ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହ ଠାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS), ଭଞ୍ଜନଗର ଆନୁକୂଲ୍ୟରେ “ପ୍ରକଳ୍ପ ସ୍ତରୀୟ ୯ ମ ରାଷ୍ଟ୍ରୀୟ ପୋଷଣ ମାସ – ୨୦୨୬” ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୯ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୋଷଣ ମାସର ମୁଖ୍ୟ ଆଭିମୁଖ୍ୟ ରହିଛି “ସୁସ୍ଥ ଶିଶୁ ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା”। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ,ବିଡ଼ିଓ ଭାରତୀ ଦେବି , ତହସିଲଦାର ଅଭିପ୍ସା ପଟ୍ଟନାୟକ, ସିଡ଼ିପିଓ ମିଲିମା କୁମାରୀ ପଣ୍ଡା, ବିଇଓ ଗଜେନ୍ଦ୍ର ନାୟକ , ବ୍ଳକ୍ ମୁଖ୍ୟ ଯନ୍ତ୍ରୀ,ଏନ୍ ଜି ଓ ଆଇନାର କର୍ମକର୍ତ୍ତା, ଏକକ ସଖି ସଦନର ପ୍ରତିଭା ରାଣୀ ନାୟକ,ସୁପ୍ରଭା ରାଉତ,ବି.ବୈରାଗି ପାତ୍ର , ଅଞ୍ଚଳ ପରିଦର୍ଶିକା ବୃନ୍ଦ ,କୋଣ ଅନୁକୋଣରେ ଆସିଥିବା ଅଶା ଓ ଅଙ୍ଗନବାଡ଼ି କର୍ମୀ ବୃନ୍ଦ,ପ୍ରତି ଯୋଗିତାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ, ଉପଯୁକ୍ତ ସ୍ଵାସ୍ଥ୍ୟ ସଂପର୍ଣ୍ଣ ଶିଶୁ ଓ ମାଁ ମାନଙ୍କ ସହିତ କିଶୋରୀ ବାଳିକା ମାନେ ଉପସ୍ଥିତ ଥିଲେ। ପରେ ପରେ ସମସ୍ତ ସମ୍ମାନନୀୟ ଅତିଥି ଵୃନ୍ଦଙ୍କୁ ନିଜ ନିଜ ଆସନ ଅଳଙ୍କୃତ କରାଯାଇଥିଲା। ସମସ୍ତ ଅତିଥି ଆଜିର କାର୍ଯ୍ୟକ୍ରମ ବିଷୟରେ ନିଜ ନିଜ ମତାମତ ପ୍ରଦାନ କରି ସମସ୍ତ ଙ୍କୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ତତ୍ ସହିତ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ବୀର ସୈନିକ ପରି ଅଞ୍ଚଳ ସ୍ତରରୁ ପ୍ରକଳ୍ପ ସ୍ତରରେ କୃତି ଅଙ୍ଗନବାଡି କର୍ମୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସମସ୍ତେ ସରକାର ଙ୍କୁ ବିଶେଷ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ଥିଲା ଯେ, କେଉଁ ବୟସରେ କେଉଁ କେଉଁ ପ୍ରକାରର ପୋଷକ ଯୁକ୍ତ ଖାଦ୍ୟ ଖାଇବାକୁ ହେବ। ଗର୍ଭବତୀ ପ୍ରସୂତି ଜନ୍ମଠାରୁ ବା ୧ ମାସ ରୁ ୬ ବର୍ଷ ହେଲା ପର୍ଯ୍ୟନ୍ତ, ସମସ୍ତେ କିଭଳି ଭାବରେ ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ହେବ। ଶେସଵୁ ଖାଦ୍ୟ ମାନ ଆଜି ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା। ସେହି ସବୁ ଖାଦ୍ୟ କୁ ସମସ୍ତ ଅତିଥି ତାର ସ୍ଵାଦ ଓ ଗୁଣବତ୍ତା କୁ ପ୍ରରକ୍ଷିଥିଲେ। ପରେ ପରେ ସମସ୍ତ ପ୍ରଦର୍ଶିତ ଖାଦ୍ୟପଦାର୍ଥର ବର୍ଣ୍ଣନା ଓ ବିଶେଷତ୍ବ ଉପରେ ଆଲୋଚନା ହୋଇଥିଲା।
ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ (CDPO) ମିଲିମା କୁମାରୀ ପଣ୍ଡା ସଭାପତିତ୍ୱ କରି ଶିଶୁ ଓ ମାତୃ ପୋଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ “ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ” ବାର୍ତ୍ତାକୁ ପାଥେୟ କରି ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ କୁପୋଷଣ ଦୂରୀକରଣ, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କର ସ୍ୱାସ୍ଥ୍ୟ ଯତ୍ନ, ଏବଂ ଶିଶୁମାନଙ୍କ ସଠିକ୍ ସୁଷମ ଖାଦ୍ୟ ପ୍ରଦାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି ଓ କରାଯାଉଥିବ।
ଏହି ଅବସରରେ ଭଞ୍ଜନଗର ବ୍ଲକର ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ପ୍ରକଳ୍ପର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମାଜରୁ କୁପୋଷଣ ଦୂର କରିବା ସହ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ର ସଂଯୋଜିକା ଭାଗ୍ୟଲତା ବେହେରା ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।