ପୂର୍ବତନ ପାରଳା ବିଧାୟକ •√ ତ୍ରିନାଥ ସାହୁଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

24

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଆଜି ମହାବିଦ୍ୟାଳୟ ପ୍ରତିଷ୍ଠାତା ତଥା ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ •√ ତ୍ରିନାଥ ସାହୁଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି ।
ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ରୀନା ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ସ୍ମୃତିସଭା ର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇ ସେହି ମହାନାୟକ ଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅଧ୍ୟକ୍ଷା ତଥା ସ୍ୱର୍ଗତ ତ୍ରିନାଥ ସାହୁ ଙ୍କ ସରଳ, ନିରାଡମ୍ବର ଓ ନିଷ୍ଠାପର ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିବା ସହ, ମହାବିଦ୍ୟାଳୟ ପ୍ରତିଷ୍ଠା ତଥା ବିକାଶ ଦିଗରେ ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ।
ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଏବଂ ଡ଼. ମଧୁସ୍ମିତା ପ୍ରଧାନ ସ୍ୱର୍ଗତ ସାହୁ ଙ୍କ ଅସାଧାରଣ ବ୍ୟକ୍ତିତ୍ୱ , ବିଶେଷ କରି ନାରୀ ଶିକ୍ଷା ର ବିକାଶ କ୍ଷେତ୍ରରେ ତାଙ୍କ ଭୂମିକା ବିଷୟ ରେ ବିଷଦ ଆଲୋଚନା କରି ଏହି ମହାନ୍ ଆତ୍ମାପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସ୍ମୃତି ସଭାରେ ବହୁସଂଖ୍ୟକ ଛାତ୍ରୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.