ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବର ଆୟୋଜନ କରି ମୂଲ୍ୟବାନ ପରୋପକାରୀ ସାମାଜିକ ସେବା ଯୋଗାଉଥିବାରୁ ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟକୁ ସମ୍ମାନିତ କରାଯାଇଛି। ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଟ୍ରାନ୍ସଫ୍ୟୁଜନ ମେଡ଼ିସିନ ବିଭାଗ ତରଫରୁ ସମ୍ବର୍ଦ୍ଧନା ସଭା ପ୍ରଫେସର ଡ଼ଃ ସବିତା ପୋଲାଈ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଅତିଥି ଭାବେ ମେଡିକାଲ କଲେଜ ର ଡିନ ତଥା ପ୍ରିନସିପାଲ ପ୍ରଫେସର ଡ଼ଃ ହରିକୃଷ୍ଣ ଦଳାଇ,ସୁପରଟେଣ୍ଡେଣ୍ଟ ପ୍ରଫେସର ଡ଼ଃ ସୂଦୀପା ଦାଶ ରେଜିଷ୍ଟ୍ରାର ପ୍ରଫେସର ଡ଼ଃ ଶ୍ୱେତ କୁମାର ଦାସ ଯୋଗଦେଇଥିଲେ l ଅତିଥି ମାନେ ଏହି ଦିବସ ର ମହତ୍ୱ ସହ ରକ୍ତଦାନ ଉପରେ ସଂଗଠନ ମାନଙ୍କ ଭୂମିକା ଉପରେ ଅଭିଭାଷଣ ରଖିଥିଲେ l ଖଲ୍ଲିକୋଟ ସ୍ଥିତ ସତ୍ୟ ସାଇ ଟ୍ୟୁଟୋରିଆଲ ଛାତ୍ର ଓ ଛାତ୍ରୀ ଙ୍କ ଦ୍ୱାରା ରକ୍ତଦାନ ଉପରେ ଏକ ସଚେତନତା ମୂଳକ ନାଟକ “ସଂଜୀବନି ” ପରିବେଷଣ କରାଯାଇଥିଲା l ଯାହାକି ଉଚ୍ଚ ପ୍ରଂଶନୀୟ ହୋଇଥିଲା l ପରିଶେଷରେ ରେ ବିଭିନ୍ନ ସଂଗଠନ ଯେଉଁମାନେ ରକ୍ତଦାନ ଶିବିର ଆୟୋଜନ କରିବା ସହ ଜନ ସଚେତନତା କରିବା ଓ ନୂତନ ରକ୍ତ ଦାତା ସୃଷ୍ଟି କରିବାରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ପ୍ରଂଶସା ପତ୍ର, ପୁରସ୍କାର ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଦିକ୍ସିତ୍ କୁମାର ଯୋଗ ଦେଇ ମାନପତ୍ର ଓ ଫଳକ ସହ ଉପଢୌକନ ଦେଇ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ବର୍ଷା ବୈଶାଖୀ ପଣ୍ଡା, ଡ଼ଃ ରଶ୍ମୀ ,ବ୍ଲଡ଼ ବ୍ୟାଙ୍କ ସ୍ନାତକୋତ୍ତର ବିଭାଗ ଛାତ୍ରଛାତ୍ରୀ ସହ ସମସ୍ତ କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ବସନ୍ତ କୁମାର ବେହେରା, ପ୍ରଶାନ୍ତ କୁମାର ଶତପଥୀ, ଆସିତ କୁମାର ଶତପଥୀ , ରିନିମା ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଗତ ଏକ ଦଶନ୍ଧି ହେବ ଏହି ଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ରାୟଗଡା ଜିଲ୍ଲା ଗୁଣୁପୁର ରକ୍ତଭଣ୍ଡାର, ରାୟଗଡ଼ା ରକ୍ତ ଭଣ୍ଡାର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରକ୍ତଭଣ୍ଡାର, ଗଞ୍ଜାମ ଜିଲ୍ଲାର ଏମ କେ ସି ଜି ମେଡିକାଲ କଲେଜ ରକ୍ତଭଣ୍ଡାର ରକ୍ତଦାନ କରି ବହୁ ରକ୍ତହୀନତା ରୋଗୀମାନଙ୍କୁ ରକ୍ତ ଯୋଗାଉଥିବା ସେବା ଯୋଜନା ର ଆବାହକ ଡ ପ୍ରେମଂଶୁ ଶେଖର ରଥ ସୂଚନା ଦେଇଛନ୍ତି। ଏହି ସମ୍ମାନିତ ଦ୍ୱାରା ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଖେଳିଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡ. ଜଗଦିଶ ପଣ୍ଡା, ଉପ କୁଳପତି ଡ ଗୌତମ ଘୋଷ ,ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ପ୍ରମୁଖ ଜାତୀୟ ସେବା ଯୋଜନାର ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।