ବ୍ଲକସ୍ତରୀୟ ସେବା ସେତୁ ଶିବିର ଅନୁଷ୍ଠିତ

16

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଆଜି ୯/୧୦/୨୬ ଗୁଣୁପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକସ୍ତରୀୟ ସେବା ସେତୁ ଶିବିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏକଦିବସୀୟ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୁଣୁପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଝିଲ୍ଲୀ ଶବର, ଗୁଣୁପୁରର ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ଏବଂ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଶବର, ଅତିରିକ୍ତ ତହସିଲଦାର ଶ୍ରୀ ଅଭିଳାଷ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସମେତ ପ୍ରାୟ ୩୦୦ ଜଣ ଯୋଗଦେଇଥିଲେ।
ଶିବିରରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, କୃଷି, ଉଦ୍ୟାନ କୃଷି ଏବଂ TPSODL ସମେତ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ସହ ହିତାଧିକାରୀଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା।
ଏହି ଅବସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯଥାକ୍ରମେ ୨୦ ଲକ୍ଷ ଓ ୧୫ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ସମ୍ପର୍କିତ ଚେକ୍ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪ଟି ଜନ୍ମ ପ୍ରମାଣପତ୍ର ଓ ୬ଟି ମୃତ୍ୟୁ ପ୍ରମାଣପତ୍ର, ଯୋଗାଣ ବିଭାଗ ପକ୍ଷରୁ ୧୭ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ଶ୍ରମ ବିଭାଗ ପକ୍ଷରୁ ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଏବଂ ୭ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା କାର୍ଡ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ପରିଚାଳନା କରିଥିଲେ। ଏଥିରେ GPDO ସୁଶ୍ରୀ ଶ୍ୱେତାଶ୍ରୀ ବାରିକ, BPC ଶ୍ରୀ ଲାଜାର ଭୂୟାଁ, JA ଶ୍ରୀ ପ୍ରଭାତ କୁମାର ଶବରଙ୍କ ସମେତ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକ, ଶ୍ରୀ ଅଜିତ କୁମାର ସାହୁ, ଶ୍ରୀ ପବିତ୍ର ଗମାଙ୍ଗ, ଶୁଶ୍ରୀ ସ୍ୱାତି ମାଣ୍ଡାଙ୍ଗି, ସୁଶ୍ରୀ ଦୀପାରାଣୀ ସେଠୀ ଏବଂ MBK ମାନେ ସହଯୋଗ କରିଥିଲେ।
ଶେଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.