ବାଣପୁର:(ସେକ୍ କୌସର):ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ , ମୋଟ ୯ ଟି ବିଦ୍ୟାଳୟ ର ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କ ନେଇ ଏହି ଉତ୍ସବଟି ବହୁ ଆଡମ୍ବର ରେ ପାଳିତ ହୋଇଥିଲା। ଏଥିରେ ୨୭ ଟି ବିଭାଗରେ ବିଭିନ୍ନ ପ୍ରତଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିଲା ଏଥିରେ ପ୍ରତ୍ୟେକ ବିଭାଗରେ ଜଣେ ପ୍ରଥମ ହୋଇଥିବା ପ୍ରତିଯୋଗୀ ଙ୍କୁ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରାଗଲା।ଏଥିରେ କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅତି ନିଷ୍ଠାର ସହ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।