ପାର୍ବଣ ଋତୁ ପାଇଁ ପ୍ରସ୍ତୁତିକୁ ସୁଦୃଢ କଲା ଟିପିଡବ୍ଲୁଓଡିଏଲ, ସୁରକ୍ଷିତ ବିଦ୍ୟୁତ ବ୍ୟବହାର ପାଇଁ ପରାମର୍ଶ

46


୨,୬୩୫ଟି ବିତରଣ ଟ୍ରାନ୍ସଫର୍ମରର ପ୍ରତିରୋଧମୂଳକ ରକ୍ଷଣାବେକ୍ଷଣ; ୧,୨୯୬ଟି ହଟସ୍ପଟ ଚିହ୍ନଟ ଓ ସମାଧାନ; ୩୪,୨୫୭ଟି ଲାଇନ୍ ସ୍ପାନ୍‌ରେ ଗଛ ଓ ଲତାଗୁଳ୍ମ ସଫା ଅଭିଯାନ

ବୁର୍ଲା, ଅକ୍ଟୋବର ୧୨ , ୨୦୨୬:ଆଗାମୀ ଦୁର୍ଗାପୂଜା ଓ ପାର୍ବଣ ଋତୁକୁ ଦୃଷ୍ଟିରେ ରଖିଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାରବିତରଣ କ୍ଷେତ୍ରର ବିଦ୍ୟୁତ ଭିତ୍ତିଭୂମି ଓ ସୁରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରାଯାଇଅଛି । ଯାହାଫଳରେପୂଜା ସମୟରେ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସହ ସୁରକ୍ଷିତ ବିଦ୍ୟୁତ ବ୍ୟବସ୍ଥା ନିଶ୍ଚିତ କରାଯାଇପାରିବ। ପୂଜା ସମୟରେ ବିଦ୍ୟୁତ ଚାହିଦା ବୃଦ୍ଧି, ବ୍ୟାପକ ଜନସମାଗମ ଏବଂ ଅସ୍ଥାୟୀ ବିଦ୍ୟୁତ ବ୍ୟବସ୍ଥା ବୃଦ୍ଧି ପାଇବାର ଆଶା ଥିବାରୁ କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରତିରୋଧମୂଳକ ରକ୍ଷଣାବେକ୍ଷଣ, ବିଦ୍ୟୁତ ନେଟୱର୍କ ସୁଦୃଢୀକରଣ ଓ ମାଇଦାନସ୍ତରୀୟ ସୁରକ୍ଷା ପଦକ୍ଷେପ ନିଆଯାଇଛି।

ପୂଜାର ଆଲୋକରେ ପଣ୍ଡାଲ ସଜିବା ଓ ଭକ୍ତମାନଙ୍କ ସମାଗମ ଆରମ୍ଭ ହେବାର ବହୁ ପୂର୍ବରୁ ଟିପିଡବ୍ଲୁଓଡିଏଲ୍ସମ୍ଭାବ୍ୟ ସମସ୍ୟାକୁ ଚିହ୍ନଟ କରି ସମୟପୂର୍ବରୁ ସମାଧାନ କରିବା ଦିଗରେ କାମ କରିଅଛ । କମ୍ପାନୀ ପକ୍ଷରୁ୧୦୦ କେଭି.ଏ. ଓ ତାଠାରୁ ଅଧିକ କ୍ଷମତାର ୨,୬୩୫ଟି ବିତରଣ ଟ୍ରାନ୍ସଫର୍ମରର ପ୍ରତିରୋଧମୂଳକ ରକ୍ଷଣାବେକ୍ଷଣସମାପ୍ତ କରାଯାଇଅଛି। ଏହା ସହିତ ବିଦ୍ୟୁତ୍ ଉପକରଣର ସୁରକ୍ଷା ଓ ତ୍ରୁଟି ହେଲେ ଶୀଘ୍ର ବିଚ୍ଛିନ୍ନ କରିବାରେ ସହାୟତା ପାଇଁ୫୨ଟି ସୁରକ୍ଷା ବ୍ୟବସ୍ଥାସ୍ଥାପନ କରାଯାଇଛି।

ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହେବା ପୂର୍ବରୁ ସମ୍ଭାବ୍ୟ ସମସ୍ୟା ଚିହ୍ନଟ ପାଇଁ ଟିପିଡବ୍ଲୁଓଡିଏଲ୍ଥର୍ମାଲ୍ ଇନ୍ସପେକ୍ସନ୍ କ୍ୟାମେରା ବ୍ୟବହାର କରି ବିଦ୍ୟୁତ ଲାଇନ୍ ଓ ଟ୍ରାନ୍ସଫର୍ମରର ତାପମାତ୍ରା ଯାଞ୍ଚ କରିଛି। ଏହି ପ୍ରକ୍ରିୟାରେ୧,୨୯୬ଟି ହଟସ୍ପଟ ଚିହ୍ନଟ ହୋଇ ସମାଧାନ କରାଯାଇଅଛି। ଏହା ସହିତ୨୪ଟି ବିତରଣ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି କିମ୍ବା ଉନ୍ନତିକରଣକରାଯାଇଛି, ଯାହା ବିଦ୍ୟୁତ ଯୋଗାଣର କ୍ଷମତା ଓ ନିର୍ଭରଯୋଗ୍ୟତାକୁ ବଢ଼ାଇବ।

ବିଦ୍ୟୁତ ଢାଞ୍ଚା ନିକଟରେ ଗଛପତ୍ର ଓ ଲତାଗୁଳ୍ମ ଯୋଗୁଁ ସୃଷ୍ଟି ହେଉଥିବା ବିପଦକୁ କମାଇବା ପାଇଁ ସ୍ୱତନ୍ତ୍ର ଗଛ ଛଟେଇ ଓ ଲତାଗୁଳ୍ମ ସଫା ଅଭିଯାନ ମଧ୍ୟ କରାଯାଇଛି। ଏହି ଅଭିଯାନରେ୩୪,୨୫୭ଟି ଲାଇନ୍ ସ୍ପାନ୍ଆବରଣ କରାଯାଇଥିବା ବେଳେ୨,୪୩୬ଟି ବିତରଣ ସ୍ଥାନ ଓ ୧,୮୭୬ଟି ପୋଲ୍‌ରୁ ଲତାଗୁଳ୍ମ ହଟାଯାଇଛି। ଏହି ପଦକ୍ଷେପଗୁଡ଼ିକ ବିଶେଷକରି ପ୍ରତିକୂଳ ପାଣିପାଗ ସମୟରେ ବିଦ୍ୟୁତ ବିଚ୍ଛିନ୍ନତାର ସମ୍ଭାବନା କମାଇବାରେ ସହାୟକ ହେବ।

ନେଟୱର୍କର କ୍ଷମତା ଓ ନିର୍ଭରଯୋଗ୍ୟତା ବୃଦ୍ଧି ପାଇଁ ଟିପିଡବ୍ଲୁଓଡିଏଲ୍ପକ୍ଷରୁ ପ୍ରାୟ୩ କିଲୋମିଟର ୧୧ କେଭି ଏବଂ ୪ କିଲୋମିଟର ୩୩ କେଭି ଲାଇନ୍‌ର ସୁଦୃଢୀକରଣ, ପ୍ରାୟ୨୮ କିଲୋମିଟର ଲାଇନ୍‌କୁ କଭର୍ଡ କଣ୍ଡକ୍ଟରରେ ପରିଣତ, ପ୍ରାୟ୨୦ କିଲୋମିଟର ନୂତନ ଲୋ-ଭୋଲ୍ଟେଜ୍ ଲାଇନ୍ ନିର୍ମାଣ, ଏବଂରାଉରକେଲାଟାଉନ୍‌ରେଦୁଇଟି ୬୩ କେଭିଏ ଟ୍ରାନ୍ସଫର୍ମର ଓ ଗୋଟିଏ ପାୱାର୍ ମ୍ୟାନେଜମେଣ୍ଟ ୟୁନିଟ୍ ସ୍ଥାପନଭଳି କାର୍ଯ୍ୟ କରାଯାଇଅଛି।

ବିଦ୍ୟୁତ ନେଟୱର୍କର ପ୍ରସ୍ତୁତି ସହ ଟିପିଡବ୍ଲୁଓଡିଏଲ୍ପୂଜା କମିଟିଗୁଡ଼ିକୁ ମଧ୍ୟ ପ୍ରତ୍ୟେକ ପୂଜାସ୍ଥଳରେ ବିଦ୍ୟୁତ ସୁରକ୍ଷାକୁ ସମାନ ଗୁରୁତ୍ୱ ଦେବାକୁ ଆହ୍ୱାନ ଜଣାଇଛି। ଆୟୋଜକମାନେ ନିଜର ପ୍ରକୃତ ବିଦ୍ୟୁତ ଆବଶ୍ୟକତା ଅନୁଯାୟୀଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ ସଂଯୋଗପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆଗୁଆଡ଼ି ଆବେଦନ କରିବାକୁ କୁହାଯାଇଛି। ଅନୁଚିତ ସଂଯୋଗ, ଅତିରିକ୍ତ ଭାର ଏବଂ ବିଦ୍ୟୁତ ବ୍ୟବସ୍ଥାରେ ଅନୁମୋଦନବିହୀନ ପରିବର୍ତ୍ତନରୁ ବିରତ ରହିବାକୁ ମଧ୍ୟ ଆୟୋଜକମାନଙ୍କୁ ସଚେତନ କରାଯାଇଅଛି।

ଟିପିଡବ୍ଲୁଓଡିଏଲ୍ ପକ୍ଷରୁଉପଭୋକ୍ତା ଓ ଦର୍ଶନାର୍ଥୀମାନଙ୍କୁ କ୍ଷତିଗ୍ରସ୍ତ, ଖୋଲା, ଛିଣ୍ଡିଯାଇଥିବା କିମ୍ବା ସ୍ପାର୍କ ହେଉଥିବା ତାର କିମ୍ବା ବିଦ୍ୟୁତ୍ ଉପକରଣକୁ ଛୁଇଁବାକୁ ମନା କରାଯାଉଅଛି । କୌଣସି ଅସୁରକ୍ଷିତ ବିଦ୍ୟୁତ ପରିସ୍ଥିତି ଦେଖିଲେ ତୁରନ୍ତ କମ୍ପାନୀର୨୪x୭ କଷ୍ଟମର କେୟାର ନମ୍ବର ୧୯୧୨ କିମ୍ବା ୧୮୦୦-୨୦୨-୮୦୨୮ରେ ଯୋଗାଯୋଗ କରିବା କିମ୍ବା ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟରେ ଜଣାଇବାକୁ ଅନୁରୋଧ କରାଯାଇଛି। ପୂଜା ପର୍ବ ସମୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ବଜାୟ ରଖିବା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରତିବଦ୍ଧ ରହିଅଛି । ଏହା ସହ ପୂଜା କମିଟି, ସ୍ଥାନୀୟ ପ୍ରଶାସନ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ କମ୍ପାନୀର ନିରନ୍ତର ସମନ୍ୱୟ ଜାରି ରହିବ।

Leave A Reply

Your email address will not be published.