ବଲାଙ୍ଗୀର ,୧୨/୧୦ ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ତଥା ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ମଲମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଏକ ସଡ଼କ ସୁରକ୍ଷା ସଚେତନତା ଶିବିର ଆୟୋଜନ କରାଯାଇଥିଲା।
ଆର୍ଟିଓ ପ୍ରିୟବ୍ରତ ମହାନ୍ତିଙ୍କ ତତ୍ତ୍ୱାବଧାନରେ
ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଏବଂ ଶ୍ରୀ ଯଶୋବନ୍ତ ଚିନାରା, ଟ୍ରାଫିକ୍ ଇନ୍ସପେକ୍ଟର ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମାବଳୀ, ନିରାପଦ ଯାତାୟାତ ଏବଂ ଟ୍ରାଫିକ୍ ନିୟମ ପାଳନର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏଥିସହିତ, ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତାମୂଳକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣା ନିରାକରଣ ସମ୍ପର୍କରେ ଅଧିକ ସଚେତନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.