ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର, ୧୨|୧୦(ସମିସ )ଗୁଣୁପୁର ବ୍ଲକ ଅନ୍ତର୍ଗତ ରେଗେଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସଭ ସୁରଭି ସ୍ତାନୀୟ ମରାଠିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ ଲକ୍ଷ୍ମି ବେହେରା, ଶହୀଦ ଲକ୍ଷ୍ମଣ ନାୟକ ସ୍ମାରକି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାହୁ, ସ୍ତାନୀୟ ୱାର୍ଡ ମେମ୍ବର ଶ୍ରୀମତୀ ଲକ୍ଷ୍ମି ଯୋଗ ଦେଇଥିଲେ |ଶହୀଦ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ମଲ୍ଲିକ ଙ୍କ ସଂଯୋଜନାରେ ଏବଂ ସି ଆର ସି ସି ଶ୍ରୀ ଗଣେଶ ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅତି ସଫଳତାର ସହ ସମ୍ପାଦିତ ହୋଇ ଯାଇଛି |ସୁରଭିର ଅର୍ଥ ମହକ ବା ସୁଗନ୍ଧ |ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣା ବଳି ର ବିକାଶ ପାଇଁ ଏବଂ ସେମାନଙ୍କର ସୁରଭିକୁ ଲୋକ ଲୋଚନକୁ ଆଣିବା ହିଁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମଂଚାସୀନ ଅତିଥି ମାନେ ମତ ରଖିଥିଲେ |ସଭାକାର୍ଯ୍ୟ ପରେ ବିଭିନ୍ନ ପ୍ରକାର ପ୍ରତି ଯୋଗିତା ଯଥା ତର୍କ, କୁଇଜ, ସଂଗୀତ, ଚିତ୍ର, ଭାଷଣ, ଇତ୍ୟାଦି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ଶିକ୍ଷକ ସଞ୍ଜୟ କୁମାସର ଦାଶ ସଂଯୋଜନା କରିଥିଲେ |ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା |ମନୋନୀତ ଛାତ୍ର ଛାତ୍ରୀ ମାନେ ଆଗକୁ ହେବାକୁ ଥିବା ବ୍ଲକ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ |