣ ହେଉଥିବା ଅଭିଯୋଗ ଆସିବା ପରେ ବାଙ୍କୀ ପୋଲିସ୍ ପକ୍ଷରୁ ଚାଉଳ ସହିତ ଗାଡ଼ିକୁ ଜବତ କରାଯାଇଥିଲା । କିନ୍ତୁ ଗାଡ଼ି ଡ୍ରାଇଭର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ·ଉଳଗୁଡ଼ିକ ଜନୈକ ବ୍ୟକ୍ତିଙ୍କ ଘରୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ତରଫରୁ ଘଟଣାର ତଦନ୍ତ ନେଇ ଶିଥିଳତା ଦେଖାଯାଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଘଟଣାକୁ ବିତିବାର ତିନିଦିନ ପୂରିବାକୁ ବସିଥିବା ବେଳେ  ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ନେଇ ସନ୍ଦେହ  ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ବାଙ୍କୀ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏମ୍.ଆଇ. ଘଟଣାର ତଦନ୍ତ କରୁଥିବା ବେଳେ ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ ମିଳି ପାରିନଥିବା ଜଣାଯାଇଛି । କେଉଁ ପରିସ୍ଥିତିରେ ସରକାରୀ ଚାଉଳ ବାହାରେ ବୁଲୁଥିଲା ବୋଲି ଜନସାଧାରଣ ପ୍ରଶ୍ନ ଉଠାଇବା ସହିତ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଅଙ୍ଗୁଳି ଉଠାଇବା ଆରମ୍ଭ କରିଛନ୍ତି । ପ୍ରଶାସନ ତଦନ୍ତ କରି ଠୋସ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।

Leave A Reply

Your email address will not be published.