ଡିଏଭିରେ ପାଳିତ ହେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ

10

ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୦ ତମ ଜନ୍ମଜୟନ୍ତୀ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ମହାନ ଜନନାୟକ, ସମାଜସେବୀ ତଥା ଓଡ଼ିଆ ଜାତିର ଗର୍ବଙ୍କ ମହାନ ତ୍ୟାଗ, ନିଃସ୍ୱାର୍ଥପର ସେବା ଓ ମାନବବାଦୀ ଆଦର୍ଶକୁ ସ୍ମରଣ କରାଯାଇ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଗୋପବନ୍ଧୁ ଓଡ଼ିଆ ଜାତିର ଶ୍ରେଷ୍ଠ ସନ୍ତାନ ଏବଂ ଦୁଃଖୀ, ଦରିଦ୍ର ଓ ଅସହାୟ ଜନତାଙ୍କ ସେବାକୁ ସେ ନିଜ ଜୀବନର ପରମ ବ୍ରତ ଭାବେ ଗ୍ରହଣ କରିଥିଲେ । ଗୋପବନ୍ଧୁଙ୍କ ପରି ମହାନ ବ୍ୟକ୍ତିତ୍ୱ, ଦେଶପ୍ରେମ, ତ୍ୟାଗ ଓ ସେବାଭାବ ଆଜି ମଧ୍ୟ ସମାଜ ପାଇଁ ଏକ ଉଜ୍ଜ୍ୱଳ ଆଦର୍ଶ ହୋଇ ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ଦେବତା ଭବବ୍ୟକ୍ତ କରିଥିଲେ । ଏହି ଜୟନ୍ତୀ ପାଳନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମ, ମାନବିକତା, ସମାଜସେବା ଓ ପରୋପକାରର ଭାବନା ଜାଗ୍ରତ କରିବା ସହ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ଡିଏଭି ପରିବାର ତରଫରୁ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏଭି ପରିବାର ଝାରସୁଗୁଡ଼ାର ସମସ୍ତେ ସାମିଲ ହୋଇ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.